July 27, 2026
Home » ସିବିଏସଇ ଫାର୍ ଇଷ୍ଟ ଜୋନ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ବ୍ରହ୍ମପୁରର ଛାତ୍ରଛାତ୍ରୀଙ୍କ ସଫଳତା

ସିବିଏସଇ ଫାର୍ ଇଷ୍ଟ ଜୋନ୍ ତାଇକୋଣ୍ଡୋ ପ୍ରତିଯୋଗିତାରେ ବ୍ରହ୍ମପୁରର ଛାତ୍ରଛାତ୍ରୀଙ୍କ ସଫଳତା

0
WhatsApp Image 2026-07-26 at 11.18.06 AM

 

ବ୍ରହ୍ମପୁର, : ପଶ୍ଚିମବଙ୍ଗର ପୁରୁଲିଆସ୍ଥିତ ଦିଲ୍ଲୀ ୱାର୍ଲ୍ଡ ପବ୍ଲିକ୍ ସ୍କୁଲ୍ ଠାରେ ଗତ ୧୯ ଜୁଲାଇରୁ ୨୨ ଜୁଲାଇ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ସିବିଏସଇ ଫାର୍ ଇଷ୍ଟ ଜୋନ୍ ତାଇକୋଣ୍ଡୋ ଚାମ୍ପିଅନସିପ୍–୨୦୨୬ରେ ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ବ୍ରହ୍ମପୁର, ଗଞ୍ଜାମ (TAB)ର ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତିସୁଭଦର୍ଶନ କୁମାର, ମୌସମ କୁମାର ନାୟକ, ଅଂଶିକା ସାବତ, ଆଦିତି ନାୟକ ଏବଂ ସାଇ ପ୍ରଜ୍ଞାନ ଚର୍ଚ୍ଚି, ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ,ପି. ପ୍ରତୀକ ପାତ୍ର, ଆଦ୍ୟଶା ସାବତ ଏବଂ କ୍ରୀତିକା ଦଳାଇ ରୌପ୍ୟ ପଦକ ,ଓ ଆଦର୍ଶ ନାୟକ, ଆରୋହୀ ହୋତା, ଏଲ୍. ଅଶ୍ୱିନୀ ଏବଂ ଅଲିଶା ସାବତ, କାଂସ୍ୟ ପଦକ ହାସଲ କରି ବ୍ରହ୍ମପୁର ଓ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।ଏହି ସଫଳ ଖେଳାଳିମାନଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆଜି ତାଇକୋଣ୍ଡୋ ଆସୋସିଏସନ୍ ଅଫ୍ ବ୍ରହ୍ମପୁର, ଗଞ୍ଜାମ (TAB), ସିଦ୍ଧବିନାୟକ ମନ୍ଦିର ନିକଟ, ହିଲପାଟଣା, ଠାରେ ଏକ ଭବ୍ୟ ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସଂସ୍ଥାର ସମସ୍ତ ପରିଚାଳନା କମିଟି ସଦସ୍ୟ ଉପସ୍ଥିତ ଥିଲେ।ସଂସ୍ଥାର ସମ୍ପାଦକ ଇଂ. ସତ୍ୟନାରାୟଣ ତ୍ରିପାଠୀ ଛାତ୍ରଛାତ୍ରୀଙ୍କ ସଫଳତା ପାଇଁ ସେମାନଙ୍କର କଠିନ ପରିଶ୍ରମ ଓ ନିଷ୍ଠାକୁ ପ୍ରଶଂସା କରିଥିଲେ। ସେ ଏହି ସଫଳତାର ସମ୍ପୂର୍ଣ୍ଣ ଶ୍ରେୟ ପ୍ରଶିକ୍ଷକ ଏମ୍. ଜୟନ୍ତୀ ଓ ଶୁଭମ କୁମାର ସାହୁଙ୍କ ନିରନ୍ତର ପରିଶ୍ରମ, ଉଚ୍ଚମାନର ପ୍ରଶିକ୍ଷଣ ଏବଂ ଉତ୍ସର୍ଗୀକୃତ ସେବାକୁ ପ୍ରଦାନ କରିଥିଲେ।ସେହିପରି ସମସ୍ତ ଖେଳାଳିଙ୍କ ଅଭିଭାବକମାନଙ୍କୁ ମଧ୍ୟ ସେ ଆନ୍ତରିକ ଧନ୍ୟବାଦ ଜଣାଇ କହିଥିଲେ ଯେ, ସେମାନଙ୍କ ସହଯୋଗ, ଦାୟିତ୍ୱବୋଧ ଏବଂ ପିଲାମାନଙ୍କ ମଧ୍ୟରେ ଶୃଙ୍ଖଳା ବଜାୟ ରଖିବାର ପ୍ରୟାସ ହିଁ ଏହି ସଫଳତାର ମୂଳ ଆଧାର।ଅନୁଷ୍ଠାନରେ ଉପସ୍ଥିତ ସମସ୍ତ ସଦସ୍ୟ ବିଜେତା ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇ ସେମାନଙ୍କ ଆଗାମୀ ଜାତୀୟ ସ୍ତରର ପ୍ରତିଯୋଗିତା ପାଇଁ ସଫଳତା କାମନା କରିଥିଲେ

 

narasingh dakua nka report

Leave a Reply

Your email address will not be published. Required fields are marked *