November 21, 2026
Home » ଗୁରୁ ତେଗବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ପାଳିତ

ଗୁରୁ ତେଗବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ପାଳିତ

0
WhatsApp Image 2026-11-20 at 5.46.13 PM

ସୁବର୍ଣ୍ଣପୁର:ମହାନ ଧର୍ମରକ୍ଷକ, ତ୍ୟାଗ ଓ ବଳିଦାନର ପ୍ରତୀକ, ଶିଖମାନଙ୍କର ନବମ ଗୁରୁ ଶ୍ରୀ ଗୁରୁ ତେଗବାହାଦୁର ଜୀଙ୍କ ୩୫୦ତମ ଶହୀଦ ଦିବସ ଅବସରରେ CCRT (Centre for Cultural Resources and Training), ନୂଆଦିଲ୍ଲୀ, ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବୌଦ୍ଧ ଜିଲ୍ଲାର ଲକ୍ଷ୍ମୀପଦର, ଓଲଣ୍ଡା, ଯୋଗୀଭୋଗରା ଓ ବଲାସିଙ୍ଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନଭେମ୍ବର ୧୮, ୧୯ ଓ ୨୦ ତାରିଖରେ ବିଭିନ୍ନ ଶିକ୍ଷାମୂଳକ ଓ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ଏହି ଅବସରରେ ଗୁରୁ ତେଗବାହାଦୁର ଜୀଙ୍କ ମହାନ ଜୀବନୀ, ତାଙ୍କର ତ୍ୟାଗ, ସାହସ, ମାନବିକତା ଓ ଧାର୍ମିକ ସ୍ୱାଧୀନତାର ସୁରକ୍ଷା ପାଇଁ ଦେଇଥିବା ସର୍ବୋଚ୍ଚ ବଳିଦାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଭାବରେ ଅବଗତ କରାଯାଇଥିଲା। ଅନ୍ୟ ଧର୍ମର ଲୋକଙ୍କ ଧାର୍ମିକ ସ୍ୱାଧୀନତା ଓ ମାନବିକ ଅଧିକାରର ସୁରକ୍ଷା ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କର ଏହି ମହାନ ବଳିଦାନ ସମଗ୍ର ମାନବ ସମାଜ ପାଇଁ ଚିରକାଳ ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆଲୋଚନା କରାଯାଇଥିଲା।
ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଗୁରୁ ତେଗବାହାଦୁର ଜୀଙ୍କ ଜୀବନୀ ଓ ଆଦର୍ଶ ସମ୍ପର୍କରେ ଜ୍ଞାନ ବୃଦ୍ଧି କରିବା ଉଦ୍ଦେଶ୍ୟରେ ଚିତ୍ରାଙ୍କନ, କୁଇଜ୍, ପ୍ରବନ୍ଧ ଲିଖନ, ବକ୍ତୃତା, ବିତର୍କ ଓ ପ୍ରଦର୍ଶନୀ ଭଳି ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ସମସ୍ତ କାର୍ଯ୍ୟକ୍ରମରେ ଉକ୍ତ ଚାରୋଟି ବିଦ୍ୟାଳୟର ୮୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହ ଓ ଆଗ୍ରହର ସହିତ ଅଂଶଗ୍ରହଣ କରିଥିଲେ।
CCRTର କଲ୍ଚରାଲ୍ ଆମ୍ବାସାଡର ଶ୍ରୀ ଜ୍ଞାନଚାନ୍ଦ ଶତପଥୀଙ୍କ ତତ୍ତ୍ୱାବଧାନରେ ସମସ୍ତ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସମ୍ପନ୍ନ ହୋଇଥିଲା। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଗୁରୁ ତେଗବାହାଦୁର ଜୀଙ୍କ ଜୀବନୀ, ତାଙ୍କର ଅଦମ୍ୟ ସାହସ, ଧାର୍ମିକ ସହିଷ୍ଣୁତା, ତ୍ୟାଗ ଓ ବଳିଦାନ ସମ୍ପର୍କରେ ଅନେକ ନୂତନ ତଥ୍ୟ ଜାଣିବାର ସୁଯୋଗ ପାଇଥିଲେ।
ଏହି ମହତ୍ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିବା ଚାରୋଟି ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କୁ ଶ୍ରୀ ଶତପଥୀ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ। ଏଥିସହିତ ଏହି ମହତ୍ କାର୍ଯ୍ୟକ୍ରମର ପରିକଳ୍ପନା ଓ ଆୟୋଜନରେ ସହଯୋଗ କରିଥିବା CCRT, ନୂଆଦିଲ୍ଲୀର ନିର୍ଦ୍ଦେଶକ ଶ୍ରୀ ପୂପେନଞ୍ଜୟ କୁମାରଙ୍କୁ ମଧ୍ୟ ସେ ବିଶେଷ ଧନ୍ୟବାଦ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମ ଶିକ୍ଷାର୍ଥୀମାନଙ୍କ ମନରେ ମହାନ ବ୍ୟକ୍ତିତ୍ୱଙ୍କ ଜୀବନୀ ପ୍ରତି ଆଗ୍ରହ, ଦେଶପ୍ରେମ, ଧାର୍ମିକ ସହିଷ୍ଣୁତା, ମାନବିକତା ଓ ତ୍ୟାଗର ଭାବନା ଜାଗ୍ରତ କରିବାରେ ଏକ ଉଲ୍ଲେଖନୀୟ ପ୍ରୟାସ ଭାବେ ସବୁ ମହଲରେ ପ୍ରଶଂସିତ ହୋଇଛି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *