June 14, 2025
Home » ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥର ଶୁଭାରମ୍ଭ

0
WhatsApp Image 2025-06-13 at 3.07.43 PM

l

ସୁବର୍ଣ୍ଣପୁର –ଶିଶୁ ଶ୍ରମ ମୁକ୍ତ ଓଡିଶା ଆମ ସମସ୍ତଙ୍କ ଲକ୍ଷ୍ୟ ହେଉ, ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନକୁ ନିଷେଧ କରିବା ଉଦେଶ୍ୟ ରେ ଗୁରୁବାର ଦିନ ଜିଲ୍ଳାପାଳ ସୁବର୍ଣ୍ଣପୁରଙ୍କ କାର୍ଯ୍ୟାଳୟ ପରିସରରେ ବୀରମହାରାଜପୁର ବିଧାୟକ ଇଂ. ରଘୁନାଥ ଜଗଦଲା, ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଶିଶୁ ଶ୍ରମିକ ନିୟୋଜନ ନିଷେଧ ସଚେତନତା ରଥକୁ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି l ଏହି ସଚେତନତା ରଥ ଜିଲ୍ଲାର ବିଭିନ୍ନ ସହରାଞ୍ଚଳ ସହିତ ସୋନପୁର ମ୍ୟୁନିସିପାଲିଟି ଅଞ୍ଚଳ ପରିକ୍ରମା କରି ଜନସାଧାରଣଙ୍କୁ ଶିଶୁ ଶ୍ରମିକ ନିୟୋଜନ ଉପରେ ସଚେତନତା କରାଇବ l ସଚେତନତା କାର୍ଯ୍ୟକ୍ରମ କୁ ଲୋକାଭିମୁଖୀ କରାଇବା ଉଦେଶ୍ୟରେ ଜିଲ୍ଳା ଶ୍ରମ ବିଭାଗ, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗ ତରଫରୁ ଆଜି ଠାରୁ ଆଗାମୀ ୨୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯିବାର ସ୍ଥିର ହୋଇଥିବା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଖାକା ସୂଚନା ପ୍ରଦାନ କରିଛନ୍ତି l ଏହିପରିପ୍ରେକ୍ଷୀରେ ଜିଲ୍ଲାସ୍ତରରେ ଆସନ୍ତା ୧୬ ତାରିଖରେ ଏକ ସଚେତନତା ଶୋଭାଯାତ୍ରା ସହ ଶପଥ ପାଠ ସମାରୋହ ଅନୁଷ୍ଠିତ ହେବ l ପୁନଶ୍ଚ ଜିଲ୍ଲା ସ୍ତରୀୟ ବିଭିନ୍ନ ବିଭାଗ ସହଯୋଗରେ ଜୁନ ୨୦ ତାରିଖରେ ଶିଶୁ ଶ୍ରମ ନିଷେଧ ଉପରେ ସଚେତନତା ବୈଠକ ଅନୁଷ୍ଠିତ ହେବ। ତତ ସହ ଆଜିଠାରୁ ଜୁନ ୨୬ ପର୍ଯ୍ୟନ୍ତ ଜିଲ୍ଲାରେ ଶିଶୁ ସୁରକ୍ଷାକୁ ଅଧିକ ଗୁରୁତ୍ୱାରୋପ କରାଯାଇ ବିଭିନ୍ନ ସମ୍ବେଦନଶୀଳ ସ୍ଥାନ ଉପରେ ଚଢ଼ାଉ ତଥା ଶିଶୁ ଉଦ୍ଧାର କାର୍ଯ୍ୟକ୍ରମ କରିଯିବା ଉପରେ ସୂଚନା ଦେଇଛନ୍ତି ଜିଲ୍ଲା ଶ୍ରମ ଅଧିକାରୀ l ଚଉଦ ବର୍ଷ ପୂରଣ କରିନଥିବା ଶିଶୁଙ୍କୁ କାର୍ଯ୍ୟରେ ନିଯୁକ୍ତି କରିବା ଦଣ୍ଡନୀୟ ଅପରାଧ ଅଟେ l ପୁନଶ୍ଚ ଶିଶୁଙ୍କୁ ଶ୍ରମିକ ଭାବେ କାମରେ ନିୟୋଜିତ କରାଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଆଇନ ଅନୁଯାୟୀ କଠୋର ଦଣ୍ଡର ବ୍ୟବସ୍ଥା ରହିଛି l ଆଜି ଅନୁଷ୍ଠିତ ଶୁଭାରମ୍ଭ ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ଅଶ୍ୱିନୀ ମେହେର, ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପଲ୍ଲବୀ ରାଣୀ ରାଜ,ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଡିଲେଶ୍ୱର ଖାକା, ସ୍ଥାନୀୟ ନେତୃ ବୃନ୍ଦ, ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତା, ଶ୍ରମ ବିଭାଗର କର୍ମଚାରୀ ତଥା ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ,କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *