November 25, 2026
Home » ସୁବର୍ଣ୍ଣପୁର ରେ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା -2026 ଅନୁଷ୍ଠିତ

ସୁବର୍ଣ୍ଣପୁର ରେ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗିତା -2026 ଅନୁଷ୍ଠିତ

0
WhatsApp Image 2026-11-25 at 2.28.48 PM

 

ସୁବର୍ଣ୍ଣପୁର– ଅତୀତର ନୌବାଣିଜ୍ୟ ସ୍ମୁତି ଓ ପରମ୍ପରା କୁ ଉଜ୍ଜୀବିତ ରଖିବା ସହ ଓଡ଼ିଶାର ବଣିକ ପୁଅ ଓ ନାବିକ ମାନଙ୍କ ଦକ୍ଷତା କୌଶଳ ପ୍ରମାଣ କରେ ନୌକା ଚାଳନା ପ୍ରତିଯୋଗିତା । ଏଥିରୁ ବାଦ ପଡିନି ଐତିହାସିକ ଓ ପର୍ଯ୍ୟଟନ ର ସହର ସୁବର୍ଣ୍ଣପୁର । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଦିନ ସୋନପୁର ତେନ୍ତୁଳିଘାଟ ଭଗବତ୍ ପାଠାଗାର ପକ୍ଷରୁ 63 ତମ ରାଜ୍ୟ ସ୍ତରୀୟ ନୌକା ଚାଳନା ପ୍ରତିଯୋଗୀତା ଓ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି । 7 ଗୋଟି ଜିଲ୍ଲା ରୁ 60 ଯୋଡି ସମୁଦାୟ 120 ପ୍ରତିଯୋଗୀ ଏଠାରେ ଭାଗ ନେଇଥିବା ବେଳେ ପ୍ରଥମେ 5 ଗୋଟି ରାଉଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସେଥିରୁ 10 ଗୋଟି ଯୋଡ଼ିଙ୍କୁ ଫାଇନାଲ ରାଉଣ୍ଡ୍ ପାଇଁ ମନୋନୀତ କରାଯାଇଥିଲା ଏବଂ ଶେଷ ରାଉଣ୍ଡ ରେ 10 ଟି ଯୋଡି ଙ୍କ ମଧ୍ୟରେ ଅନୁଷ୍ଟିତ ପ୍ରତିଯୋଗିତାରେ ପ୍ରଥମ ବିଜେତା ହୋଇଥିଲେ ସମ୍ବଲପୁର ଜିଲ୍ଲାର ବିଶ୍ୱନାଥ ଦଣ୍ଡସେନା ଓ ବିକାଶ ସାହୁ । ଦ୍ୱିତୀୟ ବିଜେତା ହେଲେ ସୁବର୍ଣ୍ଣପୁରର ସୁଜିତ ତରିଆ ଓ ଅଭି ବେହେରା ଏବଂ ତୃତୀୟ ବିଜେତା ହେଲେ ବୌଦ୍ଧ ଜିଲ୍ଲାର ସତ୍ୟ ନାରାୟଣ ବେହେରା ଓ ରାଜୀବ ଭୁକ୍ତା ।

ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀ ଦେବାଶିଷ୍ ସିଂ ଯୋଗ ଦେଇ ଏହି ଐତିହାସିକ ତେନ୍ତୁଳିଘାଟ ଓ ଲଙ୍କେଶ୍ୱରୀ ପୀଠ ର ବିକାଶ ସହିତ ପର୍ଯ୍ୟଟକଙ୍କ ଆକର୍ଷଣ ପାଇଁ ପ୍ରୟାସ ଜାରି ରହିବ ବୋଲି କହିଥିଲେ ଓ ଏଠାକାର ଭବ୍ୟ ଧର୍ମଶାଳା କୁ ପୁନରୁଦ୍ଧାର କରାଯିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଶ୍ରୀ ନାରାୟଣ ନାଏକ, ଏଡିଏମ ଶ୍ରୀ ଅନିରୁଦ୍ଧ ପ୍ରଧାନ,ସୋନପୁର ଉପ ଜିଲ୍ଲାପାଳ ଡ଼. ସୌମ୍ୟରୁପା ରଥ, ସମାଜସେବୀ ଗୋବିନ୍ଦ ମହାରଣା, ଶ୍ରୀବତ୍ସ ମଲ୍ଲିକ, ପ୍ରାକ୍ତନ ଅଧ୍ୟକ୍ଷ ପ୍ରକାଶ ସାହୁ, ସମାଜସେବୀ ଅରବିନ୍ଦ ବାରିକ, ବିଜେପି ନେତା ସାନନ୍ଦ ବାରିକ୍, ଯୁବନେତା ଅମୀୟ ରଞ୍ଜନ ଦାଶ ଯୋଗ ଦେଇ ଜିଲ୍ଲାପାଳଙ୍କ ସମେତ ସମସ୍ତ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଥିଲେ । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ ସଭା ସଂଯୋଜନା କରିଥିବା ବେଳେ ଭାଗବତ ପାଠାଗାର ସମ୍ପାଦକ ପବିତ୍ର ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । କୁନୁ ବେହେରା ଅତିଥିଙ୍କୁ ସ୍ୱାଗତ କରି ସଭା ସାଙ୍ଗ କରିଥିଲେ । ସକାଳ 11.30 ଘଣ୍ଟା ସମୟ ରେ ସାମୁହିକ ବାଳକ ଭୋଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସମସ୍ତ କର୍ଯ୍ୟକ୍ରମ କୁ ଜିଲ୍ଲାପାଳ ଶ୍ରୀ ସିଂ ଉଦଘାଟନ କରିଥିବା ବେଳେ ଏଥିରେ 5 ହଜାରରୁ ଉର୍ଦ୍ଧ୍ୱ ବାଳକ ବାଳିକା ଯୋଗ ଦେଇ ପ୍ରସାଦ ସେବନ କରିଥିଲେ । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମ ନୃତ୍ଯ ପ୍ରତିଯୋଗିତା କୁ ହଜାର ହଜାର ଦର୍ଶକ ଉପଭୋଗ କରିଥିଲେ । କମିଟି ସଭାପତି ଶ୍ରୀ ମୁନା ବାରିକ ଙ୍କ ସମେତ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *