November 26, 2026
Home » କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା

କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା

0
WhatsApp Image 2026-11-25 at 1.26.02 PM

କୋରାପୁଟ ର ଢେମସା ନୃତ୍ୟ ରେ ଦର୍ଶକ ଝୁମିଲେ
ପାରାଦୀପ, : କଳିଙ୍ଗ ବାଲିଯାତ୍ରା ର ଦ୍ୱିତୀୟ ସନ୍ଧ୍ୟା ସ୍ଥାନୀୟ ବାଲିଯାତ୍ରା ପଡ଼ିଆରେ ମହାସମାରୋହରେ ପାଳିତ ହୋଇଯାଇଅଛି । ଏହି ଅବସରରେ ସନ୍ଧ୍ୟାରେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ମଞ୍ଚ ରେ ସଭାପତିତ୍ବ କରିଥିଲେ ଜଗତ୍ସିଂହପୁର ଜିଲ୍ଲାର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ l ମୁଖ ଅତିଥି ଭାବେ ଇଫକୋକାରଖାନା ର ମୁଖ୍ୟ କାରଖାନା ଅଧିକାରୀ ଅନିରୁଦ୍ଧ ବିକ୍ରମ ସିଂ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବେ କମାଣ୍ଡାଣ୍ଟ ଶିଳ୍ପାଞ୍ଚଳ ନିରାପତ୍ତା ଆରକ୍ଷୀ ବାହିନୀ ପାରାଦୀପ ସନତ କୁମାର ପଟେଲ ଓ କୁଜଙ୍ଗ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦୀପକ ପ୍ରସାଦ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ l

ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ପାରାଦୀପ ଡେପୁଟି କଲେକ୍ଟର ସୟଦ। ନାଏଲା l ଆଜିର ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଶ୍ରାବଣୀ କଳା ନିକେତନ, ପାରାଦୀପ ଗଡ଼, କିଡଜ ଏଫୋର୍ଟ ଡ୍ୟାନ୍ସ ଷ୍ଟୁଡିଓ, ତାରିଣୀ ଗଡା, ପାରାଦୀପ, ତ୍ରିରଙ୍ଗା ଡ୍ୟାନ୍ସ ଏକାଡେମୀ ମଧୁବନ, ପାରାଦୀପ, ବିଜୁ ପଟ୍ଟନାୟକ ଗାନ୍ଧର୍ବ କଳା ମନ୍ଦିର ସିଏଚ କଲୋନୀ, ନିତ୍ୟପ୍ରଜ୍ଞା ଚାରିଟେବୁଲ ଟ୍ରଷ୍ଟ , କଟକ, ବାସୁଦେଵନୃତ୍ୟ କଳା ଏକାଡେମୀ, ନାଉଗାଁ, ନୃତ୍ୟାଙ୍ଗନା ଓଡିଶୀ ଡ୍ୟାନ୍ସ ଏକାଡେମୀ, ଭୁବନେଶ୍ୱର, ଶ୍ରୀ କଳା ମନ୍ଦିର, କଟକ, ନାଟ ସୂତ୍ର ରିସର୍ଚ୍ଚ ଆଣ୍ଡ ପବ୍ଲିକ ଚାରିଟେବୁଲ ଟ୍ରଷ୍ଟ, କଟକ ଓ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ନର୍ତ୍ତକୀ ନୃତ୍ୟ ଏକାଡେମୀ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା।ବିଶିଷ୍ଟ କଣ୍ଠଶିଳ୍ପୀ ପ୍ରଜ୍ଞା ହୋତାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁଠାରୁ ବେଶ ଆକର୍ଷଣୀୟ ଥିଲା।ତାଙ୍କ କଣ୍ଠ ଦାନରେ ଉପସ୍ଥିତ ଦର୍ଶକ ଦର୍ଶକ ଝୁମିଥିଲେ।ଆଜି ଦ୍ୱିତୀୟ ସନ୍ଧ୍ୟାରେ ସେପରି ଜନ ଗହଳି ନଥିଲା।ବହୁ ଷ୍ଟଲ ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା।ମିନାବଜର ଷ୍ଟଲ ରେ ମଧ୍ୟ ଭିଡ ଦେଖିବାକୁ ମିଳି ନଥିଲା।ଫାଷ୍ଟ ଫୁଡ, ଚାଟ, ସ୍ଥଳରେ କିଛି ମାତ୍ରାରେ ଭିଡ ହୋଇଥିଲା। ତେବେ ବାଲିଯାତ୍ରା ପଡିଆରେ ଆଜି ବହୁ ସଂଖ୍ୟକ ଷ୍ଟଲ୍ ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା l ଦିତୀୟ ସନ୍ଧ୍ୟାରେ ଜନ ଗହଳି ନଥିବାରୁ କଳିଙ୍ଗ ବାଲିଯାତ୍ରା ତାର ଶୋଭା ହରାଉ ଥିବା ନେଇ ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *