ସୁରେଶ୍ୱରୀ ମନ୍ଦିରରେ ସେବା ସଂକଳ୍ପ ଅଭିଯାନର ପ୍ରଥମ ଦିନ ପାଳିତ
ସୁବର୍ଣ୍ଣପୁର—- ସୁବର୍ଣ୍ଣପୁର ସୁରେଶ୍ୱରୀ ମନ୍ଦିର ପରିସରରେ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ପକ୍ଷରୁ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅଭିଯାନ ୧୭ ସେପ୍ଟେମ୍ବରରୁ ୧୭ ଅକ୍ଟୋବର, ୨୦୨୬ ପର୍ଯ୍ୟନ୍ତ ପାଳନ କରାଯିବ।
ପ୍ରଥମ ଦିନର କାର୍ଯ୍ୟକ୍ରମରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଯୋଗଦେଇ ରଙ୍ଗୋଲି ପ୍ରସ୍ତୁତି, କେକ୍ କାଟିବା ଏବଂ ଦୀପ ପ୍ରଜ୍ୱଳନ ଭଳି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।ସେବା ସଂକଳ୍ପ ଅଭିଯାନରେ ମୋଟ ୧,୪୪,୬୨୩ଟି ଦୀପ ପ୍ରଜ୍ୱଳନ କରାଯିବ ସୁବର୍ଣ୍ଣପୁର ଜିଲ୍ଲାରେ। ଆଜି ସକାଳରେ ମା’ ସୁରେଶ୍ୱରୀଙ୍କ ପୀଠରେ ୧,୦୦୦ଟି ଦୀପ ପ୍ରଜ୍ୱଳନ କରାଯାଇଥିଲା।ମାସ ବ୍ୟାପି ଅଭିଯାନରେ ପ୍ରତ୍ୟେକ ବିଏଲଏଫ, ଜିଏଲଏଫ ଏବଂ ଡ଼ିଏଲଏଫ, ମନ୍ଦିର, ଦେବାଳୟ ଓ ଗୃହମାନଙ୍କରେ ଦୀପ ପ୍ରଜ୍ୱଳନ କରାଯିବ।ଏହି ଅବସରରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭାବର୍ଦ୍ଧନ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ( ସାଧାରଣ )ଶ୍ରୀମତୀ ଅଞ୍ଜଳୀନା ପ୍ରଧାନ, ଜିଲ୍ଲା ପ୍ରକଳ୍ପ ସଂଯୋଜକ ମିଶନ ଶକ୍ତି ବିଶ୍ୱଜିତ ପରିଡା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରୀତି ସୁନା ଏବଂ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟର ପ୍ରକଳ୍ପ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ।
ଏହି ଅବସରରେ ସ୍ଵଂୟ ସହାୟକ ଗୋଷ୍ଠୀର ମହିଳାମାନେ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ଜନସାଧାରଣଙ୍କ ସେବା ଓ କଲ୍ୟାଣ ପାଇଁ ବିଭିନ୍ନ ଯୋଜନା ରହିଥିବା ବାର୍ତ୍ତା ପ୍ରଦାନ କରିଥିଲେ। ଏହି ବାର୍ତ୍ତାକୁ ନେଇ ସୁରେଶ୍ୱରୀ ମନ୍ଦିର ପରିସରରେ ‘ସେବା ସଂକଳ୍ପ ଅଭିଯାନ’ର ପ୍ରଥମ ଦିନର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..
