September 1, 2026
Home » ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା

ସୂଚନା ନିର୍ଦ୍ଦେଶକଙ୍କୁ ଭେଟିଲେ ଓଡ଼ିଶା ବରିଷ୍ଠ ସାମ୍ୱାଦିକ ସଂଘର କର୍ମକର୍ତ୍ତା

0
WhatsApp Image 2026-08-31 at 6.50.17 PM (1)

ଭୁବନେଶ୍ୱର: ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ସଞ୍ଜୟ କୁମାର ବିଶ୍ୱାଳ,ଆଇ.ଏ.ଏସ ଙ୍କୁ ଷ୍ଟେଟ ସିନିୟର୍ ଜର୍ଣାଲିଷ୍ଟ ଆସୋସିଏସନ(ଏସ ଜେ ଏ ଓ) ର ଏକ ପ୍ରତିନିଧି ଦଳ ସୌଜନ୍ୟ ମୂଳକ ସାକ୍ଷାତ କରିଥିଲେ।
ଦେଶର ୧୯ରୁ ଉର୍ଦ୍ଧ ରାଜ୍ୟ ସାମାଜିକ ସହାୟତା ସ୍ୱରୂପ ଅବସରପ୍ରାପ୍ତ ସାମ୍ୱାଦିକ ମାନଙ୍କୁ ପେନସନ ପ୍ରଦାନ କରୁଥିବା ବେଳେ, ଓଡ଼ିଶାରେ ଏହା ପ୍ରଦାନ କରା ଯିବାକୁ ସଂଘ ଉଚ୍ଚ ନ୍ୟାୟାଳୟ ଦ୍ୱାରସ୍ଥ ହୋଇ ଅନୁକୂଳ ନିର୍ଦ୍ଦେଶ ମିଳିଛି। ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବା ପାଇଁ ସଂଘ ପକ୍ଷରୁ ଦୃଷ୍ଟି ଆକର୍ଷଣ କରା ଯାଇଥିଲା। ଓଡ଼ିଶା ରାଜ୍ୟ ସଭାପତି କାହୁଁ ନନ୍ଦ, ଉପସଭାପତି ପ୍ରଦୀପ୍ତ କିଶୋର ଚୌଧୁରୀ, ସାଧାରଣ ସମ୍ପାଦକ ଆଶୁତୋଷ ବେହେରା, ସଂଗଠନ ସମ୍ପାଦକ ବିପ୍ଳବ ମହାନ୍ତି, ସଂଘ ପରାମର୍ଶ ଡାଟା ଦେବା ସିଂ, ସଦସ୍ୟ ମୁରଲୀ ମିଶ୍ର, ରମାକାନ୍ତ ପରିଜା, ସ୍ୱରୂପ ଦାସ, ଡ ଶରତ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *