December 25, 2025
Home » ସୋନପୁର ତେନ୍ତୁଳିଘାଟ ର ଅଳିଆ ଆବର୍ଜନା ସଫେଇ ପାଇଁ ଜିଲ୍ଲାପାଳ ଙ୍କ ତ୍ୱରିତ ପଦକ୍ଷେପ

ସୋନପୁର ତେନ୍ତୁଳିଘାଟ ର ଅଳିଆ ଆବର୍ଜନା ସଫେଇ ପାଇଁ ଜିଲ୍ଲାପାଳ ଙ୍କ ତ୍ୱରିତ ପଦକ୍ଷେପ

0
WhatsApp Image 2025-10-23 at 12.10.43 PM

ସୁବର୍ଣ୍ଣପୁର — ବିଭିନ୍ନ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକ ଓ କିଛି ବୁଦ୍ଧିଜୀବି ଙ୍କ ଠାରୁ ଅବଗତ ହୋଇ ଆଜି ସକାଳ ୮ ଟା ରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ ସହରର ସର୍ବ ପୁରାତନ ମହାନଦୀ ତେନ୍ତୁଳି ଘାଟ ପରିଦର୍ଶନ ରେ ପହଞ୍ଚି ଥିଲେ l ଏକଦା ରାଜ୍ୟ ତଥା ରାଜ୍ୟ ବାହାର ର ପ୍ରତିଦିନ ହଜାର ହଜାର ପର୍ଯ୍ୟଟକ ଏ ଘାଟ ଦେଇ ଡଙ୍ଗା ସାହାଯ୍ୟରେ ମହାନଦୀ ପାରିହେବା ସହ ମଧ୍ୟ ଭାଗରେ ଥିବା ମା ଲଙ୍କେଶ୍ଵରୀ ଦେବୀ ଙ୍କୁ ଦର୍ଶନ ଓ ପିକନିକ ପାଇଁ ଆସୁଥିବା ବେଳେ ଏଠାକାର ଏ ଅଳିଆ ଆବର୍ଜନା ଓ ଦୂରାବସ୍ଥା ଲାଗି ପର୍ଯ୍ୟଟକ ନାକ ଟେକୁଥିବା ବିଷୟ ଶୁଣି ପୌର ପ୍ରଶାସନ ଉପରେ ବିରକ୍ତି ପ୍ରକାଶ କରିଥିଲେ ଓ ନିଜେ ଦୁଇ ଘଣ୍ଟା ଭିତରେ ତୁରନ୍ତ ଜେ ସି ବି ପଠାଇ ପୌର ଅଧିକାରୀ, ଋଷି ମାଝୀ ଙ୍କ ସହ ଏ ଘାଟରେ ନିଜେ ବସି କାର୍ଯ୍ଯ ତଦାରଖ କରିଥିଲେ l ଏ ଘାଟରେ ପ୍ରତ୍ୟହ ଗାଧୋଇବାକୁ ଆସୁଥିବା ମହିଳା ଓ ସ୍ଥାନୀୟ ଅଧିବାସୀ ଙ୍କ ଠାରୁ ବ୍ୟାପକ ଅସନ୍ତୋଷ ପ୍ରକାଶ କରିଥିବା ଜଣା ପଡ଼ିଛି l ଜିଲ୍ଲାପାଳଙ୍କ ଆଜିର ଏ ତୁରନ୍ତ ପଦକ୍ଷେପ କୁ ନେଇ ଏ ଅଞ୍ଚଳର ଅଧିବାସୀ ଓ ବୁଦ୍ଧିଜୀବି ମହଲରେ ଖୁସି ପ୍ରକାଶ ପାଇଛି l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *