October 3, 2026
Home » ସୌମିତ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ହେଲମେଟ୍ ଦିବସ ପାଳନ

ସୌମିତ୍ର ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ହେଲମେଟ୍ ଦିବସ ପାଳନ

0
WhatsApp Image 2026-10-01 at 7.06.04 PM (1)

ଭୁବନେଶ୍ୱର, :ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଏବଂ ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ୍ ବ୍ୟବହାରର ଗୁରୁତ୍ୱ ସମ୍ପର୍କରେ ସଚେତନ କରାଇବା ଉଦ୍ଦେଶ୍ୟରେ ସୌମିତ୍ର ମେମୋରିଆଲ ଟ୍ରଷ୍ଟ, ପୁରୀ ପକ୍ଷରୁ ସେପ୍ଟେମ୍ବର ୩୦ ତାରିଖରେ ବୁଦ୍ଧ ମନ୍ଦିର ସମ୍ମିଳନୀ କକ୍ଷ, ଭୁବନେଶ୍ୱର ଠାରେ ‘ହେଲମେଟ୍ ଦିବସ’ ପାଳନ କରାଯାଇଥିଲା ।ଡାକ୍ତର ସୌମିତ୍ର ମହାନ୍ତି ଜଣେ ଆଦର୍ଶ ପୁତ୍ର ଓ ମେଧାବୀ ଛାତ୍ର ଥିଲେ। ମାତ୍ର ୨୦୨୩ ମସିହା ସେପ୍ଟେମ୍ବର ୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ଅକାଳ ବିୟୋଗ ଘଟିଥିଲା। ତାଙ୍କ ସ୍ମୃତିରକ୍ଷା ସହିତ ସଡ଼କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ତାଙ୍କ ପରିବାରବର୍ଗ ଓ ଶୁଭେଚ୍ଛୁମାନଙ୍କ ଉଦ୍ୟମରେ ସୌମିତ୍ର ମେମୋରିଆଲ ଟ୍ରଷ୍ଟ ଗଠିତ ହୋଇଛି।ଟ୍ରଷ୍ଟ ପକ୍ଷରୁ ଦୁଇଚକିଆ ଯାନ ଚାଳନା ସମୟରେ ହେଲମେଟ୍ ବ୍ୟବହାରକୁ ପ୍ରୋତ୍ସାହିତ କରିବା, ସଡ଼କ ସୁରକ୍ଷା ସଚେତନତା ରାଲି, ଆଲୋଚନାଚକ୍ର ଏବଂ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଉଛି। ସଡ଼କ ସୁରକ୍ଷା କେବଳ ଏକ ଆଇନ ନୁହେଁ, ଏହା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ ବୋଲି ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଛି।ଏହି ଅବସରରେ ଆୟୋଜିତ କାର‌୍ୟ୍ୟକ୍ରମରେ ସମ୍ମାନନୀୟ ଅତିଥିମାନେ ଯୋଗଦେଇ ସୌମିତ୍ରଙ୍କ ସ୍ମୃତିଚାରଣ କରିବା ସହ ସଡ଼କ ସୁରକ୍ଷାର ଆବଶ୍ୟକତା ଉପରେ ମତବ୍ୟକ୍ତ କରିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର‌୍ୟ୍ୟବଂଶୀ ସୁରଜ, ପଦ୍ମଶ୍ରୀ ଅଦ୍ୱୈତ ଚରଣ ଗଡ଼ନାୟକ, ଶ୍ରୀ ଗୋଲକ ମହାପାତ୍ର, ଅତିରିକ୍ତ ପରିବହନ କମିଶନର ଶ୍ରୀ ପିୟୁଷକାନ୍ତ ପାଣି, ବିଶିଷ୍ଟ ସିନେ ନିର୍ଦ୍ଦେଶକ ଶ୍ରୀ ହିମାଂଶୁ ଶେଖର ଖଟୁଆ ଙ୍କ ସମେତ ଅନ୍ୟାନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।କାର‌୍ୟ୍ୟକ୍ରମରେ ସଡ଼କ ସୁରକ୍ଷା ବିଷୟକ ଆନ୍ତଃବିଦ୍ୟାଳୟ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଗତ ୧୩ ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ଏହି ପ୍ରତିଯୋଗିତାରେ ମୋଟ ୨୨ଟି ବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

 

ଚିତ୍ରାଙ୍କନ ପ୍ରତିଯୋଗିତାରେ ୫୬ ଜଣ, ରଚନା ଲିଖନରେ ୪୬ ଜଣ ଏବଂ ତର୍କ ପ୍ରତିଯୋଗିତାରେ ୪୮ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଚିତ୍ରାଙ୍କନରେ ୨୦ ଜଣ, ରଚନା ଲିଖନରେ ୧୭ ଜଣ ଏବଂ ତର୍କ ପ୍ରତିଯୋଗିତାରେ ୧୯ ଜଣଙ୍କୁ କୃତୀ ଭାବେ ମନୋନୀତ କରାଯାଇ ପୁରସ୍କୃତ କରାଯାଇଥିଲା ।ଏହାସହିତ ଟ୍ରଷ୍ଟ ପକ୍ଷରୁ ସଡ଼କ ଦୁର୍ଘଟଣା ସମୟରେ ସାହସିକ ଭାବେ ଆହତ ବ୍ୟକ୍ତିଙ୍କୁ ନିକଟସ୍ଥ ଚିକିତ୍ସାଳୟକୁ ନେଇ ଆଶୁ ଚିକିତ୍ସା ଯୋଗାଇ ଜୀବନ ରକ୍ଷାରେ ସହାୟତା କରିଥିବା ଶ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ପୁରୀଙ୍କୁ ‘ରାହାବୀର’ ଭାବେ ସମ୍ମାନିତ କରାଯାଇଥିଲା।ସେହିପରି, ଅନ୍ଵେଷା ସ୍ୱାଇଁ, ବାଲେଶ୍ୱର, ବର୍ତମାନ କିଶୋରେ କ୍ରିକେଟ ଏକାଡେମୀ, ଭୁବନେଶ୍ୱର ତରଫରୁ ଖେଳୁଛନ୍ତି । ୨୦୨୫-୨୬ ବର୍ଷରେ ଓଡିଶା ଙ୍କଦ୍ଭୟରକ୍ସ-୧୫ ଞରବଜ୍ଞ କୁ ପ୍ରତିନିଧିତ୍ୱ କରିବା ସହିତ ଠସମର- ଉବକ୍ଟ୍ରଗ୍ଧବସଦ୍ଭ ଭାବରେ ଦାୟିତ୍ୱ ତୁଲାଉଛନ୍ତି । ତେଣୁ ଟ୍ରଷ୍ଟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
ଶ୍ରୀମାନ ସୌରଭ ସୌମ୍ୟଦର୍ଶୀ ନାୟକ, ପିଏମଶ୍ରୀ ଏ.ବି. ନୋଡାଲ ହାଇସ୍କୁଲ, ବାସୁଦେବପୁର ର ୧୦ମ ଶ୍ରେଣୀର ଛାତ୍ର ଅଟନ୍ତି । ୨୦୨୫-୨୬ ବର୍ଷରେ ସେ ରାଜ୍ୟସ୍ତରୀୟ ବ୍ୟାଡ଼ମିଣ୍ଟନ ପ୍ରତିଯୋଗିତା ପାଇଁ ଯୋଗ୍ୟ ବିବେଚିତ ହୋଇ ନିକଟରେ ରାୟଗଡାଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ ସେମିଫାଇନାଲିଷ୍ଟ ହେବାର ଯୋଗ୍ୟତା ଅର୍ଜନ କରିଥିଲେ । ତେଣୁ ଟ୍ରଷ୍ଟ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା ।
କାର‌୍ୟ୍ୟକ୍ରମରେ ସୌମିତ୍ରଙ୍କ ସ୍ମୃତିରେ ପ୍ରସ୍ତୁତ ଚଳଚ୍ଚିତ୍ର “ସ୍ମୃତିରେ ସୌମିତ୍ର” ଏବଂ ନାଟକ “ସେ ଗଲା ପରେ” ପ୍ରଦର୍ଶିତ ହୋଇଥିଲା। ଏହା ସହିତ କୃତୀ ଛାତ୍ରଛାତ୍ରୀ, ପ୍ରତିଯୋଗିତାର ବିଚାରକମଣ୍ଡଳୀ ଓ ଚଳଚ୍ଚିତ୍ର/ନାଟକ ସହ ଜଡ଼ିତ ବ୍ୟକ୍ତିବିଶେଷଙ୍କୁ ପୁରସ୍କାର ଓ ସ୍ମାରକ ପ୍ରଦାନ କରାଯାଇଥିଲା।ଶେଷରେ, ସୌମିତ୍ରଙ୍କ ସ୍ମୃତିକୁ ସମ୍ମାନ ଜଣାଇ ଟ୍ରଷ୍ଟ ପକ୍ଷରୁ ସମସ୍ତ ନାଗରିକଙ୍କୁ ଦୁଇଚକିଆ ଯାନ ଚାଳନା ସମୟରେ ଅନିବାର‌୍ୟ୍ୟ ଭାବେ ହେଲମେଟ୍ ପରିଧାନ କରିବା ସହିତ ସଡ଼କ ସୁରକ୍ଷା ନିୟମ ପାଳନ କରିବା ପାଇଁ ଆହ୍ୱାନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *