November 12, 2025
Home » ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ବିଦ୍ୟାର୍ଥୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା

0
WhatsApp Image 2025-08-27 at 5.06.18 PM

ନିଖିଳ ଭାରତ ସ୍ନାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ରାୟଗଡ ପୌରପରିଷଦ ଦ୍ବାରା ସହର ମଧ୍ୟରେ ଥିବା ପ୍ରତ୍ୟେକ ସରକାରୀ ଓ ବେସରକାରୀ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଟ ଗ୍ରୁପ ଦ୍ବାରା ପ୍ରବନ୍ଧ ପ୍ରତିଯୋଗିତା ବକ୍ତୃତା ପ୍ରତିଯୋଗିତା ତଥା ଚିତ୍ରାଙ୍କନ ପ୍ରତିଯୋଗିତା ଯଥାକ୍ରମେ କନ୍‌ଫ୍ରେନସ ହଲ, ଅଡିଟରିୟମ ଓ କୃଷ୍ଣଚନ୍ଦ୍ର ନଗର ଭବନ ଠାରେ ଅଦ୍ୟ ତା.୨୫-୦୮ ୨୦୨୫ ରିଖ ଦିନ ଅନୁଷ୍ଠିତ କରାଯାଇଥିଲା ।

ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସ୍ବଚ୍ଛତା ପ୍ରତି ପ୍ରତିବନ୍ଧକ, ନିଷ୍ଠା ଓ ଦେଶପ୍ରତି ନିଜର ଦାୟୀତ୍ବକୁ ନଜରରେ ରଖି ଏହି ପ୍ରତିଯୋଗିତା ଗୁଡିକ ଅନୁଷ୍ଠିତ କରାଯାଇ ପ୍ରଥମ ପ୍ରୀତିୟ ଓ ତୃତିୟ ମନୋନିତ କରାଯାଇ ସମସ୍ତ ଛାତ୍ର ଛାତ୍ରୀ ଙ୍କୁ ପ୍ରତିଯୋଗି ପ୍ରଶଂସା ପତ୍ର ଦିଆଯିବାର ମଧ୍ୟ ପ୍ରସ୍ତୁତି କରାଯାଇଅଛି ।
ଏହି ବର୍ଷ ନିଖିଳ ଭାରତ ସ୍ବାୟତ୍ତ ଶାସନ ଦିବସ, ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ହେଇଥିବା ବିଜ୍ଞପ୍ତିକୁ ନଜରରେ ରଖି ରାୟଗଡ ପୌରପରିଷଦ ତରଫରୁ ଏହାକୁ ବହୁତ ହସ ଉଲ୍ଲାସର ସହ ପାଳନ କରିବାକୁ ପରିଷଦବୃନ୍ଦ ନିଷ୍ପତ୍ତା ନେଇଛନ୍ତି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ

Leave a Reply

Your email address will not be published. Required fields are marked *