October 23, 2026
Home »  ସ୍ବର୍ଗତା ବିମଳା ରଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି     

 ସ୍ବର୍ଗତା ବିମଳା ରଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି     

0
unnamed
ନୟାଗଡ଼ : ( ଇପିଏ ) ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ନିମାଣୀ ଗ୍ରାମର କଲ୍ୟାଣୀ ମଣ୍ଡପରେ ଧର୍ମପରାୟଣା ତଥା ପରୋପକାରୀ ମହିଳା ସ୍ୱର୍ଗତା ବିମଳା ରଥଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଇଛି। ଜିଲ୍ଲାର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ସ୍ବର୍ଗତ ଆତ୍ମାର ସଦଗତି କାମନା କରିବା ସାଙ୍ଗକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସ୍ବର୍ଗତା ରଥଙ୍କ ଏକାଦଶାହ ରେ ବହୁ ଓ ଦୁଃଖୀଜନଙ୍କୁ ବସ୍ତ୍ର ଓ ଭୋଜନ ବଣ୍ଟନ କରାଯାଇଛି।
ନୟାଗଡ଼ ପୌର ପରିଷଦ ଅଧ୍ୟକ୍ଷ ନିରୁପମା ଖଟେଇ, ସମାଜସେବୀ ପ୍ରମୋଦ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ରବି ପଟ୍ଟନାୟକ, ଏସ୍.ଏ ମନାନ, ବିନାୟକ ମିଶ୍ର, ସୁବାଷ ମହାପାତ୍ର, ଲୋକନାଥ ମିଶ୍ର, ଗୋକୁଳ କୁମାର ଷଡ଼ଙ୍ଗୀ, ସନ୍ତୋଷ କୁମାର ଷଡଙ୍ଗୀ, ଶିକ୍ଷାବିତ୍ ଓ ସାହିତ୍ୟିକ ଅଶୋକ କୁମାର ନାୟକ, ଡାକ୍ତର ଅରବିନ୍ଦ ଦାସ, ସମାଜସେବୀ ଉମାକାନ୍ତ ମିଶ୍ର, ଶ୍ରୀକାନ୍ତ ଖଟ୍ଟେଇ, ଏବଂ ଶାନ୍ତିଶେଖର ରଥ ଆଦି ସ୍ବର୍ଗତା ରଥଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ନୟାଗଡ଼, ଖଣ୍ଡପଡ଼ା, ଭାପୁର, ଏବଂ ଭୁବନେଶ୍ବର ଆଦି ସ୍ଥାନମାନଙ୍କରୁ ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଯୋଗଦେଇ ସ୍ବର୍ଗତା ରଥଙ୍କର ସ୍ମୃତି ଚାରଣ କରିଥିଲେ। ଗ୍ରାମୀଣ ଜୀବନ ଜଞ୍ଜାଳ ମଧ୍ୟରେ ଥାଇ ସ୍ବର୍ଗତା ରଥ ସର୍ବଦା ଦୁଃଖୀଙ୍କ ପ୍ରତି ଅକୁଣ୍ଠ ସହାୟତା ଓ ସହଯୋଗର ହାତ ବଢ଼ାଇ ଆସୁଥିଲେ। ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଜିଲ୍ଲାର ଅନ୍ୟତମ ପ୍ରତିଷ୍ଠିତ ବ୍ୟକ୍ତି ଆଇନଜୀବୀ ସ୍ବର୍ଗତ ନରସିଂହ ରଥଙ୍କ ଧର୍ମପତ୍ନୀ ଶ୍ରୀମତୀ ରଥଙ୍କର ୯୧ ବର୍ଷ ବୟସରେ ପରଲୋକ ପ୍ରାପ୍ତି ହୋଇଛି। ବନ୍ଧୁ ଓ ପରିବାର ସ୍ୱଜନଙ୍କ ଉପସ୍ଥିତିରେ ପୁରୀ ସ୍ୱର୍ଗଦ୍ୱାର ଠାରେ ମରଶରୀରର ଅନ୍ତିମ ସଂସ୍କାର କରାଯାଇ ଥିଲା। ଜନ୍ମମାଟି ନିମାଣୀରେ ଅନ୍ତ୍ୟେଷ୍ଟି କ୍ରିୟା କର୍ମ ସଂପାଦନ ହୋଇଛି। ମା ଙ୍କର ଏକାଦଶାହରେ ଯୋଗଦେଇ ଥିବା ଅତିଥି ଓ ବନ୍ଧୁଙ୍କୁ ସ୍ବର୍ଗତା ରଥଙ୍କ ମଧ୍ୟମପୁତ୍ର ରାଜ୍ୟର ବହୁ ପ୍ରତିଷ୍ଠିତ ସାମ୍ବାଦ ସରବରାହ ସଂସ୍ଥାର ସଂପାଦକ ଦାୟୀତ୍ବ ବହନ କରି ଆସିଥିବା ସାମ୍ବାଦିକ ନୀଳାମ୍ବର ରଥ ଓ ସାନ ପୁଅ ବରିଷ୍ଠ ସାମ୍ବାଦିକ ନିଶିକାନ୍ତ ରଥ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *