October 23, 2026
Home » ବାଦୀପାଲା ମଞ୍ଚରେ ପର୍ଶୁରାମ ଓ ରମେଶଙ୍କ ମଧ୍ୟରେ ଘମାଘୋଟ ଲଢେଇ

ବାଦୀପାଲା ମଞ୍ଚରେ ପର୍ଶୁରାମ ଓ ରମେଶଙ୍କ ମଧ୍ୟରେ ଘମାଘୋଟ ଲଢେଇ

0
1001346173
ନୟାଗଡ଼:( ଇପିଏ ) ନୟାଗଡ଼ ଜିଲ୍ଲା କ୍ରିଦାଶପୁର ପଞ୍ଚାୟତ କଲ୍ୟାଣ ମଣ୍ଡପ ପ୍ରାଙ୍ଗଣରେ ମଣ୍ଡଳସ୍ତରୀୟ ମା’ମହାମାୟା ବାଦିପାଲା ମଞ୍ଚରେ ପାଲା ଦେଖିବାକୁ ଶହ ଶହ ଲୋକଙ୍କ ସମାଗମ ହେଉଥିବା ଦେଖିବାକୁ ମିଳୁଛି। ଗତ ୧୯ ତାରିଖରୁ ଗାୟକ ସୂର୍ଯ୍ୟ ପର୍ଶୁରାମ ପଣ୍ଡା ଓ ଗାୟକ ବେଦ ବିଶାରଦ ରମେଶ ପଣ୍ଡାଙ୍କ ମଧ୍ୟରେ ଘମାଘୋଟ ଲଢେଇରେ ବାଦୀପାଲା ପରିବେଷଣ ଚାଲିଛି । ଏହି ବାଦି ପାଲା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ପରିବେଷଣ ହେବାକୁ ଥିବାବେଳେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପାଲା ସଂସ୍କୃତିରେ ରୂଚି ରଖୁଥିବା ଗୁଣୀ ଜ୍ଞାନୀ ପାଲା ପ୍ରେମୀମାନେ ବହୁ ସଂଖ୍ୟାରେ ଯୋଗଦେଇ ପୁରାଣ,ଶାସ୍ତ୍ର ଚର୍ଚ୍ଚାକୁ ଆଗ୍ରହ ସହକାରେ ଶୁଣୁଥିବା ଦେଖିବାକୁ ମିଳୁଛି।
କ୍ରିଦାଶପୁର ଗ୍ରାମର ସହଯୋଗ ଏବଂ ପଞ୍ଚାୟତର ବିଭିନ୍ନ ଗ୍ରାମର ସଂସ୍କୃତି ପ୍ରେମୀଙ୍କ ଆଗ୍ରହକୁ ନେଇ ମଞ୍ଚରେ ପାଲା ପରିବେଷଣ ହେଉଥିବା ବେଳେ ଦର୍ଶକମାନେ ବେଶ୍ ଆନନ୍ଦ ସହକାରେ ପାଲା ଉପଭୋଗ କରୁଛନ୍ତି ।ଏଥିସହିତ ଶେଷ ଦିବସରେ ଗାୟକ କୁଳତିଳକ ଅଜୟ ମହାଭୋଇ ଓ ଗାୟକ ରମେଶ କୁମାର କୁଣ୍ଡଙ୍କ ମଧ୍ୟରେ ପାଲା ପରିବେଷଣ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଜଣାପଡିଛି। ସଂସ୍କୃତି ପ୍ରେମୀ ପ୍ରତାପ କୁମାର ଆଚାର୍ଯ୍ୟଙ୍କ ନିଷ୍ଠାପର ଉଦ୍ୟମ, ସକ୍ରିୟ ସହଯୋଗ ଓ ପରିଚାଳନାରେ ଏହି ପାଲା ପରିବେଷଣ ହେଉଅଛି । ଆମ ପାଲା ସଂସ୍କୃତିକୁ ବଞ୍ଚାଇ ରଖିଥିବାରୁ ପାଲାପ୍ରେମୀ ଦର୍ଶକ ଶ୍ରୀ ଆଚାର୍ଯ୍ୟଙ୍କୁ ଭୂରି ଭୂରି ପ୍ରଶଂସା କରୁଥିବାର ଦେଖିବାକୁ ମିଳିଛି ।
ଇ ପି ଏ ରୁ ଗୋକୁଳ କୁମାର ଷଡ଼ଙ୍ଗୀ ଜିଲ୍ଲା ପ୍ରତିନିଧି ନୟାଗଡ଼ ।

Leave a Reply

Your email address will not be published. Required fields are marked *