ହିଟ୍ଓ୍ୱେଭ୍ ପାଇଁ ରାଜସ୍ୱ ବିଭାଗର ନୂଆ ଏସଓପି ପ୍ରସ୍ତୁତ; ୨୦ ମିନିଟରେ ପହଞ୍ଚିବ ଆମ୍ବୁଲାନ୍ସ
ଭୁବନେଶ୍ୱର:ହିଟ୍ଓ୍ୱେଭ୍ ପାଇଁ ରାଜସ୍ୱ ବିଭାଗର ନୂଆ ଏସଓପି ପ୍ରସ୍ତୁତ । ଏହି ଏସଓପିରେ ଦର୍ଶାଯାଇଛି ଯେ, ଆବଶ୍ୟକତା ଠାରୁ ଅଧିକ ଖରା ହେଉଥିବା ଜାଗାରେ ହିଟ ୱେଭ ଆଶ୍ରୟସ୍ଥଳୀ ନିର୍ମାଣ କରିବେ ସରକାର | ଜିଲ୍ଲପାଳଙ୍କୁ ଅଧିକୃତ କରାଯାଇଛି । ସରକାର ଦେଇଥିବା ଏସ୍ଓପି ବାହାର ଜିଲ୍ଲାପାଳ ନିଷ୍ପତ୍ତି ନେଇପାରିବେ । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ଗରମ ସମୟ । ତେଣୁ ଏହି ସମୟକୁ ଆମକୁ ଅଧିକ ଧ୍ୟାନ ଦେବାକୁ ପଡ଼ିବ । ଯାତ୍ରୀ ଓ ମାଲ ପରିବହନ ଉପରେ ତଦାରଖ କରିବେ । ଯାତାୟତ କରୁଥିବା ରାସ୍ତାରେ ଡ୍ରାଇଭରଙ୍କ ପାଇଁ ବିଶ୍ରାମ, ଓଆରଏସ୍, ପିଇବା ପାଣିର ବ୍ୟବସ୍ଥା କରାଯାଇଛି ।ସେହିପରି କିଛି ଅଘଟଣକୁ ଦୃଷ୍ଟିରେ ମେଡିକାଲ ଏବଂ ଆମ୍ବୁଲାନ୍ସକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ୨୦ ମିନିଟ୍ ଭିତରେ ଆମ୍ବୁଲାନ୍ସ ପହଞ୍ଚିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଯାତ୍ରୀବାହୀ ଓ ମାଲ ପରିବହନ କରୁଥିବା ଲୋକଙ୍କ ପାଇଁ ପ୍ରଚୁର ପରିମାଣରେ ORS ଓ ପିଇବା ପାଣିର ବ୍ୟବସ୍ଥା କରିବେ । ସ୍କୁଲ ଛୁଟି ପାଇଁ ଗଣଶିକ୍ଷା ବିଭାଗ ସହ ରାଜସ୍ୱ ବିଭାଗ କଥା ହୋଇସାରିଛି । ଯେଉଁଠି ତାତି ବଢୁଛି , ସେଠାରେ ସ୍କୁଲ ଛୁଟି ଘୋଷଣା କରିବାର କ୍ଷମତା ଜିଲ୍ଲାପାଳଙ୍କୁ ଦିଆଯାଇଛି । ଅଂଶୁଘାତ ମୃତ୍ୟୁ ପାଇଁ କ୍ଷତିପୂରଣ ଦିଆଯାଉଛି । ରିପୋର୍ଟ ପାଇବାର ୨୪ ଘଣ୍ଟା ମଧ୍ୟରେ ପଇସା ମିଳିବ । ହିଟ୍ଓ୍ୱେଭ୍ ଥିବା ଜାଗାରେ କୌଣସି ଗାଡ଼ି ଚାଲିଲେ କିମ୍ବା ଏସି ନଥିବା ଗାଡ଼ିରେ କାହାର ଅସୁବିଧା ହେଲେ ମାଲିକ ଦାୟୀ ରହିବେ ବୋଲି କୁହାଯାଇଛି ।
ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର
