June 10, 2026
Home » ୧୬ ବର୍ଷ ପରେ ମିଳିଲା ନ୍ୟାୟ

୧୬ ବର୍ଷ ପରେ ମିଳିଲା ନ୍ୟାୟ

0
WhatsApp Image 2026-05-20 at 12.25.24 PM

ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ଆସାମୀ କୁ ୧୭ ବର୍ଷ ୭ ମାସ ୧୦ ଦିନ ଜେଲ ଓ ୯ ହଜାର ୫୨୫ ଟଙ୍କା ଜରିମାନା l

ସୁବର୍ଣ୍ଣପୁର — ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅଞ୍ଚଳ ରେ ୨୦୧୦ ମସିହାରେ ଘଟିଥିବା ଏକ ଗଣ ଦୁଷ୍କର୍ମ ମାମଲାରେ ସୁବର୍ଣ୍ଣପୁର ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଙ୍କ କୋର୍ଟ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଅଦାଲତ ଏହି ଜଘନ୍ୟ କାଣ୍ଡ ର ଅଭିଯୁକ୍ତ ସତ୍ୟ ଓରଫ ସତ୍ୟବାନ୍ ପାଣ୍ଡେ କୁ ଦୋଷୀ ସାବ୍ୟସ୍ତ କରିବା ସହ ୧୭ ବର୍ଷ ୭ ମାସ ୧୦ ଦିନ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ୯ ହଜାର ୫୨୫ ଟଙ୍କା ଜରିମାନା ଦେବାକୁ ପଡ଼ିବ ବୋଲି ମାନ୍ୟବର କୋର୍ଟ କହିଛନ୍ତି । ଜରିମାନା ଅନାଦେୟ ହେଲେ ଅଧିକ ଦୁଇ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘ ୧୬ ବର୍ଷ ର ପ୍ରତିକ୍ଷା ପରେ ପିଡିତାଙ୍କୁ ମିଳିଛି ନ୍ୟାୟ । ଘଟଣା ର ବିବରଣୀ ରୁ ପ୍ରକାଶ ଯେ , ଗତ ତା ୦୭ . ୦୮ . ୨୦୧୦ ରିଖ ରେ ଡୁଙ୍ଗୁରିପାଲି ଥାନା ଅଞ୍ଚଳରେ ନା ବାଳିକା ଗଣ ଦୁଷ୍କର୍ମ ମାମଲା ହୋଇଥିଲା । ଯାହାର କି ଥାନା କେସ ନମ୍ବର 65/2010 , 376(2)(g) ଧାରା ଅନୁସାରେ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା । ସୂଚନଯୋଗ୍ୟ ଯେ , ଅନ୍ୟତମ ଅଭିଯୁକ୍ତ ସୀତାରାମ ନାଏକ ର ମାମଲା ପୂର୍ବରୁ ପୃଥକ ଭାବେ ଫଇସଲା ହୋଇସାରିଛି । ଏହି ମାମଲା ପବ୍ଲିକ ପ୍ରୋସିକ୍ୟୁଟର ମଧୁମିତା ଅମାତ୍ୟଙ୍କ ମନିଟର ରେ ଅତିରିକ୍ତ ପି ପି ପଞ୍ଚାନନ ଦନ୍ତା ପରିଚାଳନା କରିଥିଲେ । ଏହି ମାମଲା ରେ ଡାକ୍ତର , ପୀଡ଼ିତା ଙ୍କ ମାଆ ଓ ତଦନ୍ତକାରୀ ଅଧିକାରୀ ଙ୍କୁ ମିଶାଇ ୧୦ ଜଣ ସାକ୍ଷୀଙ୍କ ବୟାନ ଏବଂ ଜବତ ପ୍ରମାଣ ପତ୍ର କୁ ଆଧାର କରି ମାନ୍ୟବର କୋର୍ଟ ଏହି ଦଣ୍ଡାଦେଶ ଦେଇଛନ୍ତି । ଜରିମାନା ଅର୍ଥ ଆଦାୟ ହେଲେ ତାହା ପୀଡ଼ିତା ଙ୍କୁ କ୍ଷତି ପୂରଣ ବାବଦରେ ପ୍ରଦାନ କରାଯିବ ବୋଲି କୋର୍ଟ ନିଜ ରାୟ ରେ ଉଲ୍ଲେଖ କରିଛନ୍ତି l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *