May 20, 2026
Home » ଜୁନାଗଡ଼ ପୋଲିସକୁ ବଡ଼ ସଫଳତା

ଜୁନାଗଡ଼ ପୋଲିସକୁ ବଡ଼ ସଫଳତା

0
WhatsApp Image 2026-05-20 at 12.50.15 PM

ବିଭିନ୍ନ ଅଞ୍ଚଳରୁ ଚୋରି ହୋଇଥିବା ୪୪ ବାଇକ ଜବତ, ୬ ଅଭିଯୁକ୍ତ ଗିରଫ।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ପୋଲିସକୁ ବଡ଼ ସଫଳତା ମିଳିଛି । ବୁଧବାର ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ୪୪ଟି ଚୋରି ବାଇକ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା ୬ ଜଣକୁ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଜୁନାଗଡ଼ (ଗନ୍ତାୟତପଡା) ସୁରଜ କୈବର୍ତ୍ତ (୧୮),ପବନ କୈବର୍ତ୍ତ(୨୩),ଆକାଶ କୈବର୍ତ୍ତ(୧୯), ହିଞ୍ଜଲି ବାହାଲି ପଡାର ଆଲୋକ ବାରିକ (୧୯),ମୁଣ୍ଡରାଗୁଡାର ଚାନ୍ଦ ନାଏକ(୨୧) ଓ ଭବାନୀପାଟଣା ନକଟିଗୁଡାର ସମୀର ଦୁର୍ଗା (୨୨)।ଏନେଇ ଜୁନାଗଡ଼ ଥାନାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କଳାହାଣ୍ଡି ଏସପି ନାଗରାଜ ଦେବରକୋଣ୍ଡା ସୂଚନା ଦେଇଛନ୍ତି।

ଗତ ୧୩ ତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ ଚୋରି ନେଇ ମାମଲା ରୁଜ୍ଜୁ ହେବା ପରେ ପୋଲିସ ତଦନ୍ତକୁ ତ୍ଵରାନିତ କରିଥିଲା। ଏହାପରେ ଉପରୋକ୍ତ ବାଇକ ସବୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ଚୋରି ବାଇକ ଗୁଡିକ ଜୁନାଗଡ଼ ଥାନା ସମେତ ଜିଲ୍ଲାର ଧର୍ମଗଡ଼, କୋକସରା, ଆମପାଣି ଓ ଗୋଲାମୁଣ୍ଡା ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏସବୁ ଥାନା ଗୁଡିକରେ ପୂର୍ବରୁ ବାଇକ ଚୋରି ନେଇ ଏକାଧିକ ମାମଲା ରୁଜୁ ହୋଇଥିଲା। ସାମ୍ୱାଦିକ ସମ୍ମିଳନୀରେ ଏସପିଙ୍କ ସହ ଧର୍ମଗଡ଼ ଏସଡିପିଓ ଭର୍ଷିତା ଅଡେପୁ ଏବଂ ଜୁନାଗଡ଼ ଥାନା ଅଧିକାରୀ ଶେଷଦେବ ବେହେରା ଉପସ୍ଥିତ ଥିଲେ। କଳାହାଣ୍ଡି ଏସପି ଦେବରକୋଣ୍ଡା ନିଜ ପ୍ରତିକ୍ରିୟାରେ ଜୁନାଗଡ଼ ପୋଲିସର ତ୍ଵରିତ କାର୍ଯ୍ୟକୁ ପ୍ରଶଂସା କରିବା ସହ ଏହି ଗ୍ୟାଙ୍ଗ ବହୁଦିନରୁ ଜିଲାର ବିଭିନ୍ନ ଅଞ୍ଚଳରେ ବାଇକ ଚୋରି କରି ଅବାଧ ରେ ବିକ୍ରି କରୁଥିଲେ। ଉଦ୍ଧାର ବାଇକ ଗୁଡ଼ିକକୁ ଯଥାଶୀଘ୍ର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଜୁନାଗଡରୁ ସୁଜିତ ସିଂଘଲଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *