11 KV ବିଦ୍ୟୁତ ତାର ଚୋରି ଅଭିଯୋଗ : 3 ଗିରଫ l
ସୁବର୍ଣ୍ଣପୁର —- ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘପାଲି ଏବଂ କୋଟସମଲେଇ ସ୍ଥିତ ପାତାଳୀ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ଥିବା 11 କେ ଭି ବିଦ୍ୟୁତ ତାର ଚୋରି ଅଭିଯୋଗରେ ପୋଲିସ 3 ଜଣଙ୍କୁ ଗିରଫ କରିଛି l ଅଭିଯୁକ୍ତ ମାନେ ହେଲେ ସମ୍ବଲପୁର ଜିଲ୍ଲା କ୍ଷେତରାଜପୁର ବିହାରୀପଡା ର ଅନିଲ ଶର୍ମା (32), ବିନୋଦ ରାୟ (42) ଓ ବରଗଡ ଜିଲ୍ଲା ଭଟଲି କୃଷ୍ଣପୁର ର ହାଡୁ ବାଘ (35) l ଏଥିସହ ପୋଲିସ ସେମାନଙ୍କ ଠାରୁ ଚୋରି ଆଲୁମିନିୟମ ତାର, ନଗଦ 80 ହଜାର ଟଙ୍କା ଏବଂ 3 ଟି ମୋବାଇଲ ଫୋନ ଜବତ କରିଛି l ଘଟଣା ରୁ ପ୍ରକାଶ ଯେ, ବାଘପାଲି ଏବଂ ପାତାଳୀ ଶ୍ରୀ କ୍ଷେତ୍ର ଜଗନ୍ନାଥ ମନ୍ଦିର ରେ ଥିବା 11 କେ ଭି ବିଦ୍ୟୁତ ତାର ଚୋରି କରିଥିବା ନେଇ ବିଦ୍ୟୁତ ବିଭାଗ ଥାନା ରେ ଅଭିଯୋଗ କରିଥିଲା l ଅଭିଯୋଗ ଆଧାର ରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା l ବିଭିନ୍ନ ସ୍ଥାନରୁ ସି ସି ଟି ଭି ଫୁଟେଜ ଯାଞ୍ଚବେଳେ ଦୁଇଟି ଚାରିଚକିଆ ଗାଡି ଘଟଣାସ୍ଥଳ ଆଡକୁ ଯାଇଥିବା ନେଇ ଦେଖିବାକୁ ପାଇଥିଲା l ପରେ ଉକ୍ତ ଗାଡି ଦୁଇଟି ସମ୍ବଲପୁର ଆଡକୁ ଯାଇଥିଲା l ଗୁଇନ୍ଦା ସୂଚନା କୁ ଆଧାର କରି ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା l ପୋଲିସ ଅଭିଯୁକ୍ତ ଅନିଲ ଶର୍ମା କୁ ଗିରଫ କରି ପଚରାଉଚରା ବେଳେ ସେ ସନ୍ତୋଷ ରାୟ ଙ୍କ ସମେତ ଅନ୍ୟ ସହଯୋଗୀ ଙ୍କ ନାମ ପ୍ରକାଶ କରିଥିଲା l ଏଥିସହ ଚୋରି ହୋଇଥିବା ଆଲୁମିନିୟମ ତାର କ୍ଷେତରାଜପୁର ର ବିହାରୀପଡା ଅଞ୍ଚଳ ରେ ଥିବା ଜଣେ କବାଡି ବ୍ୟବସାୟୀ ସନ୍ତୋଷ ଗୁପ୍ତା ଙ୍କ ଜରିଆରେ ବିକ୍ରି କରାଯାଇଥିବା ପୋଲିସ ଆଗରେ ସେ ପ୍ରକାଶ କରିଥିଲା l ଅଭିଯୁକ୍ତ ଙ୍କ ଠାରୁ ସୂଚନା ପାଇ ପୋଲିସ ସମ୍ବଲପୁର ରେମେଡ଼ ଛକ ସ୍ଥିତ ” ଭି ଆର ଏଲ ଟ୍ରାନ୍ସପୋର୍ଟ ” ରୁ ତରଳାଯାଇଥିବା ଆଲୁମିନିୟମ, ଆବରଣହୀନ ଆଲୁମିନିୟମ ତାର ଜବତ କରିଥିଲା l ଏହାପରେ ପୋଲିସ ଉପରୋକ୍ତ 3 ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି ସୋମବାର ଦିନ କୋର୍ଟ ଚାଲାଣ କରିଥିବା ବୀରମହାରାଜପୁର ପୋଲିସ ପକ୍ଷରୁ ସୂଚନା ମିଳିଛି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ରିପୋର୍ଟ ଇପିଏ ନ୍ୟୁଜ…
