ରାଜ୍ୟପାଳ ପୁରସ୍କାର ପାଇବ ବୌଦ୍ଧ ଜିଲ୍ଲା
ଶ୍ରେଷ୍ଠ ଜୁନିୟର ରେଡକ୍ରସ୍ ଜିଲ୍ଲା ସହ ଦୁଇ ପରାମର୍ଶଦାତା ମଧ୍ୟ ହେବେ ପୁରସ୍କୃତ l
ଭାରତୀୟ ରେଡକ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା, ଭୁବନେଶ୍ୱର ପକ୍ଷରୁ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ବୌଦ୍ଧ ଜିଲ୍ଲାକୁ ରାଜ୍ୟର ଶ୍ରେଷ୍ଠ ଜୁନିୟର ରେଡକ୍ରସ୍ ଜିଲ୍ଲା ଭାବେ ମନୋନୀତ କରାଯାଇଛି।ଏହି ସଫଳତା ଜିଲ୍ଲାର ଶିକ୍ଷା ବିଭାଗ, ଜୁନିୟର ରେଡକ୍ରସ୍ ପରାମର୍ଶଦାତା ଓ ସ୍ୱେଚ୍ଛାସେବୀମାନଙ୍କ ପାଇଁ ଏକ ଗୌରବର ବିଷୟ।ଏଥିସହ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ରାଜ୍ୟ ଶ୍ରେଷ୍ଠ ଜୁନିୟର ରେଡକ୍ରସ୍ ପରାମର୍ଶଦାତା ଭାବେ ରାମଗଡ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ତଥା ରେଡକ୍ରସ ପରାମର୍ଶଦାତା ଗିରିଜା ଶଙ୍କର ବାଘ ଏବଂ ୨୦୨୫-୨୬ ଶିକ୍ଷାବର୍ଷ ପାଇଁ ଜୁନିୟର ରେଡକ୍ରସ୍ ପରାମର୍ଶଦାତା ତଥା କଣ୍ଟାମାଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବନମାଳୀ ମେହେର ମଧ୍ୟ ପୁରସ୍କୃତ ହେବାକୁ ମନୋନୀତ ହୋଇଛନ୍ତି।

ଏହି ତିନୋଟି ସଫଳତା ପାଇଁ ଜିଲ୍ଲାରେ ଖୁସିର ମାହୋଲ ଖେଳି ଉଠିଛି l ଜୁନିୟର ରେଡକ୍ରସ୍ ମାଧ୍ୟମରେ ଛାତ୍ରଛାତ୍ରୀ ଓ ସମାଜ ମଧ୍ୟରେ ସେବା, ସହଯୋଗ ଓ ମାନବିକତାର ଭାବନା ଜାଗ୍ରତ କରିବା ସହ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ଏହି ସଫଳତାର ମୁଖ୍ୟ ଆଧାର ହୋଇଛି। ରକ୍ତଦାନ ସଚେତନତା, ସାମାଜିକ ସେବା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ, ବୃକ୍ଷରୋପଣ, ପରିବେଶ ସୁରକ୍ଷା, ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ଓ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ତାଲିମ୍ ଆଦି କାର୍ଯ୍ୟକ୍ରମରେ ଜିଲ୍ଲାର ଜୁନିୟର ରେଡକ୍ରସ୍ ୟୁନିଟ୍ଗୁଡ଼ିକର ସକ୍ରିୟ ଭୂମିକା ଏହି ସମ୍ମାନ ହାସଲରେ ସହାୟକ ହୋଇଛି। ଏହି ପୁରସ୍କାର ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଦ୍ୱାରା ପ୍ରଦାନ କରାଯିବା l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
