40 ଦିନ ପରେ ମିଳିଲା ନିଖୋଜ ଯୁବକ ଙ୍କ ମୃତ ଦେହ
ସୁବର୍ଣ୍ଣପୁର: ବୌଦ୍ଧ ଜିଲ୍ଲା ବିରାମଚନ୍ଦ୍ରପୁର ଗାଁ ର ଦଣ୍ଡୁଆ ନିଖୋଜ ର ୪୦ ଦିନ ପରେ ମିଳିଛି ମୃତ ଦେହ । ଦଣ୍ଡୁଆ ନିଖୋଜ କୁ ନେଇ ବୌଦ୍ଧ ଜିଲ୍ଲାର ବିଭିନ୍ନ ଥାନା ରେ ହୋଇଥିଲା ଆଭଯୋଗ। ଘଟଣା ର ୪୦ ଦିନ ପରେ ହରଭଙ୍ଗା ଥାନା ଅନ୍ତର୍ଗତ ଗୁଣ୍ଡୁରିସାହି ର ଗ୍ରାମ୍ୟ ଜଙ୍ଗଲ ରୁ ନିଖୋଜ ଦଣ୍ଡୁଆର ମିଳିଛି ମୃତ ଦେହ । ମୃତକ ଦଣ୍ଡୁଆ ଜଣଙ୍କ ହେଲେ ବିରାମଚନ୍ଦ୍ରପୁର ଗାଁ ର ପୀତବାସ ମାଝୀ l ତାକୁ କିଏ ହତ୍ୟା କରିଛି କି ସ୍ଵାଭାବିକ ମୃତ୍ୟୁ ତାହାକୁ ନେଇ ତଦନ୍ତ ଜାରୀ ରଖିଛି ହରଭଙ୍ଗା ଥାନା ପୋଲିସ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
