July 30, 2026
Home » 5 କୁଇଣ୍ଟାଲ ଗଞ୍ଜେଇ, ଗୋଟିଏ ପିକଅପ ଭ୍ୟାନ ଓ ଗୋଟିଏ କାର ଜବତ : 4 ମାଫିଆ ଗିରଫ

5 କୁଇଣ୍ଟାଲ ଗଞ୍ଜେଇ, ଗୋଟିଏ ପିକଅପ ଭ୍ୟାନ ଓ ଗୋଟିଏ କାର ଜବତ : 4 ମାଫିଆ ଗିରଫ

0
WhatsApp Image 2026-07-30 at 12.00.17 PM (1)

 

ସୁବର୍ଣ୍ଣପୁର —–ସୁବର୍ଣ୍ଣପୁର ଜିଲ୍ଲା ମୋବାଇଲ ୟୁନିଟ୍‌ ଓ ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ଗଞ୍ଜେଇ ଚୋରାଚାଲାଣ ରୋକିବାକୁ ଉଲୁଣ୍ଡା ଥାନା ଏସ୍‌. ପତ୍ରାପାଲି ଓ ବୀରମହାରାଜପୁର ଥାନା ରକ୍ସା ଛକଠାରେ ମଙ୍ଗଳବାର ଚଢ଼ାଉ କରାଯାଇଥିଲା। ଦୁଇଟି ପୃଥକ୍‌ ମାମଲାରେ 4 ଜଣଙ୍କୁ ଗିରଫ କରାଯାଇଛି। ଉଭୟ ଘଟଣାରେ 5 କୁଇଣ୍ଟାଲ ଗଞ୍ଜେଇ ସହ ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌ ଓ ଗୋଟିଏ କାର ଜବତ ହୋଇଛି। ଅଭିଯୁକ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଛି। ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ 5 କୋଟି ଟଙ୍କା ହେବ ବୋଲି ଅବକାରୀ ଅଧୀକ୍ଷକ ପ୍ରବୀର କୁମାର ସାମଲ କହିଛନ୍ତି।
ଉଲୁଣ୍ଡାପଟୁ ଆସୁଥିବା ଏକ ଧଳାରଙ୍ଗର ନମ୍ବରବିହୀନ ପିକ୍‌ଅପ୍‌ ଭ୍ୟାନ୍‌କୁ ଅବକାରୀ ବିଭାଗର ଜିଲ୍ଲା ମୋବାଇଲ ୟୁନିଟ୍‌ ପକ୍ଷରୁ ସନ୍ଦେହରେ ଏସ୍‌. ପତ୍ରାପାଲି ଛକଠାରେ ଅଟକ ରଖି ତନଖି କରାଯାଇଥିଲା। ଭ୍ୟାନ୍‌ ଡାଲା ଉପରେ 12ରୁ 15 ବସ୍ତା ଶୁଖିଲା ଲଙ୍କା ଥିଲା। ତେବେ ଭିତରୁ 20 ବସ୍ତା ଗଞ୍ଜେଇ ଠାବ ହୋଇଥିଲା। ଓଜନ ପରେ ଭ୍ୟାନ୍‌ ସହ 4 କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଥିଲା। ଏହି ଘଟଣାରେ ସୁବଳୟା ଥାନା କାଶଲପୁର ଅଞ୍ଚଳର ଚକ୍ରପାଣି ପାତ୍ର(48) ଓ ଉଲୁଣ୍ଡା ଥାନା ଗୁଜା ଅଞ୍ଚଳର ଅଜିତ କର୍ମୀ(21)ଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କରେ ଅବକାରୀ ବିଭାଗର ସୁବର୍ଣ୍ଣପୁର ଜିଲା ମୋବାଇଲ ୟୁନିଟ୍‌ ପକ୍ଷରୁ ଏନ୍‌ଡିପିଏସ୍‌ ଆକ୍ଟ ଅନୁଯାୟୀ ନଂ.133/26 ରେ ମାମଲା ରୁଜୁ ହୋଇଛି। ପ୍ରାରମ୍ଭିକ ତଦନ୍ତରୁ ଉକ୍ତ ଗଞ୍ଜେଇ ବୌଦ୍ଧ ଜିଲ୍ଲାରୁ ବୀରମହାରାଜପୁର ରାସ୍ତା ଦେଇ ସମ୍ବଲପୁରକୁ ଚାଲାଣ କରାଯାଉଥିଲା। ସେହିପରି ବୀରମହାରାଜପୁର ଅବକାରୀ ଥାନା ପକ୍ଷରୁ ରକ୍ସା ଛକଠାରେ ବୀରମହାରାଜପୁରପଟୁ ଆସୁଥିବା ଧଳାରଙ୍ଗର ନମ୍ବରବିହୀନ ଏକ କାର୍‌କୁ ତନଖି କରାଯାଇଥିଲା। କାର ଭିତରୁ ଏକ କୁଇଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି। ଏହି ଘଟଣାରେ ସୁବଳୟା ଥାନା ପିତାମହୁଲ ଗ୍ରାମ ବର୍ଡାକଟାର ସଞ୍ଜୀବ ଭୁକ୍ତା(27) ଓ ପିତାମହୁଲ ଗ୍ରାମର ସୁଦୀପ କର୍ମୀ(19)ଙ୍କୁ ଗିରଫ ହୋଇଛନ୍ତି। ଏ ସମ୍ପର୍କରେ ବୀରମହାରାଜପୁର ଅବକାରୀ ଥାନାରେ ନଂ.76/26ରେ ଏନ୍‌ଡିପିଏସ୍‌ ଆକ୍ଟରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି। ଅବକାରୀ ଜିଲ୍ଲା ମୋବାଇଲ ୟୁନିଟ୍‌ର ଗୋବିନ୍ଦ ନାଏକ, ଏସ୍‌ଆଇ ଶାନ୍ତନୁ କୁମାର ପଟ୍ଟନାୟକ, ବୀରମହାରାଜପୁର ଅବକାରୀ ଥାନା ଓଆଇସି ରାମଚନ୍ଦ୍ର ପଟ୍ଟନାୟକ, ଏଏସ୍‌ଆଇ ଦେବେନ୍ଦ୍ର ବରିହା, କନ୍‌ଷ୍ଟେବଲ ନମିତା ବାଦି, ଭାଗ୍ୟବାନ୍‌ କୁମ୍ଭାର, ଆକାଶ ସାହୁ ପ୍ରମୁଖ ଚଢ଼ାଉରେ ସାମିଲ ଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *