April 22, 2026
Home » 50 କେଜି ଗଞ୍ଜେଇ ସହ ଗାଡି ଜବତ, ଗଞ୍ଜେଇ ମାଫିଆ ଫେରାର

50 କେଜି ଗଞ୍ଜେଇ ସହ ଗାଡି ଜବତ, ଗଞ୍ଜେଇ ମାଫିଆ ଫେରାର

0
WhatsApp Image 2026-04-15 at 12.49.51 PM (1)

 

ସୁବର୍ଣ୍ଣପୁର —- ଯେତେ ଚଢ଼ାଉ କି ଧରପଗଡ଼ ହେଉନା କାହିଁକି ଚୋରା ଗଞ୍ଜେଇ କାରବାର ବନ୍ଦ ହେଉନି l ପ୍ରତିଦିନ କୌଣସି ନା କୌଣସି ସ୍ଥାନରୁ ଚୋରା ଗଞ୍ଜେଇ ଧାରପଡୁଛି l କେତେକ ଧରା ପଡୁଥିବା ବେଳେ ଆଉ କେତେକ ପୋଲିସ ଆଖିରେ ଧୂଳି ଦେଇ ଫେରାର ମାରିବାରେ ସଫଳ ହେଉଛନ୍ତି l ମାଫିଆ ମାନେ ବୌଦ୍ଧ ଜିଲ୍ଲା କଣ୍ଟାମାଳ, ଘଣ୍ଟାପଡା, ମନମୁଣ୍ଡା, ବାଉଁଶୁଣୀ ଓ ଶଗଡା ଅଞ୍ଚଳ ରୁ ଗଞ୍ଜେଇ ନେଇ ପଡୋଶୀ ସୁବର୍ଣ୍ଣପୁର ଜିଲ୍ଲା ଦେଇ ଅନ୍ୟ ରାଜ୍ୟ କୁ ଚୋରା ଚାଲାଣ କରୁଥିବା ଜଣାଯାଏ l ଆନ୍ତରାଜ୍ୟ ଚୋରା ଗଞ୍ଜେଇ କାରବାର ରେ ମହିଳା ଙ୍କୁ ମଧ୍ୟ ବ୍ୟବହାର କରାଯାଉଛି l

ମାଫିଆ ମାନେ ବିଭିନ୍ନ ଉପାୟରେ ଚୋରା ଗଞ୍ଜେଇ ଚାଲାଣ କରୁଥିବାରୁ ସବୁବେଳେ ପୋଲିସ ର ନଜର କୁ ଆସିପାରୁନାହିଁ l ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉଦେପୁର ଛକ ରୁ ଗଂଜେଇ ଜବତ ହୋଇଥିବା ଜଣାପଡିଛି l କଣ୍ଟାମାଲ ପୋଲିସ ଉଦେପୁର ଛକ ନିକଟ ରେ ଗାଡି ମୋଟର ଯାଞ୍ଚ କରୁଥିବା ବେଳେ ଏକ ଆଇଟେନ କାର କୁ ଅଟକାଇ ଥିଲେ l ପୋଲିସ କୁ ଦେଖି ଚାଳକ ଗାଡି ଛାଡି ଫେରାର ମାରିଥିଲେ l ଉକ୍ତ ଗାଡିକୁ ଯାଞ୍ଚ କରିବା ବେଳେ ଗାଡି ରେ ଗଂଜେଇ ଥିବା ଜାଣିବାକୁ ପାଇଥିଲେ l ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତି ରେ ଯାଞ୍ଚ ପରେ ଗାଡ଼ିରୁ 50କେଜି 200 ଗ୍ରାମ ଓଜନର ଗଞ୍ଜେଇ ବାହାରିଥିଲା l ଗାଡି ଓ ଗଞ୍ଜେଇ କୁ ଜବତ କରିବା ସହ କଣ୍ଟାମାଲ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଥିବା ନେଇ ସୂଚନା ଦେଇଛନ୍ତି କଣ୍ଟାମାଲ ଥାନା ଅଧିକାରୀ ବାସୁଦେବ ଭୋଇ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *