April 22, 2026
Home » ଆଠ ଲକ୍ଷ ରୁ ଉର୍ଦ୍ଧ୍ୱ ନକଲି ଭାରତୀୟ ମୁଦ୍ରା ନୋଟ ( FICN ) ଓ ସ୍କୋର୍ପିଓ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ l

ଆଠ ଲକ୍ଷ ରୁ ଉର୍ଦ୍ଧ୍ୱ ନକଲି ଭାରତୀୟ ମୁଦ୍ରା ନୋଟ ( FICN ) ଓ ସ୍କୋର୍ପିଓ ଜବତ ସହ ଦୁଇ ଅଭିଯୁକ୍ତ ଗିରଫ l

0
WhatsApp Image 2026-04-15 at 2.52.32 PM

ସୁବର୍ଣ୍ଣପୁର — ମଙ୍ଗଳବାର (14/04/2026 ) ରାତି ପ୍ରାୟ 08.30 ରେ ସୋନପୁର ଥାନା ଏସ୍ଆଇ ଅନିଲ ବେହେରା ଥାନା କର୍ମଚାରୀଙ୍କ ସହିତ ସୋନପୁର ଥାନା ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ସମୟରେ ସନ୍ଦେହଜନକ ଭାବରେ ବ୍ଲକ ଛକ ନିକଟରେ ଏକ କଳା ରଙ୍ଗର ମହିନ୍ଦ୍ରା ସ୍କୋର୍ପିଓ ଯାହାର ପଞ୍ଜିକୃତ ନମ୍ବର OD -34 Z 1919 ଗାଡିକୁ ଅଟକାଇଥିଲେ । ସେହି ଗାଡି ଯାଞ୍ଚ କରିବା ସମୟରେ ପୋଲିସ ଟିମ ଯାଜପୁର ଜିଲ୍ଲା ଯଖପୁର ଗ୍ରାମର ଅଭିଳାଷ ପୁରୁଷୋତ୍ତମ ଶତପଥୀ( 21) ଏବଂନୟାଗଡ ଜିଲ୍ଲା ମର୍ଦରାଜପୁର ଗ୍ରାମର ପ୍ରଶାନ୍ତ ଦାସଙ୍କ (34) ଙ୍କ ପାଖରେ ଥିବା ଗୋଟିଏ ନୀଳ ରଙ୍ଗର କ୍ୟାରି ବ୍ୟାଗ ପାଇଥିଲେ ।

ଉକ୍ତ ବ୍ୟାଗକୁ ଯାଞ୍ଚ କରିବାରୁ ସେହି କ୍ୟାରି ବ୍ୟାଗରୁ 1695 ଗୋଟି 500/-(Rs. 8,47,500/) ଟଙ୍କାର FICN ନୋଟ୍ (ନକଲି ଭାରତୀୟ ମୁଦ୍ରା ନୋଟ୍) ଜବତ କରାଯାଇଥିଲା । ପଚରାଉଚରା ସମୟରେ ଦୁଇ ଅଭିଯୁକ୍ତ ବରଗଡ଼ ଜିଲ୍ଲାରୁ ଏହା ସଂଗ୍ରହ କରି ସୁବର୍ଣ୍ଣପୁର ଜିଲ୍ଲା ଏବଂ ଅନ୍ୟାନ୍ୟ ଅଞ୍ଚଳରେ FICN ଚାଲାଣ କରୁଥିବା ପ୍ରକାଶ କରିଥିଲେ । ଏ ନେଇ ସୋନପୁର ଥାନା କେଶ ନମ୍ବର 126 ତା. 14/04/2026 U/s-178/179/180/61(2)BNS ଆକ୍ଟ ରେ ଏକ ମାମଲା ରୁଜୁ ହୋଇଛି l ଏ ନେଇ ବୁଧବାର ସୁବର୍ଣ୍ଣପୁର ଜିଲ୍ଲା ପୋଲିସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ବିଳନୀ ରେ ସୂଚନା ଦେଇଛନ୍ତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ l ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟରେ ହଜାର ଯାଇଛି ଓ ମାମଲାଟି ତଦନ୍ତାଧୀନ ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ l

 

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *