August 27, 2025
Home » 7 କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନକଲି ନମ୍ବର ଥିବା ବୋଲେରୋ ମେକ୍ସ ପିକଅପ ଜବତ

7 କୁଇଣ୍ଟାଲ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ସହ ନକଲି ନମ୍ବର ଥିବା ବୋଲେରୋ ମେକ୍ସ ପିକଅପ ଜବତ

0
WhatsApp Image 2025-08-19 at 9.07.21 AM

ସୁବର୍ଣ୍ଣପୁର ଜିଲ୍ଲା ପୋଲିସ ଦ୍ବାରା ବିପୁଳ ପରିମାଣ ଗଞ୍ଜେଇ ସହ ମାକ୍ସ ପିକଅପ ଜବତ । ତରଭା ଥାନା ଅନ୍ତର୍ଗତ କମସରା ନିକଟସ୍ତ ଡଙ୍ଗରତଳ ଠାରୁ 7 କ୍ଵିଣ୍ଟାଲ 72 କେଜି 800 ଗ୍ରାମ ଗଞ୍ଜେଇ ସହ ପିକ ଅପ୍ ଗାଡ଼ି ଜବତ କରିଛି l ଏ ନେଇ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବା ସହ ବିସ୍ତୃତ ସୂଚନା ଦେଇଛନ୍ତି ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ । ସୂଚନା ଅନୁଯାୟୀ ରବିବାର ରାତି ସମୟରେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଅଞ୍ଚଳରୁ ତରଭା ଥାନା ଅନ୍ତର୍ଗତ ନର୍ଡା ଗ୍ରାମର ଅଶୋକ ସାହୁ ତାଙ୍କ ଡ଼୍ରାଇଭର ଏବଂ ଟିମ୍ ଏକ ବୋଲେରୋ ପିକଅପରେ ଗଞ୍ଜେଇ ତେଲନଦୀ ବ୍ରିଜ ପାର ହୋଇ କମସରା-ତରଭା ରାସ୍ତାରେ ବାହାରକୁ ଚାଲାଣ କରିବାକୁ ଯୋଜନା କରିଥିବା ନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା ଏବଂ ଗାଡ଼ି କୁ 2 ଗୋଟି ଚାରି ଚକିଆ ଏବଂ 3 ଟି ବାଇକ୍ ସୁରକ୍ଷା ଦେଉଥିବା ଖବର ଥିବାରୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗଠନ କରାଯାଇ କଣ୍ଟାମାଳ ଏବଂ ତରଭା ଉଭୟ ପଟରୁ ପିଛା କରିବା ପରେ କମସରା ଗାଁ ନିକଟସ୍ଥ ଡଙ୍ଗରତଳ ଠାରେ କଣ୍ଟାମାଳ ପଟରୁ ପିଛା କରୁଥିବା ପୋଲିସ ଟିମ ପିକ୍ ଅପ୍ କୁ ଅଟକାଇବାରେ ସଫଳ ହୋଇଥିଲେ। ବୋଲେରୋ ପିକଅପ ଗାଡ଼ି ନଂOR -19 G-9011 ( appears to be fake ) ରେ ବିପୁଳ ପରିମାଣର ଗଂଜେଇ ଭର୍ତ୍ତି ଥିବା ଜଣାପଡିଥିଲା ।

24 ଟି ବଡ଼ ବସ୍ତାରେ ଗଞ୍ଜେଇ ଭର୍ତ୍ତି ଥିବା ଏବଂ ଗାଡ଼ିର ନମ୍ବର ନକଲି ଥିବା ଜଣାପଡିଥିଲା । ପରେ ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ ଓଜନ କରାଯାଇଥିଲା ବେଳେ ଜବତ ଗଞ୍ଜେଇ ର ପରିମାଣ 7 କୁଇଣ୍ଟାଲ 72 କେଜି 800 ଗ୍ରାମ ହୋଇଥିଲା I ଏହାର ବଜାର ମୂଲ୍ୟ ଆନୁମାନିକ ପ୍ରାୟ 1.50 କୋଟି ଟଙ୍କା ହେବ ବୋଲି ଜଣାପଡିଛି । ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ କେ. ହରି ପ୍ରସାଦ ପ୍ରମୁଖ ଘଟଣା ସ୍ଥଳରେ ତଦାରଖ କରିଥିଲେ I ଗାଡ଼ି କୁ ପାଇଲଟିଂ କରୁଥିବା ଗାଡ଼ି ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସକ୍ଷମ ହୋଇଥିବା ପୋଲିସ ସୂଚନା ଦେଇଛି । ପରେ ବିଳମ୍ବିତ ରାତ୍ରିରେ ଅଶୋକ ସାହୁ ଙ୍କ ଘରେ ପୋଲିସ ଟିମ୍ ରେଡ କରିଥିଲା ବେଳେ ଅଶୋକ ଘରେ ନ ଥିବା ନେଇ ସୂଚନା ଦେଇଛନ୍ତି ଆରକ୍ଷୀ ଅଧିକ୍ଷକ ।ଏହି ବଡ଼ ଧରଣର ଗଞ୍ଜେଇ ଚୋରା଼ ଚାଲାଣ କାରବାର ଧରପଗଡ଼ରେ କମସରା ଫାଣ୍ଡି ଏସଆଇ ମରୁତ ଚନ୍ଦ୍ର ପ୍ରଧାନଙ୍କ ସହ ପୋଲିସ ଦଳ ଏବଂ ତରଭା ପୋଲିସ ଥାନା ଆଇ ଆଇ ସି ଅନିତା କିଡୋ ସାମିଲ ଥିଲେ I ଏ ନେଇ ତରଭା ଥାନାରେ ଏକ କେସ ନଂ. 230 ତା 18/08/2025 U/s-20(b)(ii)C NDPS Act.ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଏ ନେଇ ପୋଲିସ ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି l ବିପୁଳ ପରିମାଣରେ ଗଞ୍ଜେଇ ଜବତ ହେବା ପରେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଗଞ୍ଜେଇ ଦେଖିବା ପାଇଁ ବାଟୋଇଙ୍କ ଭିଡ଼ ଜମିଥିଲା I ଏହି ଗଞ୍ଜେଇ ଚୋରା ଚାଲାଣ ପଡୋଶୀ ଛତିଶଗଡ ଦେଇ ବାହାରକୁ ପାରି ହେଉଥିବା ସନ୍ଦେହ କରାଯାଉଥିବା ବେଳେ ଆନ୍ତରାଜ୍ୟ ଗଞ୍ଜେଇ ବେପାରୀଙ୍କ ସହିତ ସମ୍ପର୍କ ରହିଥିବାର ଆଶା କରାଯାଉଛି I

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *