March 14, 2025
Home » ଏଡଭୋକେଟ ଅନ୍ ରେକର୍ଡ ହାସଲ କରି ସୁବର୍ଣ୍ଣପୁର ର ଗୌରବ ବଢାଇଛନ୍ତି ବିଶ୍ୱବାରା ଦାଶ

ଏଡଭୋକେଟ ଅନ୍ ରେକର୍ଡ ହାସଲ କରି ସୁବର୍ଣ୍ଣପୁର ର ଗୌରବ ବଢାଇଛନ୍ତି ବିଶ୍ୱବାରା ଦାଶ

0

ସୁବର୍ଣ୍ଣପୁର — ରାଜ୍ୟ ସଭାରେ ଭାରତର ଆଇନ୍ ମନ୍ତ୍ରଣାଳୟ ପକ୍ଷରୁ ରଖା ଯାଇଥିବା ଉତ୍ତର ରେ ୨୦,୧୩,୦୮୧ ଜଣ ପଞ୍ଜୀକୃତ ଆଇନଜୀବୀ ଦେଶ ର ବିଭିନ୍ନ ନ୍ୟାୟାଳୟ ରେ କାର୍ଯ୍ୟରତ l ସବୁଠୁ ଆଶ୍ଚର୍ଯ୍ୟ କଥା ଭାରତ ର ସବୁଠୁ ଟପ୍ ଲେବେଲ ଏକଜାମ ରେ ସେମାନଙ୍କ ମଧ୍ୟରୁ ୩୩୦୦ ଜଣ ସମ୍ମାନଜନକ AOR (ଏଡଭୋକେଟ୍ ଅନ୍ ରେକର୍ଡ ) ହାସଲ କରିଛନ୍ତି l ଯାହାକି ମାନ୍ୟବର ସୁପ୍ରିମ କୋର୍ଟ ମନୋନୀତ କରିଥିବା ଜଣାଯାଏ l ପ୍ରକାଶ ଥାଉ କି ଯେ ସୁବର୍ଣ୍ଣପୁର ଜିଲ୍ଲା ରୁ ପ୍ରଥମ ଥର ଏକ ମାତ୍ର ଆଇନଜୀବୀ ଭାବରେ ଏହି ସମ୍ମାନଜନକ AOR ହାସଲ କରି ଥିବା ଆଇନଜୀବୀ ହେଉଛନ୍ତି କୁମାରୀ ବିଶ୍ୱବାରା ଦାଶ l ଯିଏକି ଉଚ୍ଚ ନ୍ୟାୟାଳୟ ଓଡ଼ିଶା ର ଅବସର ପ୍ରାପ୍ତ ନ୍ୟାୟମୂର୍ତ୍ତି ଶ୍ରୀ ଚିତ୍ତ ରଞ୍ଜନ ଦାଶ ଓ ମାତା ନିବେଦିତା ଦାଶ ଙ୍କ ସୂପୁତ୍ରୀ ଅଟନ୍ତି l ସୁବର୍ଣ୍ଣପୁର ର ଅଧିଷ୍ଠାତ୍ରୀ ଦେବୀ ମା ସୁରେଶ୍ଵରୀ ଙ୍କ ଆଶୀର୍ବାଦ ରୁ ଏ ସଫଳତା ମିଳିଥିବା ବିଷୟ କୁମାରୀ ଦାଶ ପ୍ରକାଶ କରିଛନ୍ତି l ଏ ଖବର ପରେ ଆଇନ ଜୀବୀ କୁମାରୀ ଦାଶ ଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ତଥା ଓଡ଼ିଶା ର ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟୁଥିବା ଜଣା ଯାଇଛି l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *