କଣ୍ଡାଜାମରେ ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡା:ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ପାରୀକ୍ଷିତି ପଞ୍ଚାୟତ ଅଧୀନରେ ଥିବା କଣ୍ଡାଜାମ ଗ୍ରାମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିବା ପଲ୍ଲୀରେ ପ୍ରଶାସନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ, ଅତିରିକ୍ତ ତହସିଲଦାର ଡମ୍ବୁରୁ ଗୟାଧର ବେହେରା, ସହକାରୀ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏ. ସାନମୁଖା ପାତ୍ର, ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ନରହରି ଦାଶ,ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା, କୃଷି ବିଭାଗ କର୍ମଚାରୀ ରମେଶ ବିଶ୍ୱାଳ ପ୍ରମୁଖ ମଞ୍ଚାସୀନ ଥିବା ବେଳେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦାମୋଦର ହିମିରିକା, ସମନ୍ୱିତ ଶିଶୁ ବିକାଶ ବିଭାଗ ରାମନାଗୁଡା ମଣ୍ଡଳ ପରିଦର୍ଶିକା ସୁବୁଦ୍ଧି ଶବର,ରାଜସ୍ୱ ନିରୀକ୍ଷକ ମମତା ରାଣୀ ଖଞ୍ଜା, ରାଜସ୍ୱ ନିରୀକ୍ଷକ ସିବାନନ୍ଦ ଦାଶ, ଅତିରିକ୍ତ ରାଜସ୍ୱ ନିରୀକ୍ଷକ କେଦେରେସ୍ୱର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ। ଜୀବନ ଜୀବିକା, କୁକୁଡ଼ା ଚାଷ, ଛେଳି ଚାଷ, ଗେଣ୍ଡୁ ଫୁଲ ଚାଷ, ଇତ୍ୟାଦି କରି ଅଧିକରୁ ଅଧିକ ଲାଭବାନ ହେବା ପାଇଁ କହିଥିଲେ।
ଏତଦ ବ୍ୟତୀତ କଣ୍ଡାଜାମ ଠାରେ ବନ୍ଦ ହୋଇ ରହିଥିବା ସ୍କୁଲ କୁ ମିଶନ ଶକ୍ତି ମାର୍ଟ କରିବା ପାଇଁ ଆଗକୁ ଯୋଜନା କରାଯାଉଛି ଏବଂ ଏହା ଦ୍ୱାରା ଆଖପାଖ ରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ନିଜ ନିଜ ଦ୍ୱାରା ତିଆରି ହେଉଥିବା ଜିନିଷ ଗୁଡିକ ଆଣି ଏଠାରେ ବ୍ୟବସାୟ କରିବା ନିମନ୍ତେ ସହଜ ହେବ ବୋଲି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ମଣ୍ଡଳ ବୁଝେଇଥିଲେ।ସେହିପରି ତହସିଲଦାର ଶ୍ରୀ ପାଣିଗ୍ରାହୀ ନିଜ ନିଜ ଅଭିଭାଷଣରେ କହିଥିଲେଯେ, ବର୍ତମାନ ଘର ପଟା ଯୋଗାଇ ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି।ଏଠାରେ ଉପସ୍ଥିତ ଥିବା ବ୍ୟକ୍ତି ମାନେ ମଧ୍ୟ ଆବେଦନ କରିଛନ୍ତି। ସେମାନଙ୍କୁ ମଧ୍ୟ ସର୍ଭେ ସରିବା ପରେ ପଟ୍ଟା ପ୍ରଦାନ କରାଯିବ। ଏଥି ନିମନ୍ତେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ତହସିଲ ଅଫିସ ରେ ଜାତି ପ୍ରମାଣ ପତ୍ର, ବାସସ୍ଥାନ ପ୍ରମାଣ ପତ୍ର ଆଦି ଲୋକଙ୍କୁ ଯୋଗାଇ ଦିଆଯାଉଛି। ଲୋକମାନେ ବାରମ୍ବାର ତହସିଲ ଅଫିସ କୁ ନ ଯାୟୀ ଜନସେବା କେନ୍ଦ୍ର ରେ ଆବେଦନ କରି ଧାର୍ଯ୍ୟ ସମୟ ମଧ୍ୟରେ ପାଇପାରିବେ ବୋଲି କହିଥିଲେ।ଏବଂଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ହିମିରିକା ଡ୍ରପ ଆଉଟ ସମ୍ପର୍କରେ ବୁଝାଇବା ସହିତ ଅଧାରୁ ପାଠ ଛାଡିଥିବା ପିଲା ଙ୍କୁ ଘର ଘର ବୁଲି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ବର୍ତ୍ତମାନ ଯାଏଁ ୪୬ ପିଲା ଅଧାରୁ ପାଠ ଛାଡି ଥିବା ବେଳେ ସେଥିରୁ ୩ ଜଣ ପିଲାଙ୍କୁ ସ୍କୁଲ ରେ ଆଣି ଶିକ୍ଷା ଦାନ ଦିଆଯାଉଛି। ବଳକା ପିଲାଙ୍କୁ ମଧ୍ୟ ଯାଞ୍ଚ କରାଯାଉଥିବା କହିଥିବା ବେଳେ କୃଷି ବିଭାଗ କର୍ମଚାରୀ ଶ୍ରୀ ବିଶ୍ୱାଳ ବର୍ତ୍ତମାନ କୃଷି ବିଭାଗରେ ଯୋଉ ସବୁ ଯୋଜନା କାର୍ଯ୍ୟକାରୀ ହୋଉଛି ସେସବୁ ର ଲାଭ ପାଇବା ନିମନ୍ତେ ଆଧାର କାର୍ଡ ର ଇ.କେୱାଇସି କରିବା ନିତ୍ୟାନ୍ତ ଜରୁରୀ। ନଚେତ କୌଣସି ଲାଭ ପାଇ ପାରିବେ ନାହିଁ ବୋଲି କହିଥିଲେ। ସରପଞ୍ଚ ଶ୍ରୀ କୁମ୍ବ୍ରିକା କହିଥିଲେ ଯେ, ବର୍ତ୍ତମାନ ଘର ପାଇବା ନିମନ୍ତେ ଆବେଦନ ପ୍ରକ୍ରିୟା ଜାରି ରହିଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ଆବାସ ପ୍ଲସ ୨୦୨୪ ମାଧ୍ୟମରେ ପ୍ରତେକ ଆବେଦନ /ଯୋଗ୍ୟ ହିତାଧିକାରୀ ନିଜେ ନିଜେ ଆବେଦନ କରିପାରିବେ। ଏ ପ୍ରକ୍ରିୟା ଚଳିତ ବର୍ଷ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ସରକାରଙ୍କ ନିର୍ଦ୍ଧେଶ ରହିଛି। ତେଣୁ ଆବେଦନ କରି ଲାଭ ଉଠାନ୍ତୁ ବୋଲି କହିଥିଲେ।ସେହିପରି ମଣ୍ଡଳ ପରିଦର୍ଶିକା ଶ୍ରୀମତୀ ସୁବୁଦ୍ଧି ମମତା ଯୋଜନା, ବାଲ୍ୟ ବିବାହ ନିଷେଧ ନିମନ୍ତେ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ମହିଳା ମାନଙ୍କ ସହ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମ ପଞ୍ଚାୟତ କାର୍ୟ୍ଯ ନିର୍ବାହୀ ଅଧିକାରୀ ନରହରି ଦାଶ ପରିଚାଳନା କରିଥିଲେ।
ରାମନାଗୁଡାରୁ ନରସିଂହ ପରିଛା ଙ୍କ ରିପୋର୍ଟ ଇପିଏ ଉଇକ୍କି ଖବର।