July 5, 2025
Home » ମୃତ ସୁକେଶ ମଣ୍ଡଳ ହତ୍ୟାକାରୀଙ୍କୁ ଗିରଫ କରିବାକୁ ମହାମହୀମ ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

ମୃତ ସୁକେଶ ମଣ୍ଡଳ ହତ୍ୟାକାରୀଙ୍କୁ ଗିରଫ କରିବାକୁ ମହାମହୀମ ରାଜ୍ୟପାଳ, ମୂଖ୍ୟମନ୍ତ୍ରୀ, ବିରୋଧୀଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର

0
WhatsApp Image 2025-02-03 at 9.26.08 PM

ପାରାଦୀପ-୦୩ା୦୨- ଗତ ଅଗଷ୍ଟ ମାସ ୨୦ ତାରିଖରେ ନିଖୋଜ ହେବାର ୧୦ ଦିନ ପରେ ମୃତ ଦେହ ଉଦ୍ଧାର ହୋଇଥିବା ପାରାଦୀପ ମଧୁବନସ୍ଥିତ ଜଗନ୍ନାଥ କଲୋନୀର ସୁନୀଲ ମଣ୍ଡଳଙ୍କ ପୁଅ ସୁକେଶ ମଣ୍ଡଳଙ୍କ ହତ୍ୟାକାରୀ ଆଜିବି ଖୁଲମଖୁଲା ଭାବେ ବୁଲୁଛନ୍ତି । ବାରମ୍ବାର ଦାବୀ କରିବା ସ୍େୱ ଅଭିଯୁକ୍ତଙ୍କୁ ଗିରଫ କରାଯାଉନାହିଁ । ଜଗନ୍ନାଥ କଲୋନୀ ବସ୍ତିବାସିନ୍ଦା ମୃତ ସୁକେଶଙ୍କ ବାପା ସୁନୀଲ ମଣ୍ଡଳଙ୍କ ସହିତ ପାରଦୀପ ଥାନାକୁ ଆସି ନ୍ୟାୟ ମାଗୁଥିବା ବେଳେ ଅଭିଯୁକ୍ତକୁ ଗିରଫ କରୁନି ପୋଲିସ୍ । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଜଗନ୍ନାଥ କଲୋନୀର ମାଆ ଶୀତଲା ବସ୍ତିକମିଟି ପକ୍ଷରୁ ଶତାଧିକ ପୁରୁଷ ଓ ମହିଳା ସୋମବାର ଦିନ ପାରାଦୀପ କଂଗ୍ରେସ୍ ନେତା ନିରଂଜନ ନାୟକ, ପାରାଦୀପ ନଗର କଂଗ୍ରେସ୍ ସଭାପତି କେଦାର ବିଶ୍ୱାଳଙ୍କ ସହିତ ପାରାଦୀପ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ମାନ୍ୟବର ମୂଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳ, ବିରୋଧୀଦଳ ନେତା, କଂଗ୍ରେସ ବିଧାୟକ ଦଳ ନେତାଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ଏହି ଘଟଣାରେ ପଛରେ ଚେନ୍ନାଇ ରାଧା ଇଂଜିନିୟରିଙ୍ଗ କମ୍ପାନୀର ଆଂଚଳିକ ଅଧିକାରୀ ହୃଷିକେଶ ମଣ୍ଡଳଙ୍କ ପ୍ରଛନ୍ନ ହାତ ଥିବା ବସ୍ତିବାସିନ୍ଦାମାନେ ଦାବୀ କରୁଥିଲେବି ପୋଲିସ୍ ତାଙ୍କୁ ଗିରଫ କରୁନାହିଁ । ଏହି ମାମଲାରେ ମାନ୍ୟବର ଓଡିଶା ହାଇକୋର୍ଟ ଘଟଣାର ତୁରନ୍ତ ସଠିକ୍ ଭାବେ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ମାସ ମାସ ବିତି ଯାଇଥିଲେ ବି ହେଲେ ତଦନ୍ତ କାହିଁକି ବାଟବଣା ହୋଇଗଲା ଭଳି ଲାଗୁଛି । ଘରର ଏକମାତ୍ର ପୁଅକୁ ହରାଇ ଭାଙ୍ଗି ପଡିଥିବା ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଜଗନ୍ନାଥ କଲୋନୀର ମାଆ ଶୀତଳା ବସ୍ତିକମିଟି ।

Leave a Reply

Your email address will not be published. Required fields are marked *