July 5, 2025
Home » ଅଦ୍ଯ ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

ଅଦ୍ଯ ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ

0
WhatsApp Image 2025-02-04 at 5.17.49 PM

ଭୁବନେଶ୍ବର। ଅଦ୍ଯ ସାରସ୍ବତ ସମାଜ, ଓଡିଶା, ଭୁବନେଶ୍ବର ର ଆଲୋଚନା ଚକ୍ର ଓ କବିତା ପାଠୋତ୍ସବ ଶିଶୁକବି ତଥା ଶିକ୍ଷାବିତ୍ ଶ୍ରୀ ଦିଲ୍ଲୀପ କୁମାର ତ୍ରିପାଠୀ ଙ୍କ ସଭାପତିତ୍ବରେ ୟୁନିଟ ୩ ସ୍ଥିତ ଗୋଦାବରୀଶ ସାହିତ୍ୟ ସଂସଦ ସଭାଗୃହରେ ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ଦୈନିକ ସମ୍ବାଦପତ୍ର ଅନେକ ସୂଚନା ର ସମ୍ପାଦକ ଶ୍ରୀ ନିତ୍ୟ ନିରଞ୍ଜନ ପଣ୍ଡା ଯୋଗଦେଇ ତାଙ୍କ ବକ୍ତବ୍ଯରେ ଓଡିଆ ଅସ୍ମିତା ଉପରେ ଆଲୋଚନା କରିବା ସହିତ ଅନୁଷ୍ଠାନର ମାତୃଭାଷା ର ପ୍ରଚାର ଓ ପ୍ରସାର ଉଦ୍ଯମକୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ତାଙ୍କ ବକ୍ତବ୍ଯରେ କବି ସଂସାରର ଯାବତୀୟ ଦୁଃଖ ଓ ଶୋକକୁ ଚାପିରଖି ଅନ୍ତରର ଅନୁଭୂତି ମାନଙ୍କୁ ଶବ୍ଦରେ ରୂପ ଦେଇ କଳ୍ପନାର ପୁଟରେ ଉତ୍ତାରେ କବିତା ପାଠକର ହୃଦୟକୁ ଉଜ୍ଜଳ ମୁକ୍ତାପରି ଛୁଇଁଥାଏ ବୋଲି ମତବ୍ଯକ୍ତ କରିଥିଲେ। କବୟତ୍ରୀ ଗୀତାଞ୍ଜଳି ମହାନ୍ତି ଓ ଜୟଶ୍ରୀ ପଟ୍ଟନାୟକ ଙ୍କ ସଂଯୋଜନାରେ ସର୍ବଶ୍ରୀ ପବିତ୍ର ମୋହନ ବାରିକ, ପ୍ରକାଶ ଚନ୍ଦ୍ର ବେହେରା, ସନ୍ତୋଷ କୁମାର ଦାସ, ପୀତାମ୍ବର ପରିଡା, ସଞ୍ଜୁଲତା ମହାନ୍ତି ପଟ୍ଟନାୟକ,ବଂଶୀଧର ସେଠୀ, ଇତିଶ୍ରୀ ପତି, ସତ୍ୟ ନାରାୟଣ ସିଂହ, ନିରୁପମା ରଥ, ଅଲେଖ ଚରଣ ରାଉତ, ଅନୁସୟା ବାରିକ, କଳ୍ପନା ମହାରଣା, ଆର୍ତ୍ତବନ୍ଧୁ ଦାସ, ଗୋପାଳ ଚନ୍ଦ୍ର ମିଶ୍ର, ଅନନ୍ତ ଚରଣ ସାହୁ, ଲକ୍ଷ୍ମୀଧର ଦାଶ, ମଙ୍ଗୁଳୁ କୁମାର ଦାସ, ଦିଲ୍ଲୀପ କୁମାର ମହାରଣା, ଦେବରାଜ ନାୟକ, ମୂରଲୀଧର ଦଳବେହେରା, ପୀତାମ୍ବର ଭୋଇ, ଶିବାନୀ ବେହେରା, ଅନୁପମା ବେହେରା, ବବିତା ପଟ୍ଟନାୟକ, ବିରଞ୍ଚି ନାରାୟଣ ଶତପଥୀ, ସବିତା ଶତପଥୀ, ଶୁଭଶ୍ରୀ ସିଂ ଓ ରଶ୍ମିତା ସାହୁ ସ୍ବରଚିତ ଶ୍ରୃତିମଧୁର କବିତା ପାଠ କରିଥିଲେ । ଉପ-ସଭାପତି ଶ୍ରୀ ନିଖିଳ କୁମାର ବଲବନ୍ତରାୟ ସଭା ପରିଚାଳନା କରିଥିଲେ। ସର୍ବଶେଷରେ ଶ୍ରୀ ଅନନ୍ତ ଚରଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ବୋଲି ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟ୍ଟନାୟକ ପ୍ରକାଶ କରିଛନ୍ତି।

Leave a Reply

Your email address will not be published. Required fields are marked *