ଦେଓଗଡ଼ SP ଙ୍କ ସାମ୍ବାଦିକ ସମ୍ମିଳନୀ

କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ବେଳେ ମାଡି ବସିଲା ପୋଲିସ। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ହୋଇଥିବା ବେଳେ ଏଥିରେ ସାମିଲ ଥିବା ୭ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ୭ ଜଣଙ୍କ ମଧ୍ୟରୁ ୩ ଜଣ ଦେବଗଡ ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ୪ ଜଣ ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି। ଆଜି ସକାଳେ ରିଆମାଳ ଥାନା ତାରଙ୍ଗ ଗ୍ରାମରେ କଲରାପତରିଆ ବାଘଛାଲ ବିକ୍ରି ପାଇଁ ଡିଲ ଚାଲିଥିବା ବେଳେ ରିଆମାଳ ପୋଲିସ ସୂଚନା ପାଇ ଚଢାଉ କରିଥିଲା।
ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଦଳ ଚଢାଉ କରି ଏହି ସଫଳତା ହାସଲ କରିଥିଲେ। ତେବେ କଲରାପତରିଆ ବାଘକୁ କେବେ, କେଉଁ ଜଙ୍ଗଲରେ ହତ୍ୟା କରାଯାଇଥିଲା ଏବଂ ଏହା ପଛରେ ଆଉ କେଉଁ ମାନେ ଅଛନ୍ତି ସେସବୁର ତଦନ୍ତ ହେବ। ଅଧିକ ତଦନ୍ତ ପାଇଁ ମାମଲା ଏସଟିଏଫ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପକ୍ଷରୁ ରିଆମାଳ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଦେଓଗଡ଼ ରୁ ଦେବାନନ୍ଦ ନାଏକ ଙ୍କ ଇପିଏ ନିୟୁଜ।