November 28, 2025
Home » ଅଭାବନୀୟ ଘଟଣା ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ।

ଅଭାବନୀୟ ଘଟଣା ପାଳ କୁଡ଼ିଆରେ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଦଗ୍ଧ।

0
WhatsApp Image 2025-02-12 at 12.09.59 PM

ପାଲ କୁଡ଼ିଆରେ ନିଆଁ ଲାଗି ୨ ଶିଶୁ ଜୀବନ୍ତ ଦଗ୍ଧ ହୋଇଥିବା ଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଲାଖବାହାଲି ପଞ୍ଚାୟତ ତାଳବୋରା ଗାଁରେ । ଗାଁର ବଡ଼ ବିଶି ମାଝୀ ଓ ସୁଶାରୀ ମାଝୀଙ୍କ ପାଞ୍ଚ ବର୍ଷର ପୁଅ ଓ ଚାରି ବର୍ଷର ଝିଅ ଆଜି ସକାଳେ ସେମାନଙ୍କ କାନ୍ଦୁଲ ଗୁଡ଼ିଆ (କାନ୍ଦୁଲ ଚାଷ କରିଥିବା ପାହାଡିଆ ଜମି )ରେ ତିଆରି ହୋଇଥିବା ପାଳ କୁଡ଼ିଆରେ ବସି ଖେଳୁଥିଲେ I ଏହି ସମୟରେ ଦୁଇ ଶିଶୁଙ୍କୁ ଛାଡ଼ି କିଛି ଦୂରରେ କାଠ ସଂଗ୍ରହ କରୁଥିଲେ ସେମାନଙ୍କ ମାଆ ସୁଶାରୀ ମାଝୀ। ଏହି ସମୟରେ ପାଳ କୁଡ଼ିଆରେ ହଠାତ ନିଆଁ ଲାଗି ଦୁଇ ଶିଶୁ ଜୀବନ୍ତ ଜଳିଯାଉଥିଲେ। ସେମାନଙ୍କ ଚିତ୍କାର ଶୁଣି ସୁଶାରୀ ଆସିବା ବେଳକୁ ସବୁକିଛି ସରି ସାରିଥିଲା। ପୁଅଝିଅଙ୍କ ମୃତ୍ୟୁରେ ସ୍ବାମୀ-ସ୍ତ୍ରୀ ଭାଙ୍ଗି ପଡିଥିବାବେଳେ ଦୁଃଖ ଓ ଶୋକରେ ମ୍ରିୟମାଣ ହୋଇ ସେମାନେ ଗାଁ ମଶାଣିରେ ମୃତ ପୁଅଝିଅଙ୍କ ଶବସଂସ୍କାର କରିଥିବା ଜଣାପଡିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Leave a Reply

Your email address will not be published. Required fields are marked *