July 6, 2025
Home » ମଥୁରା ପଂଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପାଇଁ ସ୍ୱତନ୍ତ୍ର ଗ୍ରାମସଭା l ଉଠିଲା ନନ୍ଦନବନ ପରିବେଶ ଉଦ୍ୟାନ, ଯାଯାବାର,ମାହେଶ୍ୱରୀ ଗୋଶାଳା ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ କଥା l

ମଥୁରା ପଂଚାୟତରେ ବିକଶିତ ଗାଁ ବିକଶିତ ଓଡିଶା ପାଇଁ ସ୍ୱତନ୍ତ୍ର ଗ୍ରାମସଭା l ଉଠିଲା ନନ୍ଦନବନ ପରିବେଶ ଉଦ୍ୟାନ, ଯାଯାବାର,ମାହେଶ୍ୱରୀ ଗୋଶାଳା ଓ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବ କଥା l

0
WhatsApp Image 2025-02-15 at 3.39.24 PM

ସୁବର୍ଣ୍ଣପୁର –ସାରା ରାଜ୍ୟରେ ଓଡିଶା ସରକାରଙ୍କ ନିର୍ଦେଶକ୍ରମେ ପାଞ୍ଚ ବର୍ଷିଆ ଯୋଜନା ନିମନ୍ତେ ବିକଶିତ ଗାଁ ବିକଶିତ ଓଡିଶାର ସ୍ୱତନ୍ତ୍ର ଗ୍ରାମସଭା ସରପଞ୍ଚ ପ୍ରଦୀପ କୁମାର କହଁର ଙ୍କ ଆବାହକତ୍ବ ଓ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା l ଏଥିରେ ଅତିଥି ଭାବେ ମାହେଶ୍ୱରୀ ଗୋଶାଳାର ପୃଷ୍ଠପୋଷକ ତଥା ବରିଷ୍ଠ କଳାକାର ଭାଗ୍ୟଧର ମହାକୁଡ଼,ମାହେଶ୍ୱରୀ ଗୋଶାଳା ସମ୍ପାଦକ ତଥା ସାମାଜିକକର୍ମୀ କୃତ୍ତିବାସ ପଲିଆ, ମଥୁରା ପଂଚାୟତ ନୋଡାଲ ଅଫିସର ତଥା ବ୍ଲକ କନିଷ୍ଠ ଯନ୍ତ୍ରୀ ଇଂ ଲଳିତା ମାଝୀ, ମଥୁରା ସମିତି ସଭ୍ୟ ସନ୍ତୋଷ ବେହେରା, ନାଏବ ସରପଞ୍ଚ ରାଜେଶ୍ବରୀ ମେହେର ପ୍ରମୁଖ ଯୋଗଦେଇ ଥିବା ବେଳେ, ସମସ୍ତ ୱାର୍ଡର ୱାର୍ଡ ସଭ୍ୟ /ସଭ୍ୟା, ଗ୍ରାମ୍ୟ କମିଟି ସଭାପତି, ସମ୍ପାଦକ, ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ପଂଚାୟତ ସ୍ତରୀୟ ସମସ୍ତ କର୍ମଚାରୀ ଓ ଜନ ସାଧାରଣ ଯୋଗ ଦେଇ ନିଜ ନିଜ ଗ୍ରାମର ସମସ୍ୟା ଓ ବ୍ୟକ୍ତିଗତ ସାମାଜିକ ଅଧିକାର ଉପରେ ସଭାରେ ଉପସ୍ଥାପନା କରିଥିଲେ l ମଥୁରା ପଂଚାୟତ ଖଜୁରୀପଡା ଯାଯାବର ତୁରନ୍ତ ଚାଲୁ କରିବା ସହିତ ନନ୍ଦନବନ ପ୍ରକୃତି ଉଦ୍ୟାନ କାର୍ଯ୍ୟ ତ୍ୱରାନିତ,ନୂଆପଡା ଠାରୁ ରାୟପୁର -ଦେବଗଡ଼ -ବଘିଆପଡା ରାସ୍ତା କୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତର୍ଭୁକ୍ତ କରିବା ସହ ପର୍ଯ୍ୟଟନ ବିକାଶ ସହିତ ଅଂଚଳ ସାମାଜିକ, ସାଂସ୍କୃତିକ ଓ ଆର୍ଥିକ ବିକାଶ ନିମନ୍ତେ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l

ମଥୁରା ପଂଚାୟତରେ ଥିବା ଗୋପ, ମଥୁରା, ବୃନ୍ଦାବନକୁ ରାଧାକୃଷ୍ଣଙ୍କ ଲୀଳା କ୍ଷେତ୍ରରେ ପରିଣତ କରିବା ନିମନ୍ତେ ରାଜ୍ୟ ସ୍ତରୀୟ ଦୋଳ ମହୋତ୍ସବକୁ ରାଜ୍ୟ ସରକାରଙ୍କ ବଜେଟରେ ସ୍ଥାନିତ କରି 50ଲକ୍ଷ ଟଙ୍କା ମଂଜୁର କରିବା, ବୌଦ୍ଧ ଜିଲ୍ଲାକୁ ସାରା ବିଶ୍ୱରେ ପରିଚିତ କରିବା ପାଇଁ କେଳାକଟା ଭୀମ ପାହାଡ଼ରେ ପ୍ରସ୍ଥାବିତ 108ଫୁଟର ବୁଦ୍ଧଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ମଥୁରା ବନ୍ଧକୁ ଜଳ ସେଚନ ବିଭାଗକୁ ହସ୍ତାନ୍ତର କରି ଉନ୍ନତି କରଣ, ଚମ୍ପାପୁର -ପଙ୍କୁଆଳ -ଦନ୍ତାପାଲି ମାହେଶ୍ୱରୀ ଗୋଶାଳା ରାସ୍ତା, ମଥୁରା ପଂଚାୟତ ଠାରୁ ଗୋଶାଳା ରାସ୍ତା, ଖଜୁରୀପଡା ଠାରୁ ଗୋଶାଳା ରାସ୍ତା, ଗୋଶାଳା ବନ୍ଧ, କେଳାକଟା ବନ୍ଧ ଓ ମଥୁରା ବନ୍ଧରେ ନୌକା ଓ ପକ୍ଷୀ ବିହାର, କେଳାକଟା ହାଇସ୍କୁଲ ଖେଳ ପଡିଆକୁ ଆଦର୍ଶ ଖେଳ ପଡିଆରେ ପରିଣତ, କେଳାକଟା, ମଥୁରା ଓ ପଙ୍କୁଆଳ ମାହେଶ୍ୱରୀ ପୀଠରେ ସଂସ୍କୃତି ଭବନ ନିର୍ମାଣ ସହିତ ଭିତିଭୂମି ବିକାଶ,ଦନ୍ତାପାଲି, ମଥୁରା, କେଳାକଟା ମୌଜାରେ ଆଦର୍ଶ ସ୍ମଶାନ ଘାଟ ନିର୍ମାଣ କରିବା,ବୃନ୍ଦାବନ ଶନିବାର ହାଟର ଉନ୍ନତି କରଣ, ବୃନ୍ଦାବନ ଶାନ୍ତି ଆନନ୍ଦ ଆଶ୍ରମର ଉନ୍ନତି କରଣ ସହ 54 ଫୁଟ ର ରାଧାକୃଷ୍ଣଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଇତ୍ୟାଦି ପ୍ରକଳ୍ପ ନିମନ୍ତେ ଗ୍ରାମସଭାରେ ଲିପିବଦ୍ଧ କରି ପଂଚାୟତ, ବ୍ଲକ, ଜିଲ୍ଲା ପରିଷଦ, ବିଧାୟକ, ସାଂସଦ ପାଣ୍ଠି, ପଶ୍ଚିମ ଓଡିଶା ବିକାଶ ପରିଷଦ ପାଣ୍ଠି ଯୋଗଇ ଦେବା ପାଇଁ ସ୍ଥାନୀୟ ପ୍ରଶାସନ, ବିଧାୟକ, ସାଂସଦଙ୍କୁ ଅନୁରୋଧ କରିବା ପାଇଁ ସ୍ଥିର କରାଯାଇଥିଲା l ଶେଷରେ ଗ୍ରାମ ରୋଜଗାର ସେବକ ଅମିତ କୁମାର କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *