ରାୟଗଡ଼ା ବ୍ଳକର ଗୁମ୍ମା ଘାଟିରେ ପୁଣି ଦୁର୍ଘଟଣା ଫଳରେ ରାସ୍ତା ଅବରୋଧ

ରାୟଗଡ଼ା ବ୍ଳକର ଗୁମ୍ମା ଘାଟି ରାସ୍ତାରେ ବିଳମ୍ବିତ ରାତିରୁ ପୁଣି ଥରେ ରାସ୍ତା ଜାମ ହେବା ଫଳରେ ଉଭୟ ପାର୍ଶ୍ଵରେ ସହ ସହ ଗାଡ଼ି ଅଟକିଥିବ ବେଳେ ମାଟ୍ରିକ ପରୀକ୍ଷା ଦେବାକୁ ନିକଟସ୍ଥ ପରୀକ୍ଷା କେନ୍ଦ୍ରକୁ ଯିବାକୁ ମଧ୍ୟ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖା ଦେଇଛି । ଗତକାଲି ମହାଶିବରାତ୍ରି ଥିବା ବେଳେ ସକାଳେ ଏକ ଟ୍ରେଲରରୁ ଟ୍ରଂସ୍ଫଫରମର ଖସିଯିବା ଫଳରେ କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ମୁଖ୍ୟ ରାସ୍ତାରେ ରହିଥିବା ରାୟଗଡ଼ା ବ୍ଳକର ଗୁମ୍ମା ଘାଟିରେ ରାସ୍ତା ସମ୍ପୂର୍ଣ୍ଣ ଯାତାୟାତ ଠପ ହୋଇଥିବା ବେଳେ ସଫା କରିବାକୁ ୦୮ ଘଣ୍ଟା ପରିଶ୍ରମ ହୋଇଥିଲା । ପୁଣି ଗତକାଲି ବିଳମ୍ବିତ ରାତ୍ରୀରେ ଏକ ଆଲୁମିନିୟମ ବୋଝେଇ ଟ୍ୟାଙ୍କର ଆଉ ଏକ ତ୍ୟଙ୍କର୍କୁ ଧକ୍କା ଦେବା ଫଳରେ ପୁଣି ଥରେ ରାସ୍ତା ଜାମ ରହିଥିବା ଦେଖିବାକୁ ମିଳିଛି।
ଉକ୍ତ ରାସ୍ତାରେ ବାରମ୍ବାର ଏପରି ଗାଡି ଦୁର୍ଘଟଣା ଘଟି ବିଭିନ୍ନ ସମୟରେ ରାସ୍ତା ଅବରୋଧ ହେଉଥିବାରୁ ପରିବହନ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ନାହିଁ ନଥିବା ଅସୁବିଧା ସହ ଏପରିକି ଜରୁରୀକାଳୀନ ସମସ୍ୟାରେ ମଧ୍ୟ ବାଧା ଉପୁଜିଛି । ଏଣୁ ଏହାର ସମ୍ପୁର୍ଣ୍ଣ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାର ସମୟ ଆସିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି ।
ରିପୋର୍ଟ:ରାୟଗଡ ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟନାୟକ