ଚାଷୀ ର ଧାନ ବିକ୍ରି ବ୍ୟବସ୍ଥା ରେ ସୁଧାର ପାଇଁ ନବ ନିର୍ମାଣ କୃଷକ ସଂଗଠନ ର ଦାବି l

ସୁବର୍ଣ୍ଣପୁର — ଚାଷୀ ବିରୋଧୀ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବଦଳି ପାଇଁ ଓ ଚାଷୀ ଧାନ ବିକ୍ରି ବ୍ୟବସ୍ଥା ରେ ସୁଧାରପାଇଁ ଆଲୋଚନା କରିବା ଆହ୍ଵାନ ରେ ଅକ୍ଷୟ କୁମାର ଙ୍କ ଅନଶନ ୧୫ ଦିନ ହେବା ପରେ ସବୁ ଜିଲ୍ଲା ରେ ନବନିର୍ମାଣ କୃଷକ ସଂଗଠନ ର ବ୍ୟାପକ ସତ୍ୟାଗ୍ରହ ଚେତାବନୀ
ଦିଆଯାଇଛି l ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆଜି ଓଡିଶା ର ଚାଷୀ ପାଇଁ ଏକ ପ୍ରହସନ ପାଲଟି ଯାଇଛି। ୮୦୦ ଟଙ୍କା ବୋନସ ସହ ଅତିକମ ରେ ୩-୬ କେଜି କଟନି ଛଟନି ଯେମିତି ଦେହସୁହା ହୋଇଯାଇଛି। ଆମ ସୁବର୍ଣ୍ଣପୁର ସର୍ବାଧିକ ଧାନ ଉତ୍ପାଦନ ରେ ତୃତୀୟ /ଚତୁର୍ଥ ଜିଲ୍ଲା ହୋଇଥିବା ସତ୍ତ୍ୱେ ଆମେ ବୁଲୁଥିବା ସବୁ ମଣ୍ଡି ରେ ୨.୫ ରୁ ୪ କେଜି ପର୍ଯ୍ୟନ୍ତ କଟନି ସାଧାରଣ ଥିଲା। ଲୋକ ୮୦୦ ଟଙ୍କା ପାଇଁ ଯେତିକି ଖୁସି ନୁହନ୍ତି ସରକାର ଙ୍କ ଧାନ କିଣା ବ୍ୟବସ୍ଥା ର ଜଟିଳତା ପାଇଁ ସେତେ ଦୁଃଖୀ। ବିଗତ ଦିନ ରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଙ୍କ ସାଥିରେ ଉତ୍କର୍ଷ ଓଡ଼ିଶା ରେ ଚାଷୀ ର ଉନ୍ନତି ନେଇ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ l ସୁବର୍ଣ୍ଣପୁର ର କଥା ଯଦି କୁହାଯିବ ଏଠାରେ ନେତା ଓ ପ୍ରଶାସନ ଚାଷୀ କୁ ବାଦ୍ ଦେଇ ଚାଷୀ ଙ୍କ ସମସ୍ତ ନିର୍ଣ୍ଣୟ ନିଅନ୍ତି। ବିଗତ ଦିନ ରେ ଏଠାକାର ଜିଲ୍ଲାପାଳ ନିଜେ ମହିଳା ହୋଇ ସୋନପୁର ବିଧାନସଭା ବିଧାୟକ ପ୍ରାର୍ଥୀନୀ ତଥା ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟ ଉପ ସଭାପତି ଙ୍କୁ “ରୋଟି ସେକ” ଭଳି କଥା କହି ଅସମ୍ମାନୀତ କରିଥିଲେ।ଏଣୁ ଏହି ସମ୍ବେଦନଶୀଳ ଜିଲ୍ଲାପାଳ ଙ୍କୁ ଶୀଘ୍ର ସୁବର୍ଣ୍ଣପୁର ଜିଲ୍ଲା ରୁ ବଦଳି ପାଇଁ ସଂଗଠନ ପକ୍ଷରୁ ଦାବି ହେଉଛି । ଆପଣଙ୍କ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ର ଆଶ୍ୱାସନା ପାଣିର ଗାର ପ୍ରାୟ ମନେ ହୁଏ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବରେ ସଂଗଠନ ପକ୍ଷରୁ ଦିଆଯାଇଛି l ବିଗତ ୧୫ ଦିନ ହେବ ଶ୍ରୀ ଅକ୍ଷୟ କୁମାର ଅନଶନ ରେ ବସିଛନ୍ତି ବ୍ୟବସ୍ଥା ସମ୍ପର୍କ ରେ କେବଳ ଏକ ଆଲୋଚନା ପାଇଁ। ସତ୍ୟ ଓ ଅହିଂସା ରେ ବିଶ୍ୱାସ କରୁଥିବା ଲୋକ ସତ୍ୟ ପାଇଁ ସବୁ ତ୍ୟାଗ କରିପାରେ। ଯଦି ଆପଣଙ୍କ ସରକାର ସତ୍ୟ ରେ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ମନ୍ତ୍ରୀଗଣ ୧୫ ଦିନ ଧରି ଅନଶନ ରେ ବସିଥିବା ଶ୍ରୀ କୁମାର ଙ୍କ ପାଖକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି କାହିଁକି? କଣ ଆପଣଙ୍କ ସରକାର ଚାଷୀ ଙ୍କ ପାଇଁ ବଧିର ଓ ଅସମ୍ବେଦନଶୀଳ? ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ଆପଣଙ୍କ ଡବଲ ଇଞ୍ଜିନ ରେ କେନ୍ଦ୍ର ସରକାର ଙ୍କ ପାଖରେ ସାଢେ଼ ୬ ଲକ୍ଷ କୋଟି ଅଛି କିନ୍ତୁ ଚାଷୀ ଙ୍କ ଏମ ଏସ ପି ଗ୍ୟାରେଣ୍ଟି ପାଇଁ ୨ ଲକ୍ଷ କୋଟି ନାହିଁ। ଏହି ଦ୍ବୈତ ମାନସିକତା କାହିଁକି? ଏହି ଆଲୋଚନା ଶୀଘ୍ର ନ ହେଲେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ର ଚାଷୀ ବ୍ୟାପକ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିବେ ଯାହା ସରକାର ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ମନ୍ତ୍ରୀଗଣ ଶୀଘ୍ର ଚାଷୀ ଙ୍କ ପାଇଁ ସମ୍ବେଦନଶୀଳ ହୁଅନ୍ତୁ ଓ ଶ୍ରୀ ଅକ୍ଷୟ କୁମାର ଙ୍କ ସହ ଆଲୋଚନା କରନ୍ତୁ ଓ ଚାଷୀ ଙ୍କ ପାଇଁ ଏକ ସ୍ଵଚ୍ଛ , ସରଳ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଦାବି ହେଉଛି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ l ଅନଶନରତ ଚାଷୀ ନେତା ଅକ୍ଷୟ କୁମାର ଙ୍କ ସହ ଆଲୋଚନା କରନ୍ତୁ ମୁଖ୍ୟମନ୍ତ୍ରୀ ଓ ଚାଷୀ ବିରୋଧୀ ଜିଲ୍ଲାପାଳ ଙ୍କୁ ଅନ୍ୟତ୍ର ବଦଳି ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି l ଶନିବାର ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ର ଏକ ପ୍ରତିନିଧି ଦଳ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସାକ୍ଷାତ କରିଥିଲେ । ଧାନ ମଣ୍ଡି ବ୍ୟବସ୍ଥା ରେ ସୁଧାର୍ ଓ ସରଳୀକରଣ ଉପରେ ସରକାର ଙ୍କ ପ୍ରତିଶ୍ରୁତି ମୁତାବକ ଆଲୋଚନା ନ ହେବାକୁ ନେଇ ଦୀର୍ଘ ୧୫ ଦିନ ହେବ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନ ସତ୍ୟାଗ୍ରହ ରେ ବସିଛନ୍ତି। ବିଗତ ୮ ଦିନ ତଳେ ସେ ୮ ଦଫା ସମ୍ମିଳିତ ଏକ ଖୋଲା ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଥିଲେ ଏବଂ ଆଲୋଚନା ପାଇଁ ସରକାର ଙ୍କୁ ୮ ଦିନ ସମୟ ଦେଇଥିଲେ। ଏଯାଏଁ ମୁଖ୍ୟ ମନ୍ତ୍ରୀ କିମ୍ବା ତାଙ୍କର କୌଣସି ମନ୍ତ୍ରୀ ଆଲୋଚନ ପାଇଁ ଶ୍ରୀ କୁମାର ଙ୍କ ପାଖକୁ ଆସି ନାହାନ୍ତି ଏହା ମୋହନ ସରକାର ଙ୍କ ଚାଷୀ ଙ୍କ ପ୍ରତି ଥିବା ଅସମ୍ବେଦନଶୀଳତା ଭାବ କୁ ଦର୍ଶାଉଛି ଏଣୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କ ଜରିଆ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ର ସଦସ୍ୟ ମାନେ ଶୀଘ୍ର ଶ୍ରୀ କୁମାର ଙ୍କ ସହ ଆଲୋଚନା ନ ହେଲେ ଜିଲ୍ଲା ବ୍ୟାପି ସତ୍ୟାଗ୍ରହ ଅନ୍ଧୋଲନ କୁ ବ୍ୟାପକ କରା ଯିବା ବୋଲି କହିଛନ୍ତି | ମୋହନ ସରକାର ଙ୍କୁ ନିଦ ରୁ ଉଠେଇବା ପାଇଁ ଦରକାର୍ ପଡ଼ିଲେ ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲା ରେ ଅଖ ଚକ ଜାମ କରିବେ ବୋଲି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଏକ ପ୍ରେସ ବିବୃତି ରେ କହିଛନ୍ତି l ପୂର୍ବ ସରକାର ଭଳି ନିଦା ବିଷ୍ଣୁ ନ ହୋଇ ଚାଷ ଓ ଚାଷୀ କ୍ଷେତ୍ର ରେ ଦୃଷ୍ଟାନ୍ତ ମୂଳକ ପରିବର୍ତ୍ତନ ଆଣିବାରେ ନୂଆ ସରକାର ଯତ୍ନଶୀଳ ହୁଅନ୍ତୁ ବୋଲି ସଂଗଠନ ର ରାଜ୍ୟ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର କହିଛନ୍ତି l ଏହା ସହ ବିଗତ ଦିନ ରେ ଚାଷୀ ନେତ୍ରୀ ସୋନାଲି ବିଶି ଙ୍କୁ ରୋଟି ସେକ କହି ଅସମ୍ମାନିତ କରି ଥିବା ତଥା ଚାଷୀ ପ୍ରସଂଗ ଗୁଡ଼ିକୁ ଅନ୍ଧ ଭଳି ଏଡେଇ ଦେଉ ଥିବା ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କୁ ଶୀଘ୍ର ଜିଲ୍ଲା ରୁ ବଦଳି କରିବା ପାଇଁ ସଂଗଠନ ଦୃଢ଼ ଭାବରେ ମନ୍ତ୍ରୀ ଙ୍କୁ ଜଣାଇଛି |ଆଜି ଏହି ସାକ୍ଷାତ୍ ସମୟରେ ସଂଗଠନ ର ଯୁବ ନେତା ପ୍ରଭାତ ରଞ୍ଜନ ମିଶ୍ର ,ଶ୍ରୀକାନ୍ତ ସାହୁ ଓ ସୁବ୍ରତ ଭୋଇ ଉପସ୍ଥିତ ଥିଲେ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର