May 28, 2026
Home » ଚାଷୀ ର ଧାନ ବିକ୍ରି ବ୍ୟବସ୍ଥା ରେ ସୁଧାର ପାଇଁ ନବ ନିର୍ମାଣ କୃଷକ ସଂଗଠନ ର ଦାବି l

ଚାଷୀ ର ଧାନ ବିକ୍ରି ବ୍ୟବସ୍ଥା ରେ ସୁଧାର ପାଇଁ ନବ ନିର୍ମାଣ କୃଷକ ସଂଗଠନ ର ଦାବି l

0
WhatsApp Image 2025-03-01 at 2.46.47 PM

ସୁବର୍ଣ୍ଣପୁର — ଚାଷୀ ବିରୋଧୀ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କ ବଦଳି ପାଇଁ ଓ ଚାଷୀ ଧାନ ବିକ୍ରି ବ୍ୟବସ୍ଥା ରେ ସୁଧାରପାଇଁ ଆଲୋଚନା କରିବା ଆହ୍ଵାନ ରେ ଅକ୍ଷୟ କୁମାର ଙ୍କ ଅନଶନ ୧୫ ଦିନ ହେବା ପରେ ସବୁ ଜିଲ୍ଲା ରେ ନବନିର୍ମାଣ କୃଷକ ସଂଗଠନ ର ବ୍ୟାପକ ସତ୍ୟାଗ୍ରହ ଚେତାବନୀ
ଦିଆଯାଇଛି l ଲୋକଙ୍କ ସରକାର ଓ ଲୋକଙ୍କ ମୁଖ୍ୟମନ୍ତ୍ରୀ ଆଜି ଓଡିଶା ର ଚାଷୀ ପାଇଁ ଏକ ପ୍ରହସନ ପାଲଟି ଯାଇଛି। ୮୦୦ ଟଙ୍କା ବୋନସ ସହ ଅତିକମ ରେ ୩-୬ କେଜି କଟନି ଛଟନି ଯେମିତି ଦେହସୁହା ହୋଇଯାଇଛି। ଆମ ସୁବର୍ଣ୍ଣପୁର ସର୍ବାଧିକ ଧାନ ଉତ୍ପାଦନ ରେ ତୃତୀୟ /ଚତୁର୍ଥ ଜିଲ୍ଲା ହୋଇଥିବା ସତ୍ତ୍ୱେ ଆମେ ବୁଲୁଥିବା ସବୁ ମଣ୍ଡି ରେ ୨.୫ ରୁ ୪ କେଜି ପର୍ଯ୍ୟନ୍ତ କଟନି ସାଧାରଣ ଥିଲା। ଲୋକ ୮୦୦ ଟଙ୍କା ପାଇଁ ଯେତିକି ଖୁସି ନୁହନ୍ତି ସରକାର ଙ୍କ ଧାନ କିଣା ବ୍ୟବସ୍ଥା ର ଜଟିଳତା ପାଇଁ ସେତେ ଦୁଃଖୀ। ବିଗତ ଦିନ ରେ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଙ୍କ ସାଥିରେ ଉତ୍କର୍ଷ ଓଡ଼ିଶା ରେ ଚାଷୀ ର ଉନ୍ନତି ନେଇ ଦେଢ଼ ଘଣ୍ଟା ଆଲୋଚନା କରିଥିଲେ l ସୁବର୍ଣ୍ଣପୁର ର କଥା ଯଦି କୁହାଯିବ ଏଠାରେ ନେତା ଓ ପ୍ରଶାସନ ଚାଷୀ କୁ ବାଦ୍ ଦେଇ ଚାଷୀ ଙ୍କ ସମସ୍ତ ନିର୍ଣ୍ଣୟ ନିଅନ୍ତି। ବିଗତ ଦିନ ରେ ଏଠାକାର ଜିଲ୍ଲାପାଳ ନିଜେ ମହିଳା ହୋଇ ସୋନପୁର ବିଧାନସଭା ବିଧାୟକ ପ୍ରାର୍ଥୀନୀ ତଥା ନବନିର୍ମାଣ କୃଷକ ସଂଗଠନ ର ରାଜ୍ୟ ଉପ ସଭାପତି ଙ୍କୁ “ରୋଟି ସେକ” ଭଳି କଥା କହି ଅସମ୍ମାନୀତ କରିଥିଲେ।ଏଣୁ ଏହି ସମ୍ବେଦନଶୀଳ ଜିଲ୍ଲାପାଳ ଙ୍କୁ ଶୀଘ୍ର ସୁବର୍ଣ୍ଣପୁର ଜିଲ୍ଲା ରୁ ବଦଳି ପାଇଁ ସଂଗଠନ ପକ୍ଷରୁ ଦାବି ହେଉଛି । ଆପଣଙ୍କ ଓ ଉପମୁଖ୍ୟମନ୍ତ୍ରୀ ଙ୍କ ର ଆଶ୍ୱାସନା ପାଣିର ଗାର ପ୍ରାୟ ମନେ ହୁଏ ବୋଲି ମୁଖ୍ୟମନ୍ତ୍ରୀ ଙ୍କୁ ଲିଖିତ ଭାବରେ ସଂଗଠନ ପକ୍ଷରୁ ଦିଆଯାଇଛି l ବିଗତ ୧୫ ଦିନ ହେବ ଶ୍ରୀ ଅକ୍ଷୟ କୁମାର ଅନଶନ ରେ ବସିଛନ୍ତି ବ୍ୟବସ୍ଥା ସମ୍ପର୍କ ରେ କେବଳ ଏକ ଆଲୋଚନା ପାଇଁ। ସତ୍ୟ ଓ ଅହିଂସା ରେ ବିଶ୍ୱାସ କରୁଥିବା ଲୋକ ସତ୍ୟ ପାଇଁ ସବୁ ତ୍ୟାଗ କରିପାରେ। ଯଦି ଆପଣଙ୍କ ସରକାର ସତ୍ୟ ରେ ବିଶ୍ୱାସ କରନ୍ତି ତେବେ ଆପଣଙ୍କ ମନ୍ତ୍ରୀଗଣ ୧୫ ଦିନ ଧରି ଅନଶନ ରେ ବସିଥିବା ଶ୍ରୀ କୁମାର ଙ୍କ ପାଖକୁ ଆସିବାକୁ କୁଣ୍ଠାବୋଧ କରୁଛନ୍ତି କାହିଁକି? କଣ ଆପଣଙ୍କ ସରକାର ଚାଷୀ ଙ୍କ ପାଇଁ ବଧିର ଓ ଅସମ୍ବେଦନଶୀଳ? ଅଷ୍ଟମ ବେତନ କମିଶନ ଲାଗୁ କରିବା ପାଇଁ ଆପଣଙ୍କ ଡବଲ ଇଞ୍ଜିନ ରେ କେନ୍ଦ୍ର ସରକାର ଙ୍କ ପାଖରେ ସାଢେ଼ ୬ ଲକ୍ଷ କୋଟି ଅଛି କିନ୍ତୁ ଚାଷୀ ଙ୍କ ଏମ ଏସ ପି ଗ୍ୟାରେଣ୍ଟି ପାଇଁ ୨ ଲକ୍ଷ କୋଟି ନାହିଁ। ଏହି ଦ୍ବୈତ ମାନସିକତା କାହିଁକି? ଏହି ଆଲୋଚନା ଶୀଘ୍ର ନ ହେଲେ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲା ର ଚାଷୀ ବ୍ୟାପକ ସତ୍ୟାଗ୍ରହ ଆନ୍ଦୋଳନ ଆରମ୍ଭ କରିବେ ଯାହା ସରକାର ଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବ। ମନ୍ତ୍ରୀଗଣ ଶୀଘ୍ର ଚାଷୀ ଙ୍କ ପାଇଁ ସମ୍ବେଦନଶୀଳ ହୁଅନ୍ତୁ ଓ ଶ୍ରୀ ଅକ୍ଷୟ କୁମାର ଙ୍କ ସହ ଆଲୋଚନା କରନ୍ତୁ ଓ ଚାଷୀ ଙ୍କ ପାଇଁ ଏକ ସ୍ଵଚ୍ଛ , ସରଳ ବ୍ୟବସ୍ଥା ଲାଗୁ କରନ୍ତୁ ବୋଲି ଦାବି ହେଉଛି ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ l ଅନଶନରତ ଚାଷୀ ନେତା ଅକ୍ଷୟ କୁମାର ଙ୍କ ସହ ଆଲୋଚନା କରନ୍ତୁ ମୁଖ୍ୟମନ୍ତ୍ରୀ ଓ ଚାଷୀ ବିରୋଧୀ ଜିଲ୍ଲାପାଳ ଙ୍କୁ ଅନ୍ୟତ୍ର ବଦଳି ପାଇଁ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦାବି କରାଯାଇଛି l ଶନିବାର ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ର ଏକ ପ୍ରତିନିଧି ଦଳ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ସାକ୍ଷାତ କରିଥିଲେ । ଧାନ ମଣ୍ଡି ବ୍ୟବସ୍ଥା ରେ ସୁଧାର୍ ଓ ସରଳୀକରଣ ଉପରେ ସରକାର ଙ୍କ ପ୍ରତିଶ୍ରୁତି ମୁତାବକ ଆଲୋଚନା ନ ହେବାକୁ ନେଇ ଦୀର୍ଘ ୧୫ ଦିନ ହେବ ନବନିର୍ମାଣ କୃଷକ ସଂଗଠନ ର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ଅନଶନ ସତ୍ୟାଗ୍ରହ ରେ ବସିଛନ୍ତି। ବିଗତ ୮ ଦିନ ତଳେ ସେ ୮ ଦଫା ସମ୍ମିଳିତ ଏକ ଖୋଲା ଚିଠି ମୁଖ୍ୟମନ୍ତ୍ରୀ ଙ୍କୁ ଲେଖିଥିଲେ ଏବଂ ଆଲୋଚନା ପାଇଁ ସରକାର ଙ୍କୁ ୮ ଦିନ ସମୟ ଦେଇଥିଲେ। ଏଯାଏଁ ମୁଖ୍ୟ ମନ୍ତ୍ରୀ କିମ୍ବା ତାଙ୍କର କୌଣସି ମନ୍ତ୍ରୀ ଆଲୋଚନ ପାଇଁ ଶ୍ରୀ କୁମାର ଙ୍କ ପାଖକୁ ଆସି ନାହାନ୍ତି ଏହା ମୋହନ ସରକାର ଙ୍କ ଚାଷୀ ଙ୍କ ପ୍ରତି ଥିବା ଅସମ୍ବେଦନଶୀଳତା ଭାବ କୁ ଦର୍ଶାଉଛି ଏଣୁ ରାଜସ୍ବ ମନ୍ତ୍ରୀ ଶ୍ରୀ ପୂଜାରୀ ଙ୍କ ଜରିଆ ରେ ମୁଖ୍ୟ ମନ୍ତ୍ରୀ ଙ୍କୁ ଚିଠି ଲେଖି ନବନିର୍ମାଣ କୃଷକ ସଂଗଠନ ସୁବର୍ଣ୍ଣପୁର ର ସଦସ୍ୟ ମାନେ ଶୀଘ୍ର ଶ୍ରୀ କୁମାର ଙ୍କ ସହ ଆଲୋଚନା ନ ହେଲେ ଜିଲ୍ଲା ବ୍ୟାପି ସତ୍ୟାଗ୍ରହ ଅନ୍ଧୋଲନ କୁ ବ୍ୟାପକ କରା ଯିବା ବୋଲି କହିଛନ୍ତି | ମୋହନ ସରକାର ଙ୍କୁ ନିଦ ରୁ ଉଠେଇବା ପାଇଁ ଦରକାର୍ ପଡ଼ିଲେ ଚାଷୀମାନେ ସୁବର୍ଣ୍ଣପୁର ଜିଲ୍ଲା ରେ ଅଖ ଚକ ଜାମ କରିବେ ବୋଲି ଜିଲ୍ଲା ସଭାପତି ପ୍ରଦ୍ୟୁମ୍ନ କୁମାର ପାଢ଼ୀ ଏକ ପ୍ରେସ ବିବୃତି ରେ କହିଛନ୍ତି l ପୂର୍ବ ସରକାର ଭଳି ନିଦା ବିଷ୍ଣୁ ନ ହୋଇ ଚାଷ ଓ ଚାଷୀ କ୍ଷେତ୍ର ରେ ଦୃଷ୍ଟାନ୍ତ ମୂଳକ ପରିବର୍ତ୍ତନ ଆଣିବାରେ ନୂଆ ସରକାର ଯତ୍ନଶୀଳ ହୁଅନ୍ତୁ ବୋଲି ସଂଗଠନ ର ରାଜ୍ୟ ଉପଦେଷ୍ଟା ରାଜେନ୍ଦ୍ର ପ୍ରସାଦ ମିଶ୍ର କହିଛନ୍ତି l ଏହା ସହ ବିଗତ ଦିନ ରେ ଚାଷୀ ନେତ୍ରୀ ସୋନାଲି ବିଶି ଙ୍କୁ ରୋଟି ସେକ କହି ଅସମ୍ମାନିତ କରି ଥିବା ତଥା ଚାଷୀ ପ୍ରସଂଗ ଗୁଡ଼ିକୁ ଅନ୍ଧ ଭଳି ଏଡେଇ ଦେଉ ଥିବା ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅନ୍ୟା ଦାସ ଙ୍କୁ ଶୀଘ୍ର ଜିଲ୍ଲା ରୁ ବଦଳି କରିବା ପାଇଁ ସଂଗଠନ ଦୃଢ଼ ଭାବରେ ମନ୍ତ୍ରୀ ଙ୍କୁ ଜଣାଇଛି |ଆଜି ଏହି ସାକ୍ଷାତ୍ ସମୟରେ ସଂଗଠନ ର ଯୁବ ନେତା ପ୍ରଭାତ ରଞ୍ଜନ ମିଶ୍ର ,ଶ୍ରୀକାନ୍ତ ସାହୁ ଓ ସୁବ୍ରତ ଭୋଇ ଉପସ୍ଥିତ ଥିଲେ।

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

ଆଗାମୀ ରଥଯାତ୍ରା ରେ ଶ୍ରଦ୍ଧାଳୁ ଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି। ଏ ନେଇ ଏକ ସମୀକ୍ଷା ବୈଠକ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩୦ ଟି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଓ ୮ ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅତିରିକ୍ତ ବ୍ୟବସ୍ଥା କରାଯାଉଛି। ଏଥି ସହିତ ୧୦ ଶଯ୍ୟା ବିଶିଷ୍ଟ ୮ ଟି ଅତିରିକ୍ତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ। ଏଥିରେ ଅତିରିକ୍ତ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ ନିୟୋଜିତ ରହିବେ। ବଡଦାଣ୍ଡ ସମେତ ପୁରୀ ସହର ର ପ୍ରମୁଖ ସ୍ଥାନ ଗୁଡିକରେ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବ।୫୦ ରୁ ଅଧିକ ଆମ୍ବୁଲାନ୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ବିଭିନ୍ନ ସ୍ୱେଚ୍ଛାସେବି ସଂଗଠନ ଙ୍କ ସହାୟତା ନିଆଯିବ। ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ସ୍ୱାସ୍ଥ୍ୟ ସେବାର ତଦାରଖ କରିବେ। ଆଇ ସି ୟୁ, ଟ୍ରମା କେୟାର କେନ୍ଦ୍ର ପ୍ରସ୍ତୁତ କରି ରଖାଯିବ। ପୁରୀ ରେ ଥିବା ସବୁ ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପ୍ରସ୍ତୁତ ରଖାଯିବ। ରେଲୱେ ଷ୍ଟେସନ, ବସଷ୍ଟାଣ୍ଡ ରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲିବ। ଗୁରୁତର ରୋଗୀ ଙ୍କୁ କଟକ, ଭୁବନେଶ୍ୱର ସ୍ଥାନାନ୍ତର ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହେବ। ଆମ୍ବୁଲାନ୍ସ ଗୁଡ଼ିକ ଯେଭଳି ସୁରୁଖୁରୁରେ ଯାତାୟାତ କରିପାରିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା ହେବ। ରଥଯାତ୍ରା ସମୟରେ ଲୋକ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ ୨ ଶହ ଡାକ୍ତର ଙ୍କୁ ନିୟୋଜିତ କରାଯିବ। ଅପମିଶ୍ରିତ ଓ ବାସୀ ଖାଦ୍ୟ ବିକ୍ରି ବନ୍ଦ ପାଇଁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନେ ଯାଞ୍ଜ କରିବେ। ରଥଯାତ୍ରା ସ୍ୱାସ୍ଥ୍ୟ ସେବାକୁ ଶୃଙ୍ଖଳିତ କରିବା ପାଇଁ ଅନୁଷ୍ଠିତ ହୋଇଥିବା ବୈଠକ ରେ ପୁରୀ ମହାନଗର ନିଗମ ର କମିଶନର, ଅତିରିକ୍ତ ଜିଲ୍ଲାପାଳ, ଏସପି, ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହୋଇଥିଲେ। ରଥଯାତ୍ରା ର ଭକ୍ତ ଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱେଚ୍ଛାସେବୀ ଦେବାଶିଶ ମିଶ୍ର କୁହନ୍ତି, ରଥଯାତ୍ରା ଭିଡ଼ରେ ବଡ ଆମ୍ବୁଲାନ୍ସ ଯାତାୟାତ ରେ ବହୁତ୍ ସମସ୍ୟା ସୃଷ୍ଟି କରୁଛି। ଏଣୁ ଆମେ ଜିଲାପାଳ ଙ୍କୁ ପ୍ରସ୍ତାବ ଦେଲୁ କିଛି ଛୋଟ ଆମ୍ବୁଲାନ୍ସ ନିୟୋଜିତ କରାଯାଉ। ଏହା ଦ୍ଵାରା ଆମ୍ବୁଲାନ୍ସ ଯାତାୟାତ ରେ ସୁବିଧା ହେବା ସହ ଲୋକ ମାନେ ତ୍ୱରିତ ଚିକିତ୍ସା ସେବା ପାଇପାରିବେ। ଆଉ ଏକ ପ୍ରସ୍ତାବ ରହିଚି ବଡ ଦାଣ୍ଡ ରେ ଅଧିକ ଶୀତତାପ ନିୟନ୍ତ୍ରିତ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଉ। ଏହା ଦ୍ଵାରା ଅଯଥା ରେ ଲୋକ ଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆନଯାଇ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ । ଆମେ ଜିଲାପାଳ ଙ୍କୁ ଅନୁରୋଧ କରିଛୁ ଗୁଣ୍ଡିଚା ମନ୍ଦିର ନିକଟ ରେ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯିବା ନେଇ ଅନୁମତି ଦିଆଯାଉ। ଏହା ହେଲେ ମନ୍ଦିର ଭିତରେ ଅବା ବାହାରେ କିଛି ଅଘଟଣ ଘଟିଲେ ସଙ୍ଗେ ସଙ୍ଗେ ଚିକିତ୍ସା ସେବା ଲୋକ ଙ୍କୁ ଓ ସେବାୟତ ଙ୍କୁ ଚିକିତ୍ସା ସେବା ଦେଇହେବ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଚଳିତ ରଥଯାତ୍ରା ରେ ଲୋକ ଙ୍କୁ କିଭଳି ତ୍ୱରିତ ଚିକିତ୍ସା ସେବା ଯୋଗାଇ ହେବ ସେ ନେଇ ଏକ ମାର୍ଗଦର୍ଶିକା କରାଯାଇଛି। ବଡଦାଣ୍ଡ ସମେତ ବିଭିନ୍ନ ଗୁରୁତ୍ଵପୂର୍ଣ୍ଣ ସ୍ଥାନରେ ୮ ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରହିବ । ମୋଟ ୮୦ ବେଡ ବିଶିଷ୍ଟ ଏହି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସବୁ ପ୍ରକାର ଚିକିତ୍ସା ସେବା ବ୍ୟବସ୍ଥା ରହିବ। ସବୁ ପ୍ରକାର ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଉପକରଣ ଓ ସ୍ପେଶଲିଷ୍ଟ ଡାକ୍ତର ରହିବେ। ଏ ନେଇ ଆଜିର ବୈଠକ ରେ ଆଲୋଚୋନା ହେଲା। ଆମ୍ବୁଲାନ୍ସ କିଭଳି ଯାତାୟାତ କରିବ, ସ୍ୱେଚ୍ଛାସେବୀ ଙ୍କୁ ତାଲିମ ପ୍ରଦାନ ସେ ନେଇ ସବିଶେଷ ଆଲୋଚନା ହୋଇଛି। ମାର୍ଗଦର୍ଶିକା ଅନୁଯାୟୀ ରଥଯାତ୍ରା, ସୁନାବେଶ, ବାହୁଡ଼ା ରେ ସ୍ୱାସ୍ଥ୍ୟ ସେବା ଲୋକ ଙ୍କୁ ଯୋଗାଇ ଦିଆଯିବ। ଆଗାମୀ ଜୁନ ୨୯ ରେ ମହାପ୍ରଭୁ ଙ୍କ ସ୍ନାନଯାତ୍ରା ଓ ଜୁଲାଇ ୧୬ ରେ ରଥଯାତ୍ରା ଅନୁଷ୍ଠିତ ହେବ। ଏହି ଦୁଇ ଯାତ୍ରାରେ ଦଇତାପତି ସେବକ ଙ୍କ ଗୁରୁ ଦାୟିତ୍ୱ ରହିଛି । ଦଇତାପତି ସେବକମାନେ ମହାପ୍ରଭୁ ଙ୍କୁ ସ୍ନାନଯାତ୍ରାରେ ରତ୍ନସିଂହାସନ ରୁ ପହଣ୍ଡି ରେ ଆଣି ସ୍ନାନ ବେଦୀ କୁ ଆଣିବେ। ସେହିପରି ଆଗାମୀ ରଥଯାତ୍ରାରେ ମଧ୍ୟ ଦଇତାପତି ସେବକ ମାନେ ମହାପ୍ରଭୁ ଙ୍କୁ ପହଣ୍ଡି ଆଣି ରଥ ଉପରେ ଠାକୁର ଙ୍କୁ ବିରାଜମାନ କରାଇବେ। ତେବେ ଠାକୁର ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଓ ସୁରକ୍ଷିତ ଢଙ୍ଗରେ ହୋଇ ପାରିବ ସେ ନେଇ ସମୀକ୍ଷା କରିଛନ୍ତି ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପ ମୁଖ୍ୟପ୍ରଶାସକ ଦିବ୍ୟଜ୍ୟୋତି ପରିଡା। ଶ୍ରୀମନ୍ଦିର କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଥିବା ବୈଠକ ରେ ଶ୍ରୀମନ୍ଦିର ଦଇତାପତି ନିଯୋଗ ର କର୍ମକର୍ତ୍ତା ଯୋଗ ଦେଇଥିଲେ।୨୦୨୪ ରଥଯାତ୍ରା ରେ ଆଡ଼ପ ମଣ୍ଡପ ବିଜେ ବେଳେ ବଡ ଠାକୁର ଶ୍ରୀବଳଭଦ୍ର ରଥ ରୁ ଚାରମାଳ କୁ ଖସି ପଡ଼ିଥିଲେ। ଏଣୁ ଏଭଳି ଅଘଟଣ କିଭଳି ଆଗାମୀ ଦିନରେ ହେବ ନାହିଁ ଏବଂ ଶୃଙ୍ଖଳିତ ଢଙ୍ଗରେ ପହଣ୍ଡି କାର୍ଯ୍ୟ ସମାପନ ହେବ ସେ ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ। ପହଣ୍ଡି ପାଇଁ ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ସଂଖ୍ୟାରୁ ଯେଭଳି ଅଧିକ ସେବକ ନ ରହିବେ ସେ ନେଇ ଆଲୋଚନା ହୋଇଥିଲା। ସେହିପରି ନିର୍ଦ୍ଧାରିତ ସମୟ ଅନୁସାରେ ସମସ୍ତ ନୀତି ଯେଭଳି ପାଳନ ହେବ ସେ ନେଇ ମଧ୍ୟ ଆଲୋଚାନା ହୋଇଛି। ତେବେ ମହାପ୍ରଭୁ ସ୍ନାନଯାତ୍ରା, ଅଣସର, ନବଯୌବନ, ନେତ୍ରୋତ୍ସବ ସମସ୍ତ ନୀତି ଶୃଙ୍ଖଳିତ କରିବାକୁ ବାଡଗ୍ରାହୀ ସେବକ ମତ ରଖିଛନ୍ତି। ଦଇତାପତି ସେବକ ଭବାନୀ ଦାସ ମହାପାତ୍ର ନିଜ ପ୍ରତିକ୍ରିୟାରେ କୁହନ୍ତି, ଆଗାମୀ ରଥଯାତ୍ରା ରେ କିଭଳି ମହାପ୍ରଭୁ ଙ୍କ ସମସ୍ତ ନିତିକାନ୍ତି, ଭକ୍ତ ଙ୍କ ଦର୍ଶନ ସୁରୁଖୁରୁରେ ଶୃଙ୍ଖଳିତ ଭାବରେ ହୋଇପାରିବ ସେ ନେଇ ଜିଲ୍ଲାପାଳ ଙ୍କ ସହ ଆଲୋଚନା ହୋଇଛି। ସେବାୟତ ଙ୍କ ମଧ୍ୟରେ ଯେଭଳି ଏକ ସମନ୍ଵୟ ରହିବ ସେ ନେଇ ଆଲୋଚନା ହୋଇଥିଲା। ମହାପ୍ରଭୂ ଙ୍କ ପହଣ୍ଡି କିଭଳି ଶୃଙ୍ଖଳିତ ଢଙ୍ଗରେ ହୋଇପାରିବ ସେ ନେଇ ମଧ୍ୟ ଆଲୋଚନା ହୋଇଥିଲା। ତେବେ ମହାପ୍ରଭୁ ଙ୍କ କାର୍ଯ୍ଯ କୁ ଶୃଙ୍ଖଳିତ ଭାବରେ କରିବା ପାଇଁ ଦଇତାପତି ସେବକ ସମ୍ପୂର୍ଣ ପ୍ରସ୍ତୁତ ରହିଚନ୍ତି। ଏହି ଭରସା ଆମେ ପ୍ରଶାସନ କୁ ଦେଇଛୁ। ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ନିଜ ପ୍ରତିକ୍ରିୟାରେ କହିଛନ୍ତି, ଆଗାମୀ ରଥଯାତ୍ରା କୁ ଶୃଙ୍ଖଳିତ ଭାବେ ଆୟୋଜନ ନେଇ ସବୁ ସେବାୟତ ବିଯୋଗ ସହ ଆଲୋଚନା କରାଯାଉଛି। ମହାପ୍ରଭୁ ଙ୍କ ଶୃଙ୍ଖଳିତ ନୀତି କାନ୍ତି ଓ ପହଣ୍ଡି ପ୍ରସଙ୍ଗ ରେ ମଧ୍ୟ ଦଇତାପତି ସେବକ ଙ୍କ ସହ ଆଲୋଚନା ହୋଇଛି। ଆମର ଆଶା ରହିଛି ମହାପ୍ରଭୁ ଙ୍କ କୃପାରୁ ରଥଯାତ୍ରା ସୁରୁଖୁରୁରେ ସମାପନ ହେବ।

Leave a Reply

Your email address will not be published. Required fields are marked *

You may have missed