December 20, 2025
Home » ଜମି ମାଫିଆ ଙ୍କ କବଜା ରେ ରୟତି ଜମି

ଜମି ମାଫିଆ ଙ୍କ କବଜା ରେ ରୟତି ଜମି

0
bala-jami

ବଲାଙ୍ଗୀର :ଭୀମଭୋଇ ମେଡିକାଲ କଲେଜ ନିକଟରେ ଥିବା ଏକ ସରଳ ପରିବାରର ଜମି ଉପରେ ମାଡି ବସିଛନ୍ତି ଜମି ମାଫିଆ । ସେମାନଙ୍କ ଜମିରେ ଥିବା ଗଛକାଟି, ରାସ୍ତା ତିଆରି କରି ଜମି ବିକ୍ରୀ କରୁଛନ୍ତି । ଜମି ମାଫିଆ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବାରଦୁଆର ହେଉଥିଲେ ହେଁ ନ୍ୟାୟ ପାଉନାହାନ୍ତି ତାଣ୍ଡି ପରିବାର । ମିଳିଥିବା ସୂଚନା ଅନୁସାରେ ଡୁଙ୍ଗୁରୀପଡାର ଆଶିଷ୍ ତାଣ୍ଡି, ଚିତ୍ରଲେଖା ଜେନା, ସରୋଜିନୀ ତାଣ୍ଡି, ଅକ୍ଷୟ ତାଣ୍ଡି, ବିନୀତା ଦୀପ, ସସ୍ମିତା ଦୀପ, ରଶ୍ମିତା ଦୀପ ଙ୍କର ପୈତୃକ ଜମି ରହିଛି । କେଉଁ ସମୟରୁ ସେମାନେ ଉକ୍ତ ଜମିରେ ଚାଷ କରି ଗୁଜୁରାଣ ମେଣ୍ଟାଉଛନ୍ତି । କିନ୍ତୁ ଜମି ମାଫିଆ ଉକ୍ତ ସେମାନଙ୍କ ଜମିରୁ ଗଛକାଟି, ପ୍ଲଟ ଓ ପାଣିନାଳ ଉପରେ ମାଟି ପୋତି ରାସ୍ତା ତିଆରି କରିଛି ।

ତାକୁ ବାରଣ କରିବାକୁ ସେ ପରିବାର ଲୋକଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଥିବା ଦେଖିବାକୁ ମିଳିଛି । ଜମି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ସେମାନଙ୍କ ଜମି ମୁକୁଳାଇବାକୁ ପରିବାର ଲୋକେ ବାରମ୍ବାର ନିବେଦନ କରୁଛନ୍ତି । ପୁଲିସ ଥାନା, ବନ ବିଭାଗ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପ୍ରଶାସନ ସ୍ଥାଣୁ ମନୋଭାବ ପୋଷଣ କରି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ସେମାନେ ଅଭିଯୋଗ କରିଥିଲେ । ସୋମବାର ଏହି ପରିବାର ଲୋକେ ନ୍ୟାୟ ପାଇବା ଆଶାରେ ଏସପିଙ୍କ କାର୍ଯ୍ୟାଳୟର ଦ୍ୱାରସ୍ଥ ହୋଇଥିଲେ । ଏସପିଙ୍କୁ ଭେଟି ଉକ୍ତ ଜମି ମାଫିଆ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ସହିତ ତାଙ୍କର ଜମିକୁ ଉଦ୍ଧାର କରାଯାଉ ବୋଲି ନିବେଦନ କରିଥିଲେ ।

ବଲାଙ୍ଗୀର ଇପିଏ ରୁ ସୁଷମା ପଶାୟତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave a Reply

Your email address will not be published. Required fields are marked *