September 22, 2026
Home » ଇନଟାକ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

ଇନଟାକ ସୋନପୁର ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଓ ନୂଆଁଖାଇ ଭେଟଘାଟ ଅନୁଷ୍ଠିତ

0
WhatsApp Image 2026-09-20 at 5.12.32 PM

ନୂତନ ସଦସ୍ୟଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା l
ସୁବର୍ଣ୍ଣପୁର:ଇନଟାକ ସୋନପୁର ଚ୍ୟାପ୍ଟର ଆବାହକ ପ୍ରଦ୍ୟୁମ୍ନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଚ୍ୟାପ୍ଟରର ସାଧାରଣ ପରିଷଦ ବୈଠକ ଏବଂ ନୂଆଁଖାଇ ଭେଟଘାଟ ସ୍ଥାନୀୟ କୃଷି ବିଜ୍ଞାନ କେନ୍ଦ୍ର ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ଚ୍ୟାପ୍ଟରର ନୂତନ ସଦସ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଗତ ଦିନରେ ଚ୍ୟାପ୍ଟର ତରଫରୁ ଅନୁଷ୍ଠିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହେବା ସହ ଐତିହ୍ୟର ସୁରକ୍ଷା ଦିଗରେ ଚ୍ୟାପ୍ଟର ତାର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟସ୍ତରରେ ହେରିଟେଜ କ୍ଲବ ଗଠନ ସହ, ଐତିହ୍ୟ ପଦଯାତ୍ରା, ପ୍ରକୃତି ପଦଯାତ୍ରା, ସୁବର୍ଣ୍ଣପୁର ସହର ସ୍ଥିତ ମନ୍ଦିର ଗୁଡ଼ିକର ପ୍ରସ୍ତାବିତ ଫର୍ମାଟରେ  ତାଲିକା ପ୍ରସ୍ତୁତି, ଲୁପ୍ତପ୍ରାୟ ଐତିହ୍ୟର ସୁରକ୍ଷା ଓ ବୃତ୍ତ ପ୍ରସ୍ତୁତି, କର୍ମଶାଳା ଆୟୋଜନ ଆଦି କାର୍ଯ୍ୟକ୍ରମକୁ ନିୟମିତ ବ୍ୟବଧାନରେ କରିବାକୁ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ବିଶେଷ କରି ଛାତ୍ରଛାତ୍ରୀ ମାନଙ୍କୁ ଐତିହ୍ୟ ସୁରକ୍ଷା ଦିଗରେ ସାମିଲ କରିବା ପାଇଁ ତାଙ୍କୁ ସଦସ୍ୟ ଭାବେ ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଗଲା । ବୈଠକରେ ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ସିଡିଏମଓ ଡାକ୍ତର ରାଜେନ୍ଦ୍ର କୁମାର ମିଶ୍ର, ଡାକ୍ତର ଶାନ୍ତି ମଂଜରୀ ମିଶ୍ର, ଅବସରପ୍ରାପ୍ତ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ପାଢ଼ୀ, କବି ଆର୍ତ୍ତତ୍ରାଣ ବାବୁ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ରଥ, ଐତିହାସିକ ସୁଦାମ ନାଏକ, ଦୁର୍ଯ୍ୟୋଧନ ମେହେର, ବେଣୁଧର ପ୍ରଧାନ, ଦେବକୀ ନନ୍ଦନ ମିଶ୍ର , ବିଶ୍ଵଜିତ ମହାପାତ୍ର, ଗତିକୃଷ୍ଣ ବନିଆଁ, ପ୍ରାଧ୍ୟାପିକା ରେଖା ପ୍ରଧାନ ପ୍ରମୂଖ ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଇନଟାକର ସଦସ୍ୟ ସବିତା ସାହୁ, ସରିତା ପୋଥାଲ, ଅନୁପମା ମହାପାତ୍ର, ସୁନିଲା ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୋନପୁର ଚାପ୍ଟରର ସହ ଆବାହକ ବନମାଳୀ ପଣ୍ଡା ସ୍ୱାଗତ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସଦସ୍ୟ ଡ. ସୌରଭ ରଞ୍ଜନ ଖମାରୀ ଧନ୍ୟବାଦ ଅର୍ପଣ କରିଥିଲେ l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *