ନମ୍ରତା ଫାଉଣ୍ଡେସନ ପକ୍ଷରୁ ରାଧାନଗର ଠାରେ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ
ସୁବର୍ଣ୍ଣପୁର —ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ରାଧାନଗର ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ନମ୍ରତା ଫାଉଣ୍ଡେସନ ବାଉଁଶୁଣୀ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି ବୀରମହାରାଜପୁର ର ମିଳିତ ଆନୁକୂଲ୍ୟରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ସକାଳ ୧୦ଘ. ରୁ ଆରମ୍ଭ ହୋଇ ୧.୦୦ଘ ରେ ଶେଷ ହୋଇଥିଲା l ଏହି ଶିବିରରେ ରାଧାନଗର ଗ୍ରାମ ପଞ୍ଚାୟତ ଏବଂ ଆଖ ପାଖ ଅଞ୍ଚଳର ଅନେକ ରୋଗୀ ନିଜର ଚକ୍ଷୁ ପରୀକ୍ଷା କରିବା ସହ ସୁଲଭ ମୂଲ୍ୟରେ ଚଷମା ନେଇଥିଲେ ଓ ଯେଉଁ ରୋଗୀ ମାନଙ୍କର ମୋତିଆ ବିନ୍ଦୁ ଅପରେସନ ଦରକାର ଥିଲା ତାଙ୍କୁ ପଣ୍ଡାପାଲି ହସ୍ପିଟାଲ କୁ ନିଆଯାଇ ସମ୍ପୂର୍ଣ୍ଣ ମାଗଣାରେ ଅପରେସନ ର ବ୍ୟବସ୍ଥା କରାଯାଇଛି । ଏହି ଶିବର ରେ ନମ୍ରତା ଫାଉଣ୍ଡେସନ ର ସକ୍ରିୟ ସଦସ୍ୟ ମହେନ୍ଦ୍ର ମହାକୁଳ,ତୋଫାନ୍ ଦେହୁରୀ, ଅଭିଳାଷ ଧଳ, ଚନ୍ଦନ ଦେହୁରୀ,ରାଧାନଗର ଗ୍ରାମ ପଞ୍ଚାୟତର ସରପଞ୍ଚ ଗଣେଶ କୁମାର ବେହେରା ଓ ମହାନଦୀ ନେତ୍ର ଚିକିତ୍ସାଳୟ ର କର୍ମଚାରୀ ମାନେ ଉପସ୍ଥିତ ରହି ଶିବିର କୁ ସଫଳ କରିବାରେ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…
