ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ସୁବର୍ଣ୍ଣପୁର —ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍। ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ.ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ବରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ସଭାରେ ସମ୍ମାନିତ ଅତିଥି ଭାବରେ ଆଲୁମିନୀ ସଦସ୍ୟା ସ୍ନିଗ୍ଧା ପ୍ରଧାନ ମଞ୍ଚାସିନ ହୋଇ ମହିଳା ମାନଙ୍କର ସମାଜରେ କର୍ତ୍ତବ୍ୟ, ସମ୍ମାନ ତଥା ନିରାପତ୍ତା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସମ୍ବଲପୁରସ୍ଥିତ ଗାୟତ୍ରୀ ମହାବିଦ୍ୟାଳୟର ଜୀବ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ମାମିନା ଭୋଇ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମହିଳା ମାନେ କିପରି ସମାଜ ସଂସ୍କାର ଦିଗରେ ଯୁଗେ ଯୁଗେ କାର୍ଯ୍ୟକାରୀ କରି ଆସିଛନ୍ତି ତାହା ଉପରେ ସୁନ୍ଦର ବକ୍ତବ୍ୟ ରଖିଥିଲେ । ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ମଞ୍ଚାସିନ ହୋଇ ଏବେ ପୁଅ ଝିଅ ମାନେ ଶିକ୍ଷା ,ବ୍ୟବସାୟ,ବାଣିଜ୍ୟ, ସାହିତ୍ୟ, ତଥା ଗବେଷଣା କ୍ଷେତ୍ରରେ ସମାନ ଅଟନ୍ତି ବୋଲି ମତ ପ୍ରକାଶ କରିଥିଲେ।
ବିଦ୍ୟାଳୟ ର ହିନ୍ଦୀ ଶିକ୍ଷକ ନନ୍ଦିଘୋଷ ବାରିକ ମହିଳା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସଭାର ପ୍ରାରମ୍ଭରେ ଅତିଥିମାନେ ଅଗ୍ରପୂଜ୍ୟ ଗଜlନନଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଦୀପ ପ୍ରଜ୍ବଳନ କରିଥିଲେ। ବିଦ୍ୟାଳୟର ଛାତ୍ରୀ ପୂଜାରାଣୀ ଦୀପ , ଅର୍ଚ୍ଚିତା ପ୍ରଧାନ,ଜନାନିକା ନାୟକ, ଲିପ୍ସା ଜୁଆଡି ଓ ଶୁଭଶ୍ରୀ ବରିହା ଏହି ଅବସରରେ ନିଜ ନିଜ ବକ୍ତବ୍ୟ ପ୍ରଦାନ କରିଥିଲେ ।ସଭାର ପ୍ରାରମ୍ଭରେ ଅନ୍ତରା ଜାଲ, ସୀମି ନାୟକ ଓ ସାଥୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିବେଳେ ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭାକୁ ସଂଯୋଜନା କରିଥିଲେ । ଶେଷରେ ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯକ୍ରମକୁ ସଞ୍ଜୀବ ପୂଜାରୀ, ବିଭୀଷଣ ଖମାରୀ, ମୀନକେତନ ଦାସ, ସୁରଜ୍ ଖମାରୀ , ବିକାଶ ,ଅମିତ୍ ଓ ସମୀର କଠାର ସହଯୋଗ କରିଥିଲେ ।
ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର