ଫାଶୀ କାଠ ଦାତା ଙ୍କୁ ସମ୍ବର୍ଦ୍ଧନା।

ମହାପ୍ରଭୁଙ୍କ ରଥ ନିର୍ମାଣ ପାଇଁ ବିରଳ ଫାଶି କାଠ ସ୍ବଇଚ୍ଛାରେ ଦାନ କରିଥିବା ଦାତାମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି।
ଏ ନେଇ ମଙ୍ଗଳବାର ପୁରୀ ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ୨୦୨୩ ଏବଂ ୨୦୨୪ ବର୍ଷର ୮୬ ଜଣ ଫାଶି କାଠ ଦାତାଙ୍କୁ ଗଜପତି ମହାରାଜା ଦିବ୍ୟ ସିଂହ ଦେବଏବଂ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ ଅରବିନ୍ଦ ପାଢୀ ସମ୍ବର୍ଦ୍ଧିତ କରିଛନ୍ତି।ପ୍ରତ୍ୟେକ ଦତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ ଏବଂ ମାନ ପତ୍ର ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମରେ ଉନ୍ନୟନ ପ୍ରଶାସକ,ନୀତି ପ୍ରଶାସକଙ୍କ ସମେତ ଅଧିକାରୀଗଣ ଉପସ୍ଥିତ ଥିଲେ।