ଅତିରିକ୍ତ ଜିଲ୍ଲାପାଳଙ୍କୁ ରାୟଗଡ଼ା ଜିଲ୍ଲା ବିଜେପି ସଭାପତିଙ୍କ ଅସଦାଚରଣକୁ ନେଇ ସାମ୍ବାଦିକ ସମ୍ମିଳନୀ

ଜିଲ୍ଲାର ବିଭିନ୍ନ ରାଜନୌତିକ ଦଳ ପକ୍ଷରୁ ଉଭୟଙ୍କ ମାମଲାରେ ଏପରି ଯେମିତି ପୁନଃରବୃତି ନ ଘଟେ ସେଥିପାଇଁ ଦୃଷ୍ଟି ଦେଇ ନିରପେକ୍ଷ ତଦନ୍ତ ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
କିଛି ଦିନ ପୂର୍ବେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପଳଙ୍କୁ ଫୋନରେ ରାୟଗଡ଼ା ଜିଲ୍ଲା ଭାଜପା ସଭାପତି ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ଅତିରିକ୍ତ ଜିଲାପାଳ ତଥା ଓଏଏସ୍ ଅଫିସର ସଂଘ ଜିଲ୍ଲା ସଭାପତି ନବୀନ ନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ଦିନ ସର୍କିଟ ହାଉସ କନ୍ଫରେନ୍ସ ହଲ୍ଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତି କ୍ରମେ ଏଡିଏମଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା ଓଏଏସ ସଂଘ ପକ୍ଷରୁ ରାୟଗଡ଼ା ଜିଲ୍ଲାପାଳ ପାରୁଲ ପଟୱାରି ଓ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସ୍ବାଥୀ ଏସ୍.କୁମାରଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଅବଗତ କରାଇବା ସହ ଭାଜପା ଜିଲ୍ଲା ସଭାପତି ଗୋପୀ ଆନନ୍ଦଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ଦାବିରେ ଏକ ଲିଖିତ ଭାବେ ଅଭିଯୋଗ ଜରିଆରେ ପ୍ରତିବାଦ ଜଣାଇବା ସହ ପୋଲିସ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିବେଦନ କରିଥିଲେ ।
ଉକ୍ତ ଘଟଣା ନେଇ ଶନିବାର ଦିନ ରାୟଗଡ଼ା ଜିଲ୍ଲା ବିଜେଡ଼ି ସଭାପତି ତଥା ପୂର୍ବତନ ସାଂସଦ ଏନ ଭାସ୍କର ରାଓ ତାଙ୍କ ବାସଭବନରେ ଏକ ସାମ୍ବାଦିକ ସମ୍ମିଳନୀ ଡ଼ାକି ଏଡିଏମଙ୍କ ପ୍ରତି ଦୁର୍ବ୍ୟବହାର ହୋଇଥିବା ମାମଲାରେ ନିଜ ପ୍ରତିକ୍ରିୟା ରଖିଥିଲେ । ଏହି ପରିପ୍ରେକ୍ଷୀରେ ବିଜେଡି ଜିଲ୍ଲା ସଭାପତି ରାଓ କହିଥିଲେ ଜିଲ୍ଲାରେ ବିଗତ ଦିନରେ ଆମେ ବିଜେଡି ସରକାର, ବିଜେପି ଓ ବିଜେଡ଼ି ମେଣ୍ଟ ସରକାର,କଂଗ୍ରେସ ସରକାର ଦେଖି ଆସିଚେ ବର୍ତ୍ତମାନ ବିଜେପି ସରକାର ଚାଲିଛି । କୌଣସି ତଥ୍ୟ ଦରକାର ହେଲେ ଜନ ପ୍ରତିନିଧି ହିସାବରେ ଆରଟିଆଇ ଜରିଆରେ ମଗା ଯାଇ ପାରିଥାନ୍ତା ଯଦି ତଥ୍ୟ ନ ଦେଲେ ଉପର ଅଧିକାରୀଙ୍କୁ ଅଭିଯୋଗ କରାଯାଇପାରିଥାନ୍ତା । କିନ୍ତୁ,ଭାଜପାର ଜିଲ୍ଲା ସଭାପତି ଦାୟିତ୍ୱ ଗ୍ରହଣ କରିବା ତତକ୍ଷଣାତ୍ ଫୋନ ଯୋଗେ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ତାଙ୍କ ଅତି ନ୍ୟୁନ ଧରଣର ଆଚରଣ ଅତି ଦୁର୍ଭାଗ୍ୟଜନକ । ଏପରି ପରିସ୍ଥିତି ବିଗତ ପଚାଶ ବର୍ଷ ରାଜନୀତି କ୍ୟାରିଅରରେ ମୁଁ ଦେଖି ନାହିଁ । ଉକ୍ତ ବିଷୟ ନେଇ ଭାସ୍କର ରାଓ କହିଛନ୍ତି ଯେ ଅଭିଯୋଗ ହୋଇଥିବା ଉଭୟ ପକ୍ଷରେ ନିରପେକ୍ଷ ଭାବେ ତଦନ୍ତ କରି ଯିଏ ଦୋଷୀ ତା ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନଚେତ୍ ଉକ୍ତ ମାମଲା ନେଇ ଜଗିରହିଥିବ ରାୟଗଡ଼ା ଜନତା ଉଚିତ ଜବାବ ଦେବେ । ଅପରପକ୍ଷରେ କିଛି ଲୋକ ତାଙ୍କ ଗାଁର ପାଣି ସମସ୍ୟା ନେଇ ଅଭିଯୋଗ କରିବାକୁ ଜିଲ୍ଲାପାଳ ଦାୟିତ୍ୱରେ ଥିବା ଏ ଡି ଏମ ନିହାର ରଞ୍ଜନ କହଁର ନିକଟରେ ଅଭିଯୋଗକାରୀ ଅୁଆରେଭିଯୋଗ ସମୟରେ ତାଙ୍କୁ ତୁମେ କ୍ରିଷ୍ଟିୟାନ ହୋଇଥିଲେ ତୁମ ଅଭିଯୋଗ ତୁରନ୍ତ ସମାଧାନ ହୋଇପାରିଥାନ୍ତି ନତବ ତୁମେ ଧର୍ମ ପରିବର୍ତ୍ତନ କରିଥିଲେ ତୁମ ଅଭିଯୋଗ ଗ୍ରହଣୀୟ ହୋଇପାରିଥାନ୍ତି ଓ ସମସ୍ୟାର ସମାଧାନ ତୁରନ୍ତ ହୋଇ ପାରିଥାନ୍ତା କହିବା ସହ ଗାଁ ର ଜଳ ସମସ୍ୟା ନେଇ ଆସିଥିବା ଲୋକଙ୍କ ସମସ୍ୟା ସମାଧାନ ନ କରି ଜାତି ଆକ୍ଷେପ କରି ନାଲି ଆଖି ଦେଖାଇଥିବା ନେଇ ଗାଁ ଲୋକେ ରାୟଗଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ଉକ୍ତ ମାମଲାକୁ ନେଇ ଏକ ସୋସିଆଲ ମିଡିଆରେ କୋରାପୁଟ ସାଂସଦ ସପ୍ତଗିରି ଶଙ୍କର ଉଲାକା ତାଙ୍କ ପ୍ରତିକ୍ରିୟା ରଖିଥିଲେ । ସେ ପୋଷ୍ଟ କରି ଲେଖିଛନ୍ତି ଯେ ରାୟଗଡା ବିଜେପି ଜିଲ୍ଲା ସଭାପତି ରାୟଗଡ଼ା ଏଡିଏମ୍ / ବିଡିଓ / ତହସିଲଦାର / ଏସପିଙ୍କୁ ସମସ୍ତ କେନ୍ଦ୍ରୀୟ / ରାଜ୍ୟ ପ୍ରକଳ୍ପର ସବିଶେଷ ତଥ୍ୟ ପ୍ରକାଶ କରିବାକୁ ଧମକ ଦେବା ସହ ଭୟଙ୍କର ପରିଣାମକୁ ଧମକ ଦେଇଛନ୍ତି ।ମୁଖ୍ୟତଃ ଆଦିବାସୀ ଅଧିକାରୀମାନଙ୍କୁ ଅପମାନିତ / ଅପବ୍ୟବହାର ହୋଇଛି । ଏଣୁ, ଏଫଆଇଆର ପଞ୍ଜିକୃତ କରିବା କଥା ଏବଂ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କୁ ଉଚିତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି । ସେହିପରି କଂଗ୍ରେସ ଦଳ ପକ୍ଷରୁ ଶୁକ୍ରବାର ଦିନ ରାୟଗଡ଼ା ଜିଲ୍ଲାର ତିନୋଟି ବିଧାୟକ ଭୁବନେଶ୍ୱରରେ ବିଧାନସଭା ବାହାରେ କଳା ପୋଷକ ପରିଧାନ କରି ରାୟଗଡ଼ା ଜିଲ୍ଲା ବିଜେପି ସଭାପତି ଜଣେ ଆଦିବାସୀ ଜିଲ୍ଲା ପଦାଧିକାରୀ ଏଡିଏମଙ୍କୁ ଦୁର୍ବ୍ୟବହାର କରି ଜବରଦସ୍ତ ଡରାଇ ଧମକାଇ ତାଙ୍କ ଠାରୁ କାର୍ଯ୍ୟ ହାସଲ କରିବା ପାଇଁ ଯେଉଁ ପ୍ରକାର ପ୍ରୟାସ କରୁଛନ୍ତି ତାହା ଅତ୍ୟନ୍ତ ଦୁଃଖଦାୟକ ଓ ନିନ୍ଦନୀୟ । ଏପରିକି ଜିଲ୍ଲାର ବିକାଶ ପାଇଁ ଆମେ ତିନି ବିଧାୟକ ନିରନ୍ତର ପ୍ରୟସକୁ ମଧ୍ୟ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ତୁରନ୍ତ ଏପରି ଜିଲ୍ଲା ବିଜେପି ସଭାପତିଙ୍କୁ ବହିଷ୍କାର କରାଯାଉ ବୋଲି ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।
ସେହିପରି ରାୟଗଡା ବିଏସପି ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଡ଼ାକି କହିଛନ୍ତି ଯେ ଏହି ବିଜେପି ସରକାର ଆଦିବାସୀ ବିରୋଧୀ ସରକାର। କୌଣସି ସରକାର ଅଧିକାରୀ କୌଣସି ସମସ୍ୟା ନେଇ ତାଙ୍କ ନିକଟକୁ ଗଲେ ଧର୍ମ,ଜାତି ନେଇ କଦାପି ଆକ୍ଷେପ କରିବେ ନାହିଁ । ଏହା ସମ୍ପୂର୍ଣ୍ଣ ମିତ୍ୟ । ତେଣୁ ସଠିକ୍ ତଦନ୍ତ କରି ଦୋଷୀ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ରଖିଥିଲେ ।
ସେହିପରି ଜିଲ୍ଲା ଭାଜପା ସଭାପତି ଗୋପୀ ଆନନ୍ଦ ଦୁର୍ବ୍ୟବହାର ନେଇ ଏଡିଏମଙ୍କ ନିହାର ରଞ୍ଜନ କହଁରଙ୍କୁ ପଚାରି ବୁଝିବା ପରେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ଜିଲ୍ଲା ଭାଜପା ସଭାପତି ଟେଲିଫୋନ ରେ ଚାରି ଚାରି ଥର ନାନା ପ୍ରକାର ଦୁର୍ବ୍ୟବହାର କରିଥିଲେ । ଯେପରିକି ଭାଜପା ଜିକ୍ଲା ସଭାପତି ଗୋପୀ ଆନନ୍ଦ ତାଙ୍କୁ ଫୋନ୍ କରିବା ସହ ହ୍ବାଟ୍ସଆପ୍ ଜରିଆରେ ମେସେଜ କରି ବିଭିନ୍ନ ପ୍ରକାର ଅସାମ୍ବିଧାନିକ ଶବ୍ଦ ପ୍ରୟୋଗ କରି ଜିଲାପାଳ ଓ ଜିଲା ମଙ୍ଗଳ ଅଧିକାରୀଙ୍କ ମଧ୍ୟରେ ଚାଲିଥିବା ବିବାଦ ସମ୍ପର୍କରେ ପଚାରିବା ସହ ଗୁଣପୁର ଅନ୍ବେଷା ହଷ୍ଟେଲରେ କ’ଣ ଚାଲିଛି ବୋଲି ପ୍ରଶ୍ନ କରିବା, ତୁରନ୍ତ ହଷ୍ଟେଲ ପରିଦର୍ଶନ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେବା, ଏସ୍ପି କାହିଁକି ତାଙ୍କ ଫୋନ୍ କଲ ରିସିଭ କରୁନାହାନ୍ତି ବୋଲି ପ୍ରଶ୍ନ କରିବା,ଏକ ରାସ୍ତା ଜାମ୍ ଘଟଣାକୁ ନେଇ ଉଚ୍ଚ ସ୍ବରରେ ନିର୍ଦ୍ଦେଶ ଦେବା,ହ୍ବାଟ୍ସଆପ୍ ଜରିଆରେ ମେସେଜ କରି ଜିଲ୍ଲାପାଳଙ୍କ ଇ-ମେଲ୍ରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସମାଜ ମଙ୍ଗଳ ଯୋଜନା ସମେତ ହିତାଧିକାରୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ କହିବା,ରାୟଗଡ଼ା ଜିଲାରେ ବିଜେଡି ହ୍ୟାଙ୍ଗ୍ ଓଭର ଉତୁରୁନିକି ବୋଲି ପ୍ରଶ୍ନ କରିବା ଭଳି ଅତିରିକ୍ତ ଜିଲାପାଳଙ୍କୁ ଏପରି ଦୁର୍ବ୍ୟବହାର ମତେ ବହୁତ୍ କଷ୍ଟ ଦେଇ । ତେଣୁ ଏଫ ଆସଆଇଆର୍ ଦେବାକୁ ବାଧ୍ୟ ହେଲି ବୋଲି କହିଥିଲେ କହିଁର । ଏଥିସହ ସେ କହିଥିଲେ ଯେ ଗଣମାଧ୍ୟମରେ ବାରମ୍ବାର ଅଭିଯୋଗ ହୋଇଛି ଯେ, ମୁଁ କୋଟି କୋଟି ଟଙ୍କାର ଦୁର୍ନୀତି କରି ଅପବ୍ୟବହାର କରିଆସୁଛି, ଏହି ସଂପର୍କରେ ଭିଜିଲାନ୍ସ କାହିଁକି ଦାଦନ୍ତର ପଦକ୍ଷେପ ନେଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି। ଯଦି ମୁଁ ଦୁର୍ନୀତିଗ୍ରସ୍ତ ଅଧିକାରୀ ତେବେ ମୋତେ ଜିଲ୍ଲାରୁ କାହିଁକି ସ୍ଥାନାନ୍ତର କରାଯାଉ ନାହଁ ବୋଲି ପ୍ରଶ୍ନ କରିଥିଲେ ଏଡିଏମ କହଁର ।
ହେଲେ ଉକ୍ତ ଭାଜପା ଜିଲ୍ଲା ସଭାପତିଙ୍କ ଦୁର୍ବ୍ୟବହାର ନେଇ ଜିଲ୍ଲା ଭାଜପା ସଭାପତିଙ୍କ ପ୍ରତିକ୍ରିୟା ମିଳିପାରି ନ ଥିବା ବେଳେ ଏଡିଏମ ନିହାର ରଞ୍ଜନ କହଂରଙ୍କୁ ଫୋନରେ ଦୁର୍ବ୍ୟବହାର ନେଇ ଓ ଏଡିଏମ କହଁର ଧର୍ମ ଜାତି ଆକ୍ଷେପ କରିଥିବା ନେଇ କୌଣସି ଅଡିଓ ଭିଦିଓ ରେକର୍ଡଇଙ୍ଗର ପ୍ରମାଣ ନଥିବା ଜଣାପଡ଼ିଛି । ହେଲେ ଜିଲ୍ଲା ସ୍ତରୀୟ ପ୍ରଶାସକଙ୍କ ସହ ଅସଦାଚରଣ ମାମଲାରେ ଉଭୟ ଜିଲ୍ଲା ବିଜେପି ସଭାପତି ଓ ଏଡିଏମ୍ ଶ୍ରୀ କହଁରଙ୍କ ଉପରେ ବିଜେଡି ଜିଲ୍ଲା ସଭାପତି ଏନ ଭାସ୍କର ରାଓଙ୍କ ଦାବି ଅନୁସାରେ ଜିଲ୍ଲା ପ୍ରଶାସନ କାହା ଉପରେ କ’ଣ ପଦକ୍ଷେପ ଗ୍ରହଣ କରିବ ସେହି ସମୟକୁ ସମସ୍ତେ ଅପେକ୍ଷା କରିଛନ୍ତି।
ରାୟଗଡା ଇପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )