July 4, 2025
Home » ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

ରେଳ ଦୁର୍ଘଟଣାରେ ପୀଡ଼ିତ ଯାତ୍ରୀଙ୍କୁ ନେଇ ଗୁଆହାଟୀ ଗଡ଼ିଲା ସ୍ବତନ୍ତ୍ର ଟ୍ରେନ୍‌

0
WhatsApp Image 2025-03-30 at 7.36.15 PM (1)

ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ କାମାକ୍ଷା ଅଭିମୁଖେ ବାହାରିଛି।

ଭୁବନେଶ୍ବର: କଟକ ଜିଲ୍ଲା ମୁଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ଦୁର୍ଘଟଣାର ଶିକାର ହୋଇଥିବା ଏକ୍ସପ୍ରେସ୍‌ ଟ୍ରେନ୍‌ର ଯାତ୍ରୀମାନେ ସ୍ବତନ୍ତ୍ର ବ୍ୟବସ୍ଥା ମାଧ୍ୟମରେ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଦୁର୍ଘଟଣା ଯୋଗୁଁ ସମସ୍ୟାର ସମ୍ମୁଖୀନ ହୋଇଥିବା ଯାତ୍ରୀମାନଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍‌ କାମାକ୍ଷା ଅଭିମୁଖେ ବାହାରିଛି। ଟ୍ରେନ୍‌ଟି ଲାଇନ୍‌ଚ୍ୟୁତ ହେଲା ପରେ ସ୍ପେଶାଲ୍‌ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବାକୁ ସ୍ବତନ୍ତ୍ର ଟ୍ରେନ୍‌ ବ୍ୟବସ୍ଥା ପୂର୍ବତଟ ରେଳବାଇ ପକ୍ଷରୁ କୁହାଯାଇଛି।

ଏନେଇ ରେଳବାଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଭୁବନେଶ୍ବରରୁ ଏହି ସ୍ବତନ୍ତ୍ର ଟ୍ରେନ୍‌ ବାହାରିଥିଲା। ଭାୟା ନରାଜ ଦେଇ ଏହି ଟ୍ରେନ ଦୁର୍ଘଟଣାସ୍ଥଳକୁ ଯାଇଥିଲା। ଏହି ଟ୍ରେନ୍ ଅଧାରେ ଫସିଥିବା ଯାତ୍ରୀଙ୍କୁ ନେଇ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ। ପୂର୍ବତଟ ରେଳପଥ ପିଆରଓଙ୍କ ସୂଚନା ଅନୁସାରେ, ଟ୍ରାକରୁ ଖସିଯାଇଛି ଟ୍ରେନର ୧୧ଟି ବଗି। ରେଲୱେର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରୁଛନ୍ତି । ଆହତ ଯାତ୍ରୀମାନଙ୍କୁ ମେଡିକାଲ ପଠାଯାଉଛି। ଘଟଣାର ତଦନ୍ତ ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି।

ହେଲ୍‌ପଲାଇନ୍‌ ନମ୍ବର
କଟକ ପାଇଁ ହେଲ୍ପଲାଇନ୍ ନଂ -୮୯୯୧୧୨୪୨୩୮
ଭୁବନେଶ୍ୱର ପାଇଁ ହେଲ୍ପଲାଇନ୍ ନଂ -୮୪୫୫୮୮୫୯୯୯
ଭଦ୍ରକ ପାଇଁ ହେଲ୍ପଲାଇନ୍ ନଂ -୯୪୩୭୪୪୩୪୬୯
ଦୁର୍ଘଟଣାସ୍ଥଳ ପାଇଁ ନଂ-୮୯୯୧୧୨୪୨୩୮
ଖୋର୍ଦ୍ଧା ପାଇଁ ହେଲ୍ପଲାଇନ୍‌ ନଂ -୦୬୭୪୨୪୯୨୨୪୫

ସୂଚନାଯୋଗ୍ୟ, ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସ୍‌ ଟ୍ରେନ୍‌ଟି ନିର୍ଗୁଣ୍ଡି ନିକଟରେ ଆଜି ଦିନ ୧୧ଟା ୫୪ ମିନିଟରେ ଲାଇନଚ୍ୟୁତ ହୋଇଥିଲା। ଫଳରେ ଟ୍ରେନ୍‌ର ୧୧ଟି ବଗି ରେଳଧାରଣାରୁ ଖସିପଡ଼ିଥିଲା। ଏହା ଦ୍ବାରା ୮ ଜଣ ଯାତ୍ରୀ ଟ୍ରେନ୍‌ରୁ ଖସିପଡ଼ିଥିଲେ। ସେମାନଙ୍କର ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୭ ଜଣଙ୍କର ଚିକିତ୍ସା ଜାରି ରହିଛି। ମୃତ ବ୍ୟକ୍ତି ହେଲେ ଶୁଭଙ୍କର ରୟ। ଏହି ଘଟଣା ପରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ମେଡିକାଲରେ ପହଞ୍ଚି ଆହତମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ। ବରିଷ୍ଠ ଡାକ୍ତରମାନେ ଆହତଙ୍କ ଚିକିତ୍ସା କରୁଛନ୍ତି। ଦୁର୍ଘଟଣା ପରେ ଏନ୍‌ଡିଆରଫ୍‌ ଟିମ୍ ଓ ଅଗ୍ନିଶମ ବାହିନୀ ଲୋକଙ୍କ ଉଦ୍ଧାରକାର୍ଯ୍ୟ କରିଥିଲେ।

ଟ୍ରେନରୁ ଓହ୍ଲାଇ ପଡିଥିବା ଯାତ୍ରୀମାନେ ଖରାରେ ଦୀର୍ଘ ସମୟ ଅଟକିଥିଲେ। ସେମାନଙ୍କୁ ଖvରାରେ ଛିଡ଼ା ହେବାକୁ ପଡ଼ିଥିଲା। ଖରାରେ ଥିବା ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ। ଏହି ଦୁର୍ଘଟଣା ପରେ ୫ଟି ଟ୍ରେନ୍‌ର ଗତିପଥରେ ପରିବର୍ତ୍ତନ କରାଯାଇଛି।

ଇପିଏରୁ ବିରଞ୍ଚିନାରାୟଣ ପତ୍ରୀ ଙ୍କ ରିପୋର୍ଟ, ଇଷ୍ଟଣ୍ଣ ପ୍ରେସ ଏଜେନ୍ସି, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *