ଟିକିରି ଠାରୁ ଲଦାଖ ଅଭିମୁଖେ ବାଇକ ଯାତ୍ରାରେ ବାହାରିଲେ ଦୁଇ ଯୁବକ
ସଡ଼କ ସୁରକ୍ଷା ଓ ସତର୍କ ବାଇକ ଚାଳନା ଓ ଯୁବ ସମାଜକୁ ନିଶା ନିବାରଣ ଠାରୁ ଦୂରେଇ ରହିବା …ଏଭଳି ଦେଶରେ କଣ ଅନୁକୋଣରେ ସମସ୍ତଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ବିଷୁବ ସଂକ୍ରାନ୍ତି ସୋମବାର ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ସୋମବାର ସକାଳ ୮ଟାରେ ଟିକିରି ହନୁମାନ ମନ୍ଦିର ଠାରୁ ଲଦାଖ ଅଭିମୁଖେ ଯାତ୍ରା କରିଛନ୍ତି। ଉକ୍ତ ମହତ ଉଦ୍ଦେଶ୍ୟ ନେଇ ବାହାରିଥିବା ଏହି ଦୁଇ ବାଇକ ଚାଳକ ହେଉଛନ୍ତି ତିକିରି ଅଞ୍ଚଳର ୨୫ ବର୍ଷୀୟ ମିଥୁନ ସାହୁ ( ବାପା ନିରଞ୍ଜନ ସାହୁ,ତିକିରି) ଓ ବସଷ୍ଟାଣ୍ଡରେ ବାଇକ ଗ୍ୟାରେଜ କରିଥିବା ଅବଦୁଲ ଗସ ଖାନ (୩୬) । ଏହି ଯାତ୍ରା ୪୫ ଦିନ ଧାର୍ଯ୍ୟ କରିଥିବା ବେଳେ ୧୪୦୦୦ କିଲୋମିଟର ପର୍ଯ୍ୟନ୍ତ ୨୦ ରାଜ୍ୟ ଅତିକ୍ରମ କରିବେ ଦୁଇ ଯୁବ ଚାଳକ । ତିକିରି ଅଞ୍ଚଳରୁ ଉକ୍ତ ଯାତ୍ରାକୁ ରିବନ କାଟି ଶୁଭାରମ୍ଭ କରିଥିଲେ ମୋଇଲିଗୁଡା ଗ୍ରାମର ଡିଏସପି ପଙ୍କଜ ମାଝୀ । ଯାତ୍ରାର ଆରମ୍ଭରେ ରାୟଗଡ଼ା ପର୍ଯ୍ୟନ୍ତ ବାଇକର ହୁଡର ସଦସ୍ୟ ମାନସ ଦାସ ରାଜ ମିଶ୍ର ଭୁବନି ନାୟକ ପାଛୋଟି ନେବା ପରେ ରାୟଗଡ଼ା ଠାରେ ଅଲ ଇଣ୍ଡିଆ ବୁଲେଟ ରାଇଡର ଗୋଟା ସତିଶ କୁମାର ଏକ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ । ଏକ ମହତ୍ ବାର୍ତ୍ତା ନେଇ ସାରା ଦେଶ ଭ୍ରମଣରେ ବାହାରିଥିବା ଦୁଇ ଯୁବକଙ୍କୁ ବିଭିନ୍ନ ମହଲରେ ଶୁଭେଛାର ସୁଅ ଛୁଟିଛି ।
ରିପୋର୍ଟ: ରାୟଗଡ଼ା ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ
