July 1, 2025
Home » ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ !

ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ !

0
WhatsApp Image 2025-05-05 at 5.45.43 PM

ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚାମାଖଣ୍ଡି ପଞ୍ଚାୟତ ର ଘଡ଼ଘଡ଼ାପଲ୍ଲୀ ଗ୍ରାମରେ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହସ୍ଵାମୀଙ୍କ କୋହଲା ଯାତ୍ରା ଉଦଯାପିତ ହୋଇଯାଇଛି ।
ଏହି ଯାତ୍ରା ମହୋତ୍ସବରେ ପ୍ରତିଷ୍ଠିତ ଆଧ୍ୟାତ୍ମିକ ସଂଗଠନ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ୍ ସେବା ନୃତ୍ୟ କଳା କେନ୍ଦ୍ର ତରଫରୁ ଆୟୋଜିତ କୋହଲା ଯାତ୍ରା ବର୍ଣ୍ଣାଢ଼୍ୟ ସମାରୋହରେ ବିବିଧା ପଟୁଆର ନେଇ ସମାହିତ ହୋଇଯାଇଛି । ଦାସୁଡୁ ସେବାଦଳ ଙ୍କ ମଧ୍ୟରେ ଦାସୁଡୁ ନୃତ୍ୟଗୁରୁ ସତ୍ୟମ୍ ରେଡ୍ଡୀ ଅଂଶଗ୍ରହଣ କରି ଉଚ୍ଚ ପ୍ରଶଂସିତ ହୋଇ ସମ୍ବର୍ଦ୍ଧିତ ହୋଇଥିଲେ ।

ଭଗବତ ଗୀତା ଗାଦି ଗୋସାଇଁ ଦାସୁଡୁ ଗୁରୁ ସତ୍ୟମ୍ ଙ୍କ କୋହଲା ନୃତ୍ୟ ପ୍ରଦର୍ଶନରେ ଅଗଣିତ ଭକ୍ତଗଣ ଙ୍କୁ ଚମତ୍କୃତ୍ କରିଦେଇଥିଲା । ଅଗ୍ନି ମଶାଲ ଅବା କୋହଲା ନୃତ୍ୟ ପ୍ରଦର୍ଶନରେ ଏହି ଭକ୍ତିବାଦର ଦଳ ସମୂହ ଙ୍କ ନୃତ୍ୟ, ବାଦ୍ୟ, ଝାଞ୍ଜରେ ଗ୍ରାମ ର ଗଗନ ପବନ ରେ ମୁଖରୀତ ହୋଇ ଉଠିଥିଲା । ଗୋଟିଏ ରାତ୍ରି ସାରା ଗ୍ରାମବାସୀ ସମସ୍ତେ ଶ୍ରୀ ହରି ଙ୍କ ଭକ୍ତିଭାବାପ୍ନରେ ମଜ୍ଜି ଯାଇଥିଲେ ।


ଉକ୍ତ ଗ୍ରାମ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ ଙ୍କ ନାମ ଶ୍ରୀ ହରି, ଶ୍ରୀ ହରି ଜପି ଭକ୍ତି-ଭାବାପ୍ନରେ ଭକ୍ତଗୋଷ୍ଠୀ, ବୁଦ୍ଧିଜୀବୀ, ଗ୍ରାମବାସୀ ଗଣ ନିଜ ନିଜ ଭାବନା କୁ ଉତ୍ସର୍ଗୀକୃତ କରିଥିଲେ । ଯାହାକି ଏହି ନିଆରା ପରମ୍ପରା ସମସ୍ତଙ୍କୁ ଆହ୍ଲାଦିତ କରିଦେଇଛି ।

ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ ଏଜେନ୍ସି )

Leave a Reply

Your email address will not be published. Required fields are marked *