July 5, 2025
Home » ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ପିତାମାତା ଚୟନ

ଶୀତଳ ଷଷ୍ଠୀ ମହୋତ୍ସବ ପାଇଁ ପିତାମାତା ଚୟନ

0
WhatsApp Image 2025-05-09 at 10.25.50 AM

ସୁବର୍ଣ୍ଣପୁର — ଚଳିତ ବର୍ଷ ମେ ୨୭ ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲା ବିନିକା ବିଶେଶ୍ୱର ମନ୍ଦିର ଠାରେ ଅନୁଷ୍ଠିତ ହେବାକୁ ଥିବା ଶୀତଳଷଷ୍ଠୀ ମହୋତ୍ସବ ୨୦୨୫ ପାଇଁ ଦେବଦେବ ମହାଦେବ ଓ ମାତା ପାର୍ବତୀ ଦେବୀଙ୍କ ପିତାମାତା ଚୂଡାନ୍ତ ହୋଇଯାଇଛି l କ୍ଷୀରୋଦ ଚନ୍ଦ୍ର ସାମନ୍ତରାୟ (ମୁକେଶ ) ଓ ତାଙ୍କ ଧର୍ମପତ୍ନୀ ମୌସୁମୀ ରାଣୀ ମିଶ୍ର  ବିଶେଶ୍ୱର ବାବାଙ୍କ ପିତାମାତା ଦାୟିତ୍ୱ ତୁଲାଉ ଥିବା ବେଳେ ଶ୍ୟାମ ସୁନ୍ଦର ମେହେର ଓ ପତ୍ନୀ ସୀମା ମେହେର ମାତା ପାର୍ବତୀ ଙ୍କ ପିତାମାତା ଦାୟିତ୍ୱ ନିର୍ବାହ କରିବେ l ଏହି ଅବସରରେ ପ୍ରଭୁ ଶିବଙ୍କୁ ପୁଅ ରୂପେ ପାଇବା ନେଇ ମୁକେଶ ଓ ମୌସୁମୀ ବେଶ ଖୁସିରେ ଆତ୍ମହରା ହୋଇ କେଉଁ ଜନ୍ମ ର ପୁଣ୍ୟ ବଳେ ଆମ୍ଭେ ପତିପତ୍ନୀ ଦୁହେଁ ଦେବଦେବ ମହାଦେବଙ୍କ ପିତାମାତା ହେବାର ସୁଯୋଗ ପାଇଛୁ l

ତେଣୁ ତାଙ୍କର ଅପାର କୃପା ଆମ୍ଭ ପ୍ରତି ରହିବ ବୋଲି ପ୍ରକାଶ କରିଥିଲେ l ସେହିପରି ଭାଗ୍ୟରେ ଥିଲେ ମାଁ ପାର୍ବତୀ ଦେବୀଙ୍କୁ ଝିଅ ପାଇବା ମିଳେ l ଅମର ସୌଭାଗ୍ୟ ଯେ ମାଁ ପାର୍ବତୀ ଙ୍କ ପିତାମାତା ହେବାର ସୁଯୋଗ ମିଳିଛି l ଝିଅ ବାହାଘର ସମସ୍ତ ବନ୍ଧୁବାନ୍ଧବ ଓ ଶ୍ରଦ୍ଧାଳୁ ଭକ୍ତଙ୍କ ଉପସ୍ଥିତ ରେ ବହୁତ ଧୂମଧାମ ରେ ପାଳିତ ହେବ ବୋଲି ଶ୍ୟାମ ସୁନ୍ଦର ଓ ସୀମା କହିଛନ୍ତି l ଆଜିକା ବୈଠକ ରେ ସଭାପତି ପୂର୍ଣଚନ୍ଦ୍ର ମେହେର, ସମ୍ପାଦକ ଚରଣ ମେହେର, ସହସମ୍ପାଦକ ସମ୍ବିତ ନେପାକ, କୋଷାଧ୍ୟକ୍ଷ ସଞ୍ଜୟ ଦାସ, ଉପଦେଷ୍ଟା ମଣ୍ଡଳୀ ର ମାନଗୋବିନ୍ଦ ମେହେର ଡମ୍ବରୁ ଧର ମେହେର, ହରିଭକ୍ତ ମେହେର, ପୂଜକ ଉମାବଲ୍ଲଵ ଷଢଙ୍ଗୀ, ନାରାୟଣ ପାଢ଼ୀ, ସକ୍ରିୟ ସଦସ୍ୟ ସନ୍ତୋଷ ସାମନ୍ତରା ତ୍ରିନାଥ ସେଠି ଶ୍ରୀକାନ୍ତ ସାହୁ ଗନ୍ଧର୍ବ ମାହାର, ମହାବୀର ପ୍ରସାଦ ଅଗ୍ରୱାଲ, ଗୋବିନ୍ଦ ମାହାଣl,ଆଲୋକ ହୋତା, ଭୁବନେଶ୍ୱର ପାତ୍ର, ପ୍ରଦୀପ ମେହେର,  ଦୀନବନ୍ଧୁ ମେହେର, ଭିବିଷଣ ମେହେର ପ୍ରମୁଖ ଉପସ୍ଥିତ ଥିଲେ l

ରିପୋର୍ଟ – ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର

Leave a Reply

Your email address will not be published. Required fields are marked *