ବିଶ୍ୱ ମାତୃ ଦିବସ ୨୦୨୫ରେ ମହିଳା ଶାନ୍ତି ଦୂତ ପୁରସ୍କାରରେ ସମ୍ମାନିତ ହେଲେ ମହିଳା ସମ୍ବାଦିକା ଡି.ହେମଲତା

ବିଶ୍ୱ ମାତୃ ଦିବସ ୨୦୨୫ରେ ମହିଳା ଶାନ୍ତି ଦୂତ ପୁରସ୍କାରରେ ସମ୍ମାନିତ ହେଲେ ମହିଳା ସମ୍ବାଦିକା ଡି.ହେମଲତା
ବିଶ୍ୱ ମାତୃ ଦିବସ ୨୦୨୫ରେ ମହିଳା ଶାନ୍ତି ଦୂତ ପୁରସ୍କାରରେ ସମ୍ମାନିତ ହେଲେ ମାଲକାନଗିରିର ମହିଳା ସମ୍ବାଦିକା ଡି.ହେମଲତା। ବିଶ୍ୱ ମାତୃ ଦିବସ ୨୦୨୫ ଅବସରରେ ମା ଘର ଫାଉଣ୍ଡେସନ ଓ ଏସ୍.ଏସ୍.ହେଚ୍. ମେଡିକାଲ ଗ୍ରୁପ ପକ୍ଷରୁ ଭୁବନେଶ୍ୱର ସ୍ଥିତ ନ୍ୟୁ ମେରିଆନ ହୋଟେଲରେ ଆୟୋଜିତ ଏକ ଉତ୍ସବରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓଡିଶା ରାଜ୍ୟପାଳ ହରିବାବୁ କାମମପାଟି, ସମ୍ମାନୀତ ଅତିଥି ଭାବେ କେବିନେଟ ମନ୍ତ୍ରୀ ଆଇନ ଓ ଅବକାରୀ ବିଭାଗ ପୃଥ୍ୱିରାଜ ହରିଚନ୍ଦନ, ଏଡଭୋକେଟ ଜେନେରାଲ ପିତାମ୍ବର ଆଚାର୍ଯ୍ୟ,ମାଆ ଘର ଫାଉଣ୍ଡେସନର ପରିଚ଼ାଳନା ନିର୍ଦ୍ଦେଶିକା/ ଅଧ୍ୟକ୍ଷା ଆଇନଜିବୀ ଶ୍ରୀମତୀ ଋତୁପୂର୍ଣା ମହାନ୍ତି,ଏସ୍.ଏସ୍.ହେଚ୍ ମେଡିକାଲ ଅଧ୍ୟକ୍ଷା ସୁସ୍ମିତା ସାହୁ ଯୋଗ ଦେଇଥିଲୋ। ପ୍ରାରମ୍ଭକ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ କରିବା ସହ ଓଡିଶୀ ନୃତ୍ୟ ,ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ,ବିଭିନ୍ନ ମହିଳା ସଚେତନତା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ପରେ ଅମୃତବଚନ ପଠନ କରା ଯାଇଥିଲ।।
“ମାଆ ଘର” ଅନୁଷ୍ଠାନ ବିଶେଷତଃ ମାଆ ମାନଙ୍କ ଅବଦାନକୁ ସମ୍ମାନ ଜଣାଇ ପରିଚ଼ାଳନା ନିର୍ଦ୍ଦେଶିକା ଆଇନଜିବୀ ଶ୍ରୀମତୀ ଋତୁପର୍ଣ୍ଣା ମହାନ୍ତି , ଏସ ଏସ ହସ୍ପିଟାଲର ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗର ଏମଡ଼ି ଡ଼ଃ ସୁସ୍ମିତା ସାହୁଙ୍କ ଦ୍ଵାରା ଆୟୋଜିତ ଏହି ମହତ୍ ଦିବସର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରାଜ୍ୟପାଳ ଶ୍ରୀ ଶ୍ରୀ ହରି ବାବୁ ଖମାମ୍ପତି ନିଜ ସମ୍ଭାଷଣରେ କହିଥିଲେ ଯେ ଆଜି ବି ମହିଳାମାନଙ୍କୁ ସଶସ୍ତ୍ରିକରଣର ଆବଶ୍ୟକତା ରହିଛିା ବର୍ତମାନ ଚାଲିଥିବା ଅପରେସନ ସିନ୍ଦୁରରେ ଦୁଇ ମହିଳାଙ୍କ ଭୁମିକାକୁ ପ୍ରଶଂସା କରିବା ସହ ମହିଳାମାନେ ସଚେତନ ହେଲେ ଦେଶ ସଚେତନ ହେବ ଏବଂ ଏକ ସୁନ୍ଦର ରାଷ୍ଟ୍ର ଗଠନରେ ମହିଳାମାନଙ୍କର ଅବର୍ଣନୀୟ ଭୂମିକା ନିଶ୍ଚିତରୁପେ ବନ୍ଦନୀୟ । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନ ମନ୍ତ୍ରୀ ମାଆ ଘର ଫାଉଣ୍ଡେସନ ଯାହା ଦ୍ଵାରା ବର୍ଷ ବର୍ଷ ଧରି ଦୁର୍ବଳ,ନିରାଶ୍ରୟ ମହିଳାଙ୍କ ସେବା ଯୋଗାଇ ଆସୁଥିବା ସହ ଉଲେକ୍ଣୀୟ ଅବଦାନ ପାଇଁ ପ୍ରଶଂସା କରିଥିଲେ ।
“ବିଶ୍ବ ମାତୃ ଦିବସ” ପାଳନ ଅବସରର ଏକ ବିଶେଷ ମୁହୂର୍ତ୍ତରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଶିକ୍ଷା, ସ୍ବାସ୍ଥ୍ୟ, ସମାଜସେବା, ମହିଳା ସଚେତନତା,ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ସହ ପାରଦର୍ଶିତା ହାସଲ କରିଥିବା ଓଡିଶାର ବିଭିନ୍ନ ବର୍ଗର ୧୦ଜଣ ମାତୃଶକ୍ତି ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ତନ୍ମଧ୍ୟରୁ ମାଲକାନଗିରିର ମହିଳା ସାମ୍ବାଦିକ ଡି.ହେମଲତା ଅନ୍ୟତମ । ସାମ୍ବାଦିକ ଡି.ହେମଲତା ପୁରସ୍କାର ପାଇବା ଜାଣି ବିଭିନ୍ନ ମହଲରେ ଶୁଭେଚ୍ଛାର ଶୁଆ ଚୁଟି ଆସିଚି । ଉକ୍ତ କାର୍ଯ୍ୟକ୍ରମ ଏହି ଅବସରରେ ବହୁ ଗୁଣି, ଜ୍ଞାନୀ, ସମାଜସେବୀ, ବୁଦ୍ଧିଜୀବି ଯୋଗ ଦେଇଥିଲୋ
ରିପୋର୍ଟ: ମାଲକାନଗିରି ଜିଲ୍ଲା ଈପିଏରୁ ତିରୁମାଲା ପ୍ରସାଦ ପଟ୍ଟନାୟକ