ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ର ସାମାଜିକ ସମୀକ୍ଷା ଅନୁଷ୍ଠିତ l

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ରେଙ୍ଗାଲି, ଲଛୀପୁର, ଖଲିଆପାଲି ପଂଚାୟତ ରେ ଆଜି ଠାରୁ ଚାରିଦିନ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ରେ ଓଡିଶା ରାଜ୍ୟ ସାମାଜିକ ସମୀକ୍ଷା, ଉତ୍ତରଦାୟୀତ୍ୱ ଓ ସ୍ୱଛତା ସମିତି ତରଫରୁ ଆରମ୍ଭ ହୋଇଛି l
ବିଗତ ଏକ ବର୍ଷ ମଧ୍ୟରେ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିବା ରାସନ ସାମଗ୍ରୀ ଠିକ ଭାବରେ ମିଳୁଛି କି ନାହିଁ ଘର କୁ ଘର ଯାଇ ଗ୍ରାମ ସମ୍ବଳ କର୍ମୀ ମାନେ ଯାଞ୍ଚ କରୁଛନ୍ତି l କାର୍ଯ୍ୟକ୍ରମ କୁ ବ୍ଲକ ସାମାଜିକ ସମୀକ୍ଷକ ସୁଦାମ ଗାଈଗରିଆ ପରିଚାଳନା କରୁଥିବା ବେଳେ ଗ୍ରାମ ସ୍ତରରେ ଭି ଆର ପି ସଂଯୁକ୍ତା କୁମ୍ଭାର, ମାଣିକ୍ୟ କୁମ୍ଭାର, ରଜନୀ ମେହେ୍ର, ଭାରତୀ ମେହେ୍ର, ରଂଜିତା ବଗର୍ତ୍ତୀ, ସସ୍ମିତା ବାରିକ, ଉପାସୀ ଦୀପ, ଜୟନ୍ତୀ ବାଗ କାର୍ଯ୍ୟ କରୁଛନ୍ତି l
ରିପୋର୍ଟ — ଉଗ୍ରସେନ କର୍ମୀ, ସୁବର୍ଣ୍ଣପୁର