ଛତ୍ରପୁର ସହରରେ ପାରମ୍ପରୀକ ବାହୁଡ଼ା ଯାତ୍ରା ସମ୍ପନ୍ନ

!*
ଛତ୍ରପୁର ସହରର ତିନୋଟି ମନ୍ଦିରରୁ ଶ୍ରୀ ଜୀଉ ଙ୍କ ପବିତ୍ର ବାହୁଡ଼ା ଯାତ୍ରା ପାରମ୍ପରୀକ ରୀତିରେ ସମ୍ପନ୍ନ ହୋଇଯାଇଛି । ରଥ ଦାଣ୍ଡରେ ଛତ୍ରପୁର ର ନୃତ୍ୟ ଏକାଡେମୀ ପକ୍ଷରୁ ଗଞ୍ଜାମ ର ପ୍ରସିଦ୍ଧ ଲୋକକଳା ପରମ୍ପରା କାଠପାଦ ନୃତ୍ୟରେ ନାନା ବାଦ୍ୟ ଧ୍ଵନି, ଘଣ୍ଟ ମୃଦଙ୍ଗ ଧ୍ଵନି ଏବଂ ରୋଷଣୀରେ ସହର ପ୍ରକମ୍ପିତ ଉଠିଥିଲା । ଗୁଣ୍ଡିଚା ମନ୍ଦିରରୁ ବାହାରି ତିନି ମନ୍ଦିରର ସିଂହ ଦ୍ଵାରରେ ରଥ ପହଞ୍ଚିଛନ୍ତି ।
ରିକାପଲ୍ଲୀ ଆଡ଼ପମଣ୍ଡପ ରୁ ବାହାରିଥିବା ପଣ୍ଡା ରଥ ସୀତାରାମପଲ୍ଲୀ ଅଭିମୁଖେ ଏବଂ ଦାସିରୀ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଅର୍ଥାତ୍ ଛତ୍ରପୁର ମୁଖ୍ୟ ସଡ଼କ ପଥରେ ଦୁଇଟି ରଥ ଦଣ୍ଡାୟମାନ ହୋଇଛନ୍ତି, ସେହିପରି ତାଡେପଲ୍ଲୀ ସ୍ଥିତ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ସିଂହ ଦ୍ଵାର ସମ୍ମୁଖରେ ଚତୃର୍ଦ୍ଧା ମୂର୍ତ୍ତି ବିଜେ ହୋଇଥିବା ରଥ ଦଣ୍ଡାୟମାନ ହୋଇ ରହି ପୂଜାର୍ଚ୍ଚନା ଭୋଗ ରାଗ ଦିଅଁଙ୍କ ଆରତୀ ବନ୍ଦାପନା ଆଦି ଲାଗି ହୋଇଛି । ରବିବାର ସନ୍ଧ୍ୟାବେଳେ ରାଜାଘର ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ମନ୍ଦିରର ରଥ ଉପରେ ବିଜେମାନ କରିଥିବା ଶ୍ରୀ ଜୀଉ ଙ୍କ ସୁନାବେଶ ଅନୁଷ୍ଠିତ ହେବ । ଏଥିପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ ବ୍ୟବସ୍ଥା କରାଯାଉଛି । ପବିତ୍ର ବଡ଼ ଏକାଦଶୀ ହେତୁ ଏଠାରେ ସ୍ବତନ୍ତ୍ର ନୀତିକାନ୍ତି ପ୍ରଚଳନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି ।
ଛତ୍ରପୁର ଇପିଏ ରୁ ମୁନା ବେହେରା ଙ୍କ ରିପୋର୍ଟ
ଇପିଏ ନିଉଜ