October 24, 2025
Home » ମରାଡୋଗୋଚ୍ଛା ପେକ୍ସ ରେ ଚାଷୀ ଶୋଷଣ ର ଶିକାର ହେଉଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଗୁହାରି କଲେ ଚାଷୀ

ମରାଡୋଗୋଚ୍ଛା ପେକ୍ସ ରେ ଚାଷୀ ଶୋଷଣ ର ଶିକାର ହେଉଥିବା ଅଭିଯୋଗ, କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ଙ୍କ ଠାରେ ଗୁହାରି କଲେ ଚାଷୀ

0
WhatsApp Image 2025-07-08 at 11.40.04 AM

ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ରେ ହୋଇଥିବା ଗତକାଲି ( 07/7/25 ସୋମବାର) ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ରେ ବହୁ ସଂଖ୍ୟା ରେ ଅଭିଯୋଗ ହୋଇଥିଲା ମାତ୍ର ଏକ ସମ୍ବେଦନଶୀଳ ଘଟଣା ସମସ୍ତଙ୍କୁ ଚକିତ କରିଥିଲା। ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମରାଡୋଗୋଛା ପେକ୍ସ୍ ରେ ଧାନ କିଣା ଦୁର୍ନୀତି ନେଇ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ ଚାଷୀ କୁନା ଶଙ୍କର୍ଷଣ ସାହୁ ଙ୍କ ଅଭିଯୋଗ ପରେ ପେକ୍ସ୍ ସମ୍ପାଦକ ନବୀନ ଦାଶ ରାଗି ଯାଇଥିଲେ ଓ ତାଙ୍କ କାର୍ଯ୍ୟାଳୟ ଡାଟା ଏଣ୍ଟ୍ରି ଅପରେଟର ଓ ତାଙ୍କ ସହଯୋଗୀ ଙ୍କ ସହ ମିଶି ଆକ୍ରମଣ କରିଥିବା କମସରା ଥାନା ରେ ଅଭିଯୋଗ କରିଛନ୍ତି। ମାତ୍ର ଦିନ ପରେ ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ଜିଲ୍ଲାପାଳ ଙ୍କ ନିକଟ ରେ ଅଭିଯୋଗ କରିଛନ୍ତି।ଚାଷୀ ନିଜସ୍ଵ ଖର୍ଚ୍ଚ ରେ ଧାନ ପରିବହନ କରି ମିଲର୍ସ ଙ୍କ ପାଖକୁ ଧାନ ନେଇ ଯାଇଥିବାରୁ ମିଲ ମାଲିକ ମନଇଚ୍ଛା ୧୪/୧୫ କେଜି କଟନି ଛଟନି କରିଥିବା ସରପଞ୍ଚ ମନମୋହନ ସାହୁ ଗଣ ମାଧ୍ୟମ ସମ୍ମୁଖ ରେ ପ୍ରତିକ୍ରିୟା ରଖିଛନ୍ତି। ଜିଲ୍ଲାପାଳ ମଧ୍ୟ ଏ ବିଷୟ ରେ ଗମ୍ଭୀରତା ସହ ଚିନ୍ତା କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଅଭିଯୋଗ ପ୍ରକୋଷ୍ଟ ରେ ଉପସ୍ଥିତ ଥିବା ପ୍ରଶାସନିକ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିବା ଦେଖିବାକୁ ମିଳିଥିଲା l

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ…

Leave a Reply

Your email address will not be published. Required fields are marked *