October 24, 2025
Home » କଣ୍ଟାମାଳ ହାଇସ୍କୁଲ୍ ପରିସରରେ ବନମହୋତ୍ସବ ପାଳିତ

କଣ୍ଟାମାଳ ହାଇସ୍କୁଲ୍ ପରିସରରେ ବନମହୋତ୍ସବ ପାଳିତ

0
WhatsApp Image 2025-07-09 at 12.17.55 PM

ବୌଦ୍ଧ ଜିଲ୍ଲା କଣ୍ଟାମାଳ ସଦର ହାଇସ୍କୁଲ ପରିସରରେ ଜୁନିଅର ରେଡ଼କ୍ରସ୍,ଇକୋ କ୍ଲବ୍ ଓ ଶକ୍ତିକ୍ଲବ୍ ର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଶିକ୍ଷକ ବନମାଳୀ ମେହେର ଯୋଗଦେଇ ବୃକ୍ଷ ରୋପଣ ସହ ବୃକ୍ଷର ବିଭିନ୍ନ ଉପକାରିତା ସମ୍ପର୍କରେ ଛାତ୍ର ଛତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ବରିଷ୍ଠ ଗଣିତ ଶିକ୍ଷକ ମନୋରଂଜନ ପ୍ରଧାନ ପରିବେଶ ସୁରକ୍ଷା ଓ ଜଙ୍ଗଲ ରକ୍ଷା ନାରା ଦେ଼ଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସମୂହ ବୃକ୍ଷ ରୋପଣ ସହ ଏକ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ ଓ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷଚାରା ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଇକୋକ୍ଲବ ଦାୟୀତ୍ୱରେ ଥିବା ଶିକ୍ଷକ ସୁଜିତ କୁମାର ତାରିଆ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ଏମ୍ ମାଧୁରୀ ଦୋରା ଧନ୍ୟବାଦ୍ ଅର୍ପଣ କରିଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।

ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..

Leave a Reply

Your email address will not be published. Required fields are marked *