August 20, 2026
Home » ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମ୍ ସିର ପ୍ରସ୍ତୁତି ବୈଠକ

ସ୍ୱାୟତ୍ତ ଶାସନ ଦିବସ ପାଇଁ ବିଏମ୍ ସିର ପ୍ରସ୍ତୁତି ବୈଠକ

0
WhatsApp Image 2025-08-02 at 6.15.21 PM

ପ୍ରତ୍ୟେକ ପାର୍କରେ ଗୋଷ୍ଠୀ ସଦସ୍ୟଙ୍କୁ ନେଇ ବିବିଧ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଚଳିତ ମାସ 31 ତାରିଖ ଦିନ ହେବାକୁ ଥିବା ସ୍ୱାୟତ୍ତ ଶାସନ ଦିବସ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି)ର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମାନନୀୟା ଡେପୁଟି ମେୟର ଶ୍ରୀମତୀ ମଞ୍ଜୁଲତା କହଁର, କମିଶନର ଶ୍ରୀ ଚଞ୍ଚଳ ରାଣା, ଅତିରିକ୍ତ କମିଶନର ଶ୍ରୀ ରତ୍ନାକର ସାହୁ, ଶ୍ରୀମତୀ ସସ୍ମିତା ସାହୁ, ସିଟି ଇଂଜିନିୟର ଶ୍ରୀ ବିଳାଶ କୁମାର ବେହେରା, ସଂସ୍କୃତିକ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଶ୍ରୀ ରାମଚନ୍ଦ୍ର ରଣସିଂହ ମଂଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଷ୍ଟାଣ୍ଡିଂ କମିଟିର ସମସ୍ତ ଅଧ୍ୟକ୍ଷ, ଅଧ୍ୟକ୍ଷା ଓ ବହୁ କର୍ପୋରେଟର, ବିଏମ୍ ସିର ସମସ୍ତ ଅଧିକାରୀ ଏହି ବୈଠକରେ ଉପସ୍ଥିତ ଥିଲେ ।
ପ୍ରତି ବର୍ଷପରି ଚଳିତ ବର୍ଷ ସ୍ୱାୟତ୍ତ ଶାସନ ଦିବସକୁ ଧୁମ୍ ଧାମରେ ପାଳନ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି । ସ୍ୱାୟତ୍ତ ଶାସନ ଦିବସ ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ମଧ୍ୟ ବିଭିନ୍ନ ପଦକ୍ଷେପ ନିଆଯିବ । ଚଳିତ ବର୍ଷ ପରି ଏ ବର୍ଷ ମେୟର ଏକାଦଶ ଓ କମିଶନର ଏକାଦଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ କ୍ରିକେଟ ସହ ଫୁଟବଲ ଖେଳକୁ ମଧ୍ୟ ସାମିଲ କରାଯାଇଛି । ଏହା ବ୍ୟତୀତ ଚେସ୍, କ୍ୟାରେମ, ବ୍ୟାଡ ମିଣ୍ଟନ, ମ୍ୟୁଜିକ୍ ଚେୟାର ଆଦି ବିଭିନ୍ନ ଇନଢୋର ଓ ଆଉଟ୍ ଡୋର୍ ଗେମ୍ସ, ଉଭୟ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିରେ ବିଏମ୍ ସିର କର୍ପୋରେଟର, ଅଧିକାରୀ ଓ କର୍ମଚାରୀ ଅଂଶ ଗ୍ରହଣ କରିପାରିବେ । ଏହି ସମସ୍ତ କାର୍ଯ୍ୟ ବିଏମ୍ ସିର ରିକ୍ରିଏସନ କ୍ଲବ ପରିଚାଳନା କରିବାକୁ ନିଷ୍ପତ୍ତି ହୋଇଛି । ସେହିପରି ସେପ୍ଟେମ୍ବର 2 ତାରିଖ ଦିନ ବିଏମ୍ ସି ରିକ୍ରିଏସନ କ୍ଲବ ପକ୍ଷରୁ ରବିନ୍ଦ୍ର ମଣ୍ଡପଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହେବ ।
ଏହା ବ୍ୟତୀତ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ କବିତା, ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ଆଦି ପ୍ରତିଯୋଗୀତା ମଧ୍ୟ ଅନୁଷ୍ଠିତ ହେବ । ସେହିପରି ବିଏମ୍ ସିର ତିନୋଟି ଜୋନରୁ 3 ଜଣଙ୍କୁ ସମାଜ ସେବାରେ ଉଲ୍ଲେଖନୀୟ ଅବଦାନ ପାଇଁ ନଗର ବନ୍ଧୁ ପୁରଷ୍କାର ପ୍ରଦାନ କରାଯିବ । ତିନୋଟି ଜୋନର 3ଟି ଓ୍ୱାର୍ଡକୁ ଶ୍ରେଷ୍ଠ ସ୍ୱଚ୍ଛ ଓ୍ୱାର୍ଡ ଘୋଷଣା କରାଯିବ ।

ସୂଚନା ଯୋଗ୍ୟ କି, ବିଏମ୍ ସି ଅଂଚଳରେ ଥିବା ବିଭିନ୍ନ ପାର୍କରେ ବରିଷ୍ଠ ନାଗରିକ ସଂଗଠନ, ସଂଘ ପକ୍ଷରୁ ସ୍ୱାୟତ ଶାସନ ଦିବସ ଅବସରରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯିବ । ଏମାନେ ଗୋଷ୍ଠୀ ସହଯୋଗରେ କିଛି କିଛି କାର୍ଯ୍ୟକ୍ରମ କରାଇବେ l କର୍ପୋରେଟର ମାନଙ୍କର ସହଯୋଗ ନେବା ସାଙ୍ଗକୁ ୱାର୍ଡ ଅଫିସର ମାନେ ଏଥିରେ ସହଯୋଗ କରିବେ l ସେମାନେ ନିଜ ପାର୍କ କାର୍ଯ୍ୟକ୍ରମର ଫଟୋ ପଠାଇବେ l

ବିଏମ୍ ସି ଅଂଚଳର ମାଟ୍ରିକ ଓ ଯୁକ୍ତ ଦୁଇ ଟପ୍ପରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବ ।
ଅଗଷ୍ଠ 31 ତାରିଖ ପାଇଁ ବ୍ୟାପକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ସକାଳ 8ଟାରେ ବିଏମ୍ ସି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରାଯିବ । ପରେ ବିଭିନ୍ନ ଆଶ୍ରୟସ୍ଥଳରେ ରହିଥିବା ବୃଦ୍ଧ, ବୃଦ୍ଧାଙ୍କୁ ଫଳ, ମିଷ୍ଟାନ୍ନ ଇତ୍ୟାଦି ବଣ୍ଟନ କରାଯିବ । ପୂର୍ବାହ୍ନରେ ବିଏମ୍ ସି ପକ୍ଷରୁ କାର୍ଯ୍ୟ ଶେଷଯାଇଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍ଘାଟନ କରାଯିବ । ସଂଧ୍ୟା ସମୟରେ ଜୟଦେବ ଭବନରେ ଅନୁଷ୍ଠିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ମାନପତ୍ର ପ୍ରଦାନ ପ୍ରଦାନ ପୂର୍ବକୁ ସମ୍ବର୍ଦ୍ଧିତ କରାଯିବାକୁ ଆଜିର ଏହି ପ୍ରସ୍ତୁତି ବୈଠକରେ ନିଷ୍ପତ୍ତି ହୋଇଛି ।
ଏଥି ସହିତ ଆସନ୍ତା ଅଗଷ୍ଟ 15 ତାରିଖ ଦିନ ସ୍ୱାଧିନତା ଦିବସ ପାଇଁ ମଧ୍ୟ ଏହି ବୈଠକରେ ଆଲୋନଚା କରାଯାଇ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଅତିରିକ୍ତ କମିଶନ ଶ୍ରୀ ରତ୍ନାକର ସାହୁ ।

ସେପ୍ଟେମ୍ବର ୧୨ରେ ଖୋର୍ଦ୍ଧା ଜିଲ୍ଳାର ସମସ୍ତ ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଭୁବନେଶ୍ୱର-ତା.୨୦.୦୮.୨୦୨୬ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ତା. ୧୨.୦୯.୨୦୨୬ ରିଖରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ବିଚାର ବିଭାଗୀୟ ଅଦାଲତ/ ରାଜସ୍ୱ ଅଦାଲତ ପରିସରରେ ଅନୁଷ୍ଠିତ ହେବ ବୋଲି ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱରଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧିନ ମାମଲା ଯଥା-ଫୌଜଦାରୀ (ସାଲିସ୍‌ ଯୋଗ୍ୟ), ଚେକ୍‌ ବାଉନ୍ସ, ବ୍ୟାଙ୍କ ଋଣ, ଟ୍ରାଫିକ୍‌ ଚାଲାଣ, ରାଜସ୍ୱ, ଶ୍ରମ, ବୈବାହିକ (ଛାଡ଼ପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ମୋଟର ଦୁର୍ଘଟଣା, ଜମିଜମା ମୋକଦ୍ଦମା ଇତ୍ୟାଦିର ଆପୋଷ ସହମତିରେ ସମାଧାନ କରାଯାଇପାରିବ । କେବଳ ବିଚାରାଧିନ ମାମଲା ନୁହେଁ, ଅଦାଲତରେ ମାମଲା ଦାୟର ହୋଇ ନଥାଇ ମଧ୍ୟ ପ୍ରାକ୍‌ ମୋକଦ୍ଦମାସ୍ତରୀୟ ବିବାଦ ଯଥା-ବାଙ୍କ ଋଣ ଅନାଦେୟ, ଟେଲିଫୋନ୍‌, ବିଦ୍ୟୁତ, ପାନୀୟ ଜଳ ବିଲ୍‌ ଅନାଦେୟ ମାମଲା ଗୁଡିକର ମଧ୍ୟ ପ୍ରାଧିକରଣଙ୍କ କାର୍ଯ୍ୟାଳୟରେ ଆପୋଷ ସହମତି ଭିତ୍ତିରେ ସମାଧାନ ହୋଇପାରିବ । ଉକ୍ତ ମାମଲାର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ ହିତାଧିକାରୀମାନଙ୍କୁ ଦେବାକୁ ପଡ଼ିବ ନାହିଁ ଏବଂ ଲୋକ ଅଦାଲତର ରାୟ ଚୂଡ଼ାନ୍ତ, ବୈଧ ତଥା ଅମଳଯୋଗ୍ୟ ଅଟେ । ଯଦି କୌଣସି ବିଚାରାଧିନ ମାମଲାର ସମାଧାନ ଲୋକ ଅଦାଲତରେ ହୋଇଥାଏ ତେବେ ଆଗରୁ ପୈଠ ହୋଇଥିବା କୋର୍ଟ ଫି ଫେରସ୍ତ ହୋଇପାରିବ । ଏଣୁ ଦୀର୍ଘ ଦିନ ଧରି ଚାଲୁ ରହିଥିବା ମୋକଦ୍ଦମାର ସହଜ ଓ ସରଳ ସମାଧାନ ପାଇଁ ଓ ଆର୍ଥିକ ଖର୍ଚ୍ଚ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହି ସୁଯୋଗର ସଦୁପଯୋଗ କରନ୍ତୁ ଓ ସବିଶେଷ ବିବରଣୀୟ ପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଭୁବନେଶ୍ୱର କିମ୍ବା ନିକଟସ୍ଥ ଅଦାଲତ ପରିସରରେ ଥିବା ଆଇନ ସେବା କମିଟି/ ଅଦାଲତଙ୍କ ସହ ଯୋଗାଯୋଗ କରିବାକୁ ପ୍ରାଧିକରଣଙ୍କ ପକ୍ଷରୁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *

You may have missed