ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଙ୍କୁ 28 ଦଫା ଦାବିପତ୍ର ପ୍ରଦାନ

l ସୁବର୍ଣ୍ଣପୁର– ସୁବର୍ଣ୍ଣପୁର ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ନୂତନ ଜିଲ୍ଲାପାଳଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଛି l ସୁବର୍ଣ୍ଣପୁର ଜିଲ୍ଲାରେ ନୂତନ ଭାବେ ଯୋଗଦାନ କରିଥିବା ଜିଲ୍ଲାପାଳ ଡ. ନୃପରାଜ ସାହୁଙ୍କୁ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ 28 ଦଫା ଦାବିପତ୍ର ପ୍ରଦାନ କରାଯାଇଛି I ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ଗୋରେଖନାଥ ସାହୁ ଓ ସଂପାଦକ ବ୍ୟୋମକେଶ ଦାସ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏହି ଦାବି ପତ୍ର ଦେବା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ଉପରେ ଆଲୋଚନା କରିଛନ୍ତି I ଏପରିକି ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ବ୍ଲକରେ ଦୀର୍ଘ ଦିନ ହେବ ପଡି ରହିଥିବା ଜନହିତକର ପ୍ରକଳ୍ପଗୁଡିକ ତ୍ବରାନ୍ବିତ କରିବା ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି I ଜିଲ୍ଲାପାଳ ମଧ୍ୟ ସାମ୍ବାଦିକ ସଂଘର ଏହି ଦାବି ଉପରେ ଆଲୋଚନା କରି ପଡି ରହିଥିବା ଅସଂପୂର୍ଣ୍ଣ କାର୍ଯ୍ୟ ଗୁଡିକ ତୁରନ୍ତ ସଂପୂର୍ଣ୍ଣ କରିବା ପାଇଁ ପ୍ରତିଶୃତି ଦେଇଛନ୍ତି I ତେବେ ଆସନ୍ତା 5 ତାରିଖ 4ଟା ବେଳେ ଜିଲ୍ଲାପାଳଙ୍କ ସମ୍ବିଳନୀ କକ୍ଷରେ ସୁବର୍ଣ୍ଣପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଜିଲ୍ଲାପାଳ ଡ. ନୃପରାଜ ସାହୁ ଓ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ପାଇଁ ସ୍ଥିରୀକୃତ ହୋଇଛି I ଏଥିରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଆଲୋଚନା ହେବା ସହ ବିଭିନ୍ନ ସମସ୍ୟା ଉପରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇବା ସହ ଜିଲ୍ଲା ସଦର ମହକୁମା ସହିତ ବିଭିନ୍ନ ବ୍ଲକର ସମସ୍ୟା ଉପରେ ଆଲୋଚନା କରାଯିବ I ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ ବ୍ଲକ ,ଗ୍ରାମାଞ୍ଚଳର ତଥା ସହରାଞ୍ଚଳ ସାମ୍ବାଦିକମାନେ ଏହି ସଭାରେ ଯଥା ସମୟରେ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିବାକୁ ସଂଘର ସଭାପତି ଗୋରେଖନାଥ ସାହୁ ଓ ସଂପାଦକ ବ୍ୟୋମକେଶ ଦାସ ଅନୁରୋଧ କରିଛନ୍ତି l
ସୁବର୍ଣ୍ଣପୁର ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ ଇପିଏ ନ୍ୟୁଜ..