August 27, 2025
Home » ଛତ୍ରପୁର ଶାଖା ପକ୍ଷରୁ ରକ୍ତଦାନ ଶିବିର

ଛତ୍ରପୁର ଶାଖା ପକ୍ଷରୁ ରକ୍ତଦାନ ଶିବିର

0
WhatsApp Image 2025-08-25 at 3.11.27 PM

ଛତ୍ରପୁର: “ବିଶ୍ୱ ଭ୍ରାତୃତ୍ବ ଦିବସ ” ଅବସରରେ ରାଜଯୋଗିନୀ ଦାଦୀ ପ୍ରକାଶ ମଣିଙ୍କ ୧୮ତମ ପୂଣ୍ୟତିଥି ଉପଲକ୍ଷେ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖା ପକ୍ଷରୁ ରବିବାରରେ ଏକ ରକ୍ତଦାନ ଶିବିରରୁ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଯାଇଛି । ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖାର ମୁଖ୍ୟ ସଞ୍ଚାଳିକା ବ୍ରହ୍ମାକୁମାରୀ ବିଜୟଲକ୍ଷ୍ମୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ରକ୍ତଦାନ ଶିବିରକୁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ ।
ରକ୍ତଦାନ ଭଳି ମହତ୍ କାର୍ଯ୍ୟକୁ ଆୟୋଜିତ କରିଥିବା ନେଇ ବିଧାୟକ ଶ୍ରୀ ନାୟକ ଅନୁଷ୍ଠାନକୁ ପ୍ରଶଂସା କରିବା ସହ ଅନୁଷ୍ଠାନକୁ ସାଧୁବାଦ ଜଣାଇଥିଲେ । ବ୍ରହ୍ମପୁର ଏମକେସିଜି ହସ୍ପିଟାଲ୍ ର ରକ୍ତ ଭଣ୍ଡାର ବିଭାଗର ଡାକ୍ତର ଟୁନା ଭାଟ୍ରୀୟା, ଡାକ୍ତରୀ ବିଭାଗୀୟ ଦଳ ତରଫରୁ ଆଲୋକ ମହାନ୍ତି, ଗୋପାଳ କୃଷ୍ଣ ପଣ୍ଡା, ସୁଶାନ୍ତ ପାଣିଗ୍ରାହୀ, ଏବଂ ରଶ୍ମିତା ସାହୁ, ସାବିତ୍ରୀ ନାୟକ,
ଗୋପାଳ କୃଷ୍ଣ ସାହୁ ପ୍ରମୁଖ ଏହି ଶିବିରରେ ସକ୍ରୀୟ ସହଯୋଗ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢୀ, ଆଇନଜୀବୀ ଡଃ ପ୍ରଶାନ୍ତ କୁମାର ଶତପଥୀ, ଯୁବ ନେତା ବନୋଜ କୁମାର ନାହାକ, ସଞ୍ଜିତ୍ କୁମାର ରାଉଳ ଓ ଡ଼ି. ସୁରେଶ ରେଡ୍ଡୀ, ରାଧେଶ୍ୟାମ ଫାଉଣ୍ଡେସନ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ର ସଭାପତି ତଥା କାଉନ ସିଲର ଦେବାଶିଷ ମିଶ୍ର, ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ, ବସନ୍ତ କୁମାର ମହାରଣା, ସରୋଜ କୁମାର ସାମଲ, ଭଗବାନ ଦାଶ, ପ୍ରଶାନ୍ତ କୁମାର ମହାରଣା ଓ ସନ୍ତୋଷ କୁମାର ସାହୁ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରର କର୍ମଚାରୀ ରକ୍ତ ସଂଗ୍ରହ କରିଥିଲେ । ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ଶାନ୍ତି ଅନୁଭୁତି ଭବନ ଛତ୍ରପୁର ଶାଖାର ମୁଖ୍ୟ ସଂଚାଳିକା ବ୍ରହ୍ମାକୁମାରୀ ରାଜଯୋଗିନୀ ବିଜୟଲକ୍ଷ୍ମୀ, ବ୍ରହ୍ମାକୁମାର ରଜନୀକାନ୍ତ ପଟ୍ଟନାୟକ, ସିମାଂଚଳ ଦାଶ, ବାଲକୃଷ୍ଣ ରେଡ୍ଡୀ , ଗୋପାଳ ସାମନ୍ତରାୟ, କବିରାଜ ବେହେରା, ପଙ୍କଜ କୁମାର ନାୟକ ଓ ବ୍ରହ୍ମାକୁମାରୀ ମାମାଲି, ଭାଗ୍ୟ, ପିଙ୍କି, ସବିତା, ଦୀପା ପ୍ରମୁଖ ଭାଇଭଉଣୀ ଶିବର ପରିଚାଳନାରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।।

Leave a Reply

Your email address will not be published. Required fields are marked *